ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର

ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଭଡ଼ାଘରେ ରହନ୍ତି। ରବିବାର ପୂର୍ବାହ୍ନ ୧୦ଟାରେ ଶିଶୁକନ୍ୟା ଜଣକ ଘରେ ଖେଳୁଥିଲେ। ଏହି ସମୟରେ ସେ ଏକା ଥିଲେ। ଏହାର ସୁଯୋଗରେ ତାଙ୍କ ପାଖ ଘରେ ଭଡ଼ା ରହୁଥିବା ମହେଶ୍ୱର ମହାନ୍ତି ଓରଫ ମହି (୩୩) ଶିଶୁକନ୍ୟାଙ୍କୁ ଉଠାଇ ନେଇ ଛାତ ଉପରକୁ ଚାଲିଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ବହୁ ସମୟ ଧରି ଝିଅକୁ ଦେଖିବାକୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଘରର ଏକ କୋଣରେ ଝିଅ ବସି କାନ୍ଦୁଥିବାର ଦେଖିବାକୁ ପାଇ ପଚାରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ତାଙ୍କ ସମ୍ବେଦନଶୀଳ ସ୍ଥାନରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ତେଣୁ ସେମାନେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍ଗିନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ପରିବାରବର୍ଗ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଉଭୟ ପରିବାର ପଡ଼ିଶା ହୋଇଥିବାବେଳେ ମହେଶ୍ୱର ଏଭଳି
ଜଘନ୍ୟ କାଣ୍ଡ ଘଟାଇଥିବା ନେଇ ନାବାଳିକାଙ୍କ ପରିବାରବର୍ଗ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବଳାତ୍କାର ବେଳେ ମହେଶ୍ୱର ମଦ୍ୟପାନ କରିଥିଲେ ବୋଲି ସେମାନେ କହିଛନ୍ତି। ଝିଅକୁ ନ୍ୟାୟ ମିଳୁ ଏବଂ ଅଭିଯୁକ୍ତ କଠୋର ଦଣ୍ଡ ପାଆନ୍ତୁ ବୋଲି ପୀଡ଼ିତାଙ୍କ ମା’ କୋହଭରା କଣ୍ଠରେ କହିଛନ୍ତି। ଏନେଇ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ଅଭିଯୋଗ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଏସ୍‌ପି କନୱର ବିଶାଲ ସିଂ, ଅତିରିକ୍ତ ଏସ୍‌ପି ମିହିର ରଞ୍ଜନ ପଣ୍ଡା ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେଠାରୁ ତଥ୍ୟ ସଂଗ୍ରହ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟ ଓ ସାହିପଡ଼ିଶାଙ୍କୁ ପଚରାଉଚରା କରାଯାଇଛି। ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରି ଫେରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମହେଶ୍ୱରଙ୍କ ପାଖରେ ମୋବାଇଲ ଫୋନ୍‌ ନାହିଁ। ତେଣୁ ମୋବାଇଲ ଫୋନ୍‌ ନମ୍ବର ଟ୍ରେସ୍‌ କରି ତାଙ୍କୁ ଧରିବା ସମ୍ଭବପର ହୋପାରିବନାହିଁ। ତଥାପି ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ପୋଲିସ ଚଢାଉ କରୁଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri