ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ

ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍‌ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ। ୟୁକ୍ରେନରେ ବର୍ତ୍ତମାନ ଥିବା ସରକାରଙ୍କୁ ହଟାଇ ସେଠାରେ ରୁଷିଆ ନିଜ ସପକ୍ଷରେ ଏକ ସରକାର ଗଢ଼ିବାକୁ ଚାହୁଁଛି ବୋଲି ଶନିବାର ବ୍ରିଟେନ ସରକାର ପ୍ରକାଶ କରିଛନ୍ତି। ୟୁକ୍ରେନର ଜଣେ ପୂର୍ବତନ ଲିଡର ୟେଭହେନିୟ ମୁରାୟେଭଙ୍କୁ ଶାସନ ମୁଖ୍ୟ କରିବାକୁ ମସ୍କୋ ଯୋଜନା କରୁଥିବା କୁହାଯାଇଛି। ମୁରାୟେଭ ହେଉଛନ୍ତି ରୁଷିଆ ସପକ୍ଷବାଦୀ ପାର୍ଟି ନାଶିର ମୁଖ୍ୟ। ବର୍ତ୍ତମାନ ୟୁକ୍ରେନ ସରକାରରେ ନାଶି ପାର୍ଟି ନିକଟରେ ଗୋଟିଏ ହେଲେ ବି ଆସନ ନାହିଁ। ତାଙ୍କ ବ୍ୟତୀତ ୟୁକ୍ରେନର ଆଉ କେତେଜଣ ରାଜନେତା ମଧ୍ୟ ରୁଷିଆ ଗୋଇନ୍ଦା ସଂସ୍ଥା ସମ୍ପର୍କରେ ରହିଥିବା ବ୍ରିଟେନ ବୈଦେଶିକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌କୁ ନେଇ ରୁଷିଆ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଗୋଇନ୍ଦା ସୂଚନା ଆଧାରରେ ବ୍ରିଟେନ ସରକାର ଏଳି ଅଭିଯୋଗ ଆଣିଛନ୍ତି।
ଗୋଇନ୍ଦା ସୂଚନା ୟୁକ୍ରେନରେ ଅସ୍ଥିରତା ସୃଷ୍ଟି କରିବାକୁ ରୁଷିଆ କରୁଥିବା ଚକ୍ରାନ୍ତ ଉପରେ ଆଲୋକପାତ କରୁଛି ବୋଲି ବ୍ରିଟେନ ବୈଦେଶିକ ସଚିବ ଲିଜ୍‌ ଟ୍ରୁସ୍‌ କହିଛନ୍ତି। ଏପରି ଆକ୍ରମଣାତ୍ମକ ମନୋଭାବରୁ ରୁଷିଆ ଦୂରେଇ ରହିବାକୁ ଟ୍ରୁସ୍‌ ପରାମର୍ଶ ଦେଇଛନ୍ତି। ଏହା ନ କରି ରୁଷିଆ ୟୁକ୍ରେନ୍‌ରେ ବଳପୂର୍ବବ ଅନୁପ୍ରବେଶ କଲେ ଏକ ବିରାଟ ବଡ଼ ରଣନୈତିକ ଭୁଲ ପାଇଁ ମସ୍କୋକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରୁସ୍‌ କହିଛନ୍ତି। ଅପରପକ୍ଷେ ବ୍ରିଟେନର ଏହି ଅଭିଯୋଗକୁ ରୁଷିଆ ଖଣ୍ଡନ କରିଛି। ବ୍ରିଟେନ ସରକାର ଏଭଳି ମିଥ୍ୟା ପ୍ରଚାର କରି ୟୁକ୍ରେନ ପାଇଁ ସମସ୍ୟା ବଢ଼ାଉଛନ୍ତି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଅଭିଯୋଗ ଆଣିଛନ୍ତି। ବ୍ରିଟେନ ଏଭଳି ଉତ୍ତେଜନାମୂଳକ ପ୍ରଚାରରୁ ନିବୃତ୍ତ ରହୁ ବୋଲି ସେ କହିଛନ୍ତି।

ପୁଟିନ୍‌ଙ୍କୁ ପ୍ରଶଂସା କରି ନୌସେନା ମୁଖ୍ୟ ବିଦା

ୟୁକ୍ରେନ ଓ ରୁଷିଆ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେବା ଜର୍ମାନୀ ନୌସେନା ମୁଖ୍ୟ କେ-ଆଚିମ୍‌ ସ୍କୋନବାକ୍‌ଙ୍କୁ ମହଙ୍ଗା ପଡ଼ିଛି। ସମାଲୋଚନାର ଶିକାର ହେବା ପରେ ଶନିବାର ରାତିରେ ସେ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ଏକ ଥିଙ୍କ-ଟ୍ୟାଙ୍କ ବୈଠକରେ କେ-ଆଚିମ କହିଥିଲେ, ୨୦୧୪ରେ ରୁଷିଆ ଅକ୍ତିଆର କରିଥିବା କ୍ରିମିଆ ଦ୍ୱୀପ ଆଉ କେବେ ୟୁକ୍ରେନକୁ ଫେରିପାରିବ ନାହିଁ। ଏଥିସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ସମ୍ମାନ ଦିଆଯିବା ଉଚିତ ଏବଂ ଏହା ସହଜ ମଧ୍ୟ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଏ ନେଇ ଜର୍ମାନୀ ଦୂତାବାସକୁ ସମନ କରିଥିଲେ। ପରେ ତତ୍କାଳ ପ୍ରଭାବ ସହ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧ କରୁଛନ୍ତି। ସୀମାନରେ ରୁଷିଆ ସୈନ୍ୟ ମୁତୟନ ବଢ଼ାଇ ଚାଲିଥିବାରୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ଜର୍ମାନୀ ନୌସେନା ମୁଖ୍ୟଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?