Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‌ ୮ ତାରିଖ – Daily Horoscope

ମେଷ
ରାଶିର ଉଭୟ ପାର୍ଶ୍ୱରେ ପାପଗ୍ରହ ଥିବାରୁ ଅସଜଡ଼ା ପରିବାରର ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିନପାରେ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିବେ। ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ।
ବୃଷ
ବୃଷ
ସପ୍ତମ ସ୍ଥାନରେ କେତୁ ରହିଥିବାରୁ ଯାତ୍ରା ସମୟରେ କୌଣସି ନୀଚଜାତିର ବ୍ୟକ୍ତି ଦ୍ୱାରା ନିନ୍ଦିତ ହୋଇପାରନ୍ତି। ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରିଆସିବ। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
ନିଜ ରାଶିରୁ ରବି ଅଷ୍ଟମ ଭାବରେ ଥିବାରୁ ଆଜି ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତି ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସନ୍ଦେହ ଓ ବୁଝାମଣାର ଅଭାବ ଅଶାନ୍ତିର କାରଣ ହେବ। ଧାର କରଜ କରି କାମ ଚଳାଇବେ। ହରାଇଥିବା ସୁଯୋଗ ଫେରିପାଇବାରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
କର୍କଟ
କର୍କଟ
ଏକାଦଶସ୍ଥ ରାହୁଯୁକ୍ତ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟି କରୁଥିବାରୁ ଅର୍ଥଲାଭ ସହ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରକାଶନ, ପ୍ରଶାସନ, ଯାତ୍ରା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ରବି ଅଷ୍ଟମସ୍ଥ ହୋଇ ସ୍ବାସ୍ଥ୍ୟ ସମସ୍ୟାକୁ ଦ୍ୱିଗୁଣିତ କରିପାରନ୍ତି। କର୍ମକ୍ଷେତ୍ରରେ ଉପର ଅଧିକାରୀଙ୍କ ଦ୍ୱାରା ମାନସିକ ଚାପ ବୃଦ୍ଧି ପାଇବ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟିରେ ଭ୍ରମଣ, ସରକାରୀ କାମ, ଆଇନ ସହାୟତା, ରାଜନୀତି, ପ୍ରଶାସନ ପାଇଁ ଭଲ।
କନ୍ୟା
ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଜନିତ ଟେନ୍‌ସନ ଲାଗି ରହିଲେ ମଧ୍ୟ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଯାତ୍ରା, ଭ୍ରମଣ, କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘ ଦିନରୁ ସନ୍ଧାନ ପାଉନଥିବା ତଥା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
ତୁଳା
ତୁଳା
ଆଜି ଅଷ୍ଟମସ୍ଥ ପାପଗ୍ରହ ପ୍ରଭାବରେ କିଛି ନ କହିଲେ ମଧ୍ୟ ଅନ୍ୟମାନେ ଦୋଷୀ କରିପାରନ୍ତି। ସବୁ ଥାଇ ମଧ୍ୟ ଅଭାବବୋଧ ଲାଗି ରହିବ। ଫେରନ୍ତା ବାଟରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
ବିଛା
ବିଛା
ଗୁରୁଚାନ୍ଦ୍ରି ଯୋଗ ପ୍ରଭାବରେ ଆପଣ କୌଣସି ନୂଆ ଯୋଜନା ପାଇଁ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନରେ ସୁଖଶାନ୍ତି ସହ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି ବନ୍ଧୁଙ୍କୁ ଘର କଥା କହି ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ଭୂମି, ନିର୍ମାଣ, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ରାଶିର ଦୁଇପାର୍ଶ୍ୱରେ ଗ୍ରହ ଥିବା କାରଣରୁ ଅଭିଳଷିତ ଫଳ ପାଇବା ସକାଶେ ହଇରାଣ ହେବାକୁ ପଡ଼ିପାରେ। ଆମୋଦ ପ୍ରମୋଦର ମଉକା ଜୁଟିବ, କିନ୍ତୁ ମନ ଭଲ ନ ଥିବାରୁ ଉପଭୋଗ୍ୟ ହୋଇପାରିବ ନାହିଁ। ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର
ମକର
ଧନଭାବସ୍ଥ ବୃହସ୍ପତି ଯୋଗୁ ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ। ସାଙ୍ଗସାଥୀ, ପାଖ ପଡ଼ୋଶୀ ତଥା ନିକଟ ସମ୍ପର୍କୀୟଙ୍କ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ମନ ଦେଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। କୌଣସି ମୂଲ୍ୟବାନ୍‌ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ମୁଖଭାଗରେ ରବି ଓ ବୁଧ ଅବସ୍ଥାନ କରିଥିବାରୁ ସତ୍ୟ ପ୍ରକାଶ କରି ବନ୍ଧୁଙ୍କ ବିରାଗ ଭାଜନ ହେବେ। ଧନହାନି ଘଟିବା ସହ ହାତ, ପାଦରେ ଆଘାତ ଲାଗିପାରେ। ସହକର୍ମୀ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି। ନିଜ ପରିସରସ୍ଥ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।
ମୀନମୀନ
ରାଶିରେ ଏକାଧିକଗ୍ରହ ସାଙ୍ଗକୁ ଶନିଙ୍କ ଦୃଷ୍ଟିରୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ନୂତନ ସମସ୍ୟା ସୃଷ୍ଟି କରିବ। କେତେକ କ୍ଷେତ୍ରରେ ବାରମ୍ବାର ଅସଫଳ ହେବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?