Posted inRasifala

ରାଶିଫଳ: ଶନିବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ନୀଚାଭିମୁଖୀ ହେତୁ ପାରିବାରିକ କ୍ଷେତ୍ର କଳହଯୁକ୍ତ ରହିବ। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେବେ।
ବୃଷ
ବୃଷ
ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି ସଫଳତା ପାଇପାରିବେ। ପାରଷ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ। ନୂତନ ଯାନବାହନ କ୍ରୟ କରିବା କିମ୍ବା ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ। ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପାରିବାରିକ ସ୍ଥିତି ପୂର୍ବବତ୍‌ ରହିବ କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟିରେ ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ସମସ୍ୟା ସମାଧାନ କରିବାକୁ ଯାଇ ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରିବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘ ଦିନରୁ ସନ୍ଧାନ ପାଉ ନ ଥିବା ତଥା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
ତୁଳା
ତୁଳା
ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସହକର୍ମୀମାନଙ୍କ କୃତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଯାତ୍ରା, ପ୍ରଶାସନ, କଳା ,ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ସମସ୍ୟା ଲାଗି ରହିଥିଲେ ମଧ୍ୟ ଆପଣ ଧୀରପାଣି ପଥର କାଟେ ନୀତିରେ କାମ କରି ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି।
ଧନୁ
ଧନୁ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦପ୍ରମୋଦର ମଉକା ଜୁଟିବ। ପାଖ ପଡ଼ୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର
ମକର
ବୟସ୍କବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ସମସ୍ୟାର ସରଳ ସମାଧାନ ହେବ। କୌଣସି ମୂଲ୍ୟବାନ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଇଚ୍ଛା ନ ଥିଲେ ମଧ୍ୟ ଘରର ବରାଦ ଅନୁଶାରେ ଗୃହୋପକରଣ କ୍ରୟ କରିପାରନ୍ତି।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି କେତେକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ। ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ।
ମୀନମୀନ
ପାରିବାରିକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଆଜି ସାରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ସହ ଆଲୋଚନାରେ ସମୟ କଟାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?