ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।

ଶନିବାର ଘୋଡାର ପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତିର ପୁନରୁଦ୍ଧାର କରିବା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା। ତେବେ ସ୍ଥାନାନ୍ତରଣ ସମୟରେ ଏକ ମୂର୍ତ୍ତି ପେଟ ପାଖରୁ ଭାଙ୍ଗିଯାଇଥିଲା। ଏହାକୁ ଅଠାଦେଇ ଯୋଡାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ମୂର୍ତ୍ତି ଗୁଡିକରେ ଶିଉଳି ମାଡି ଯାଇଛି। ଏତିହ୍ୟର ସୌନ୍ଦର୍ଯ୍ୟକରଣ ପାଇଁ ଏକ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଇଛି। ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ନେଇଛନ୍ତି ପଦ୍ମବିଭୂଷଣ ସୁଦର୍ଶନ ସାହୁ। ଆସନ୍ତା ଅଢେଇ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଏହାଦ୍ୱାରା ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହେବ। ମରାମତି ସହ ଏହାର ଚାରିପାଖରେ ଲାଇଟିଂର ବ୍ୟବସ୍ଥା ହେବ। ମୂର୍ତ୍ତି ସଂଲଗ୍ନ ଚଟାଣକୁ ସମତୁଲ କରାଯିବା ପରେ ସେଠାରେ ସୌନ୍ଦର୍ଯ୍ୟକରଣ କାମ ହେବ। ସେହିପରି ଘୋଡାର ଚାରିପାର୍ଶ୍ୱରେ ପଥରରେ ଆନିମେସନ ହୋଇ ଓଡ଼ିଶାର ସୁନ୍ଦର କଳାକୃତି କରାଯିବ। ନର୍ତ୍ତକୀଗୁଡିକୁ ଘୋଡା ପାର୍ଶ୍ୱରୁ ହଟାଯାଇ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତା ମଝିରେ ଏକ ଗାର୍ଡେନ ଭଳି କରାଯାଇ ସେଗୁଡିକୁ ସ୍ଥାପନ କରାଯିବ। ସମସ୍ତ ମୂର୍ତ୍ତିର ମରାମତି କାମ ହୋଇ ପୁନରୁଦ୍ଧାର ଆରମ୍ଭ କରାଯାଇଛି। ମରାମତି ପରେ ରଙ୍ଗ ଦେଇ ସେଗୁଡିକୁ ପୂର୍ବ ସ୍ଥାନରେ ସ୍ଥାପନ କରାଯିବ। ବହୁ ବାଦ ବିବାଦ ପରେ ମୂର୍ତ୍ତିକୁ ସେହି ସ୍ଥାନରେ ରଖାଯାଇଥିବାରୁ ପଦ୍ମବିଭୂଷଣ ସୁଦର୍ଶନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri