ବ୍ରାଜିଲରେ ସ୍ଥିତି ଅସମ୍ଭାଳ, ରଦ୍ଦ ହେଲା ରିଓ କାର୍ନିଭାଲ

ବ୍ରାଜିଲିୟା,୨୪ ।୧: ବ୍ରାଜିଲରେ ଗୋଟିଏ ଦିନରେ ୧.୬୫ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । ଏହି ସମୟରେ ୨୩୮ ଜଣଙ୍କର ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତି କେତେ ଭୟାବହ ତାହା ଏହି ସଂଖ୍ୟାରୁ ସହଜରେ ଅନୁମାନ କରାଯାଇପାରେ । ବ୍ରାଜିଲର ମୋଟ ଜନସଂଖ୍ୟା ୨୧.୨୬ କୋଟି । ଏହା ଭାରତର ରାଜ୍ୟ ଉତ୍ତରପ୍ରଦେଶ ସହ ସମାନ କହିଲେ ଚଳେ । ତେଣୁ ସେଠାରେ ଏତେ ପରିମାଣରେ ସଂକ୍ରମିତ ଓ ମୃତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କାରଣ ଓମିକ୍ରନ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି ।
ସୂଚନାଯୋଗ୍ୟ, ବ୍ରାଜିଲରେ କରୋନା ମହାମାରୀ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ୨.୪ କୋଟି ଲୋକ ସଂକ୍ରମିତ ହୋଇ ସାରିଲେଣି । ୨,୨୨,୮୦୧ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ବି ହେଲାଣି । ଦେଶରେ ପାଖାପାଖି ୧୪.୮୫ କୋଟି ଅର୍ଥାତ୍ ୭୦ ପ୍ରତିଶତ ଲୋକଙ୍କୁ କରୋନା ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ଦିଆ ସରିଲାଣି । ୮୦ ପ୍ରତିଶତ ପାଖାପାଖି କରୋନା ଭ୍ୟାକ୍ସିନର ଗୋଟିଏ ଡୋଜ ନେଇ ସାରିଛନ୍ତି । ସେହିପରି ୧୯.୪ ପ୍ରତିଶତ ବୁଷ୍ଟର ଡୋଜ ନେଲେଣି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦେଖି ରିୟୋ କାର୍ନିଭାଲକୁ ରଦ୍ଦ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯଦିି ସ୍ଥିତିରେ ସୁଧାର ଆସିଲା ତେବେ ଏହି କାର୍ନିଭାଲ ଏପ୍ରିଲରେ ଆୟୋଜନ କରାଯାଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି

ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ...

ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ

ଇସଲମାବାଦ, ୧୮।୪:ପାକିସ୍ଥାନର ବିଭିନ୍ନ ଜିଲାରେ ଘୂର୍ଣ୍ଣିଝଡ ସହ ବର୍ଷାର ତାଣ୍ଡବ। ଏଥିରେ ୩୯ଜଣଙ୍କ ମୃତ୍ୟୁ ଘଟିଛି। ୧୩୫ରୁ ଅଧିକ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ...

CORONAVIRUS UPDATE: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲାର ଜଣେ ଲେଖାଏ...

ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର...

ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୬୩୦ରେ

ବରଗଡ଼ ଅଫିସ,୩୧।୧୦: ବରଗଡ ଜିଲାରେ ଶନିବାର ପୁଣି ୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ମହିଳା ଏବଂ ୩୧...

କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ...

ଏହି ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ

ୟେରେଭାନ୍‌,୨୪।୯:ଆର୍ମେନିଆର ସ୍ପେଣ୍ଡରିଆନରେ ବାସ କରୁଥିବା ଜଣେ ମହିଳାଙ୍କ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ(ସ୍ପଟିକ) ବାହାରୁଛି। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଟନିକ୍‌...

୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ...

Advertisement
Archives

Model This Week