Posted inଖେଳ

କିଏ ସେ ଭେଙ୍କଟେଶ, ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୭।୪: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ୨୬ ବର୍ଷୀୟ ଏହି ଖେଳାଳି ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ। ଆସନ୍ତା ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି ଭେଙ୍କଟେଶ। ନିକଟରେ ଅଭ୍ୟାସ ମ୍ୟାଚ୍‌ ସମୟରେ ସେ ଭଲ ଖେଳିବା ସହ ୩ ଉଇକେଟ ନେଇଥିଲେ।

ତେବେ ଭେଙ୍କଟେଶଙ୍କ ପିଲାଦିନ ଇନ୍ଦୋରର ଏକ ସାଧାରଣ ପରିବାରରେ ବିତିଛି। ପିଲାଟିବେଳୁ ସେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ସାତ-ଆଠ ବର୍ଷ ପରେ ସେ ଏହାକୁ ବୃତ୍ତିଗତ ଭାବେ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୧୦ ବର୍ଷ ବୟସରେ ସେ କ୍ରିକେଟ କ୍ଲବରେ ଯୋଗ ଦେଇଥିଲେ। ଧିରେ ଧିରେ କ୍ରିକେଟ ପ୍ରେମରେ ସେ ପଡ଼ିଯାଇଥିଲେ। ଖେଳିବା ବେଳେ ମଜା ଲାଗିବା କାରଣରୁ ସେ କ୍ୟାରିୟର କରିବାକୁ ନିଶ୍ଚିତ କରିଥିଲେ ବୋଲି ଭେଙ୍କଟେଶ କୁହନ୍ତି। ଭେଙ୍କଟେଶ ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ଏବଂ ଇଂଲଣ୍ଡର ପୂର୍ବ ଅଧିନାୟକ ଏଲେଷ୍ଟର କୁକଙ୍କୁ ନିଜର ପ୍ରେରଣା ବୋଲି ଭାବନ୍ତି।

ଅଣ୍ଡର-୧୯ ଦଳ ପାଇଁ ସେ ଉଇକେଟକିପର ଭାବେ କାମ କରୁଥିଲେ। ଏଣୁ ସେ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଥିଲେ। ହେଲେ ଏକଦା ମ୍ୟାଚ୍‌ରେ ସେ ବୋଲିଂ କରିଥିଲେ। ପରେ ସେ ଅଭ୍ୟାସ କରି ସଫଳ ବୋଲର ପାଲଟିଥିଲେ। ଉକ୍ତ ମ୍ୟାଚ୍‌ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ବୋଲି ସେ କୁହନ୍ତି। ଏବେ ସେ ଅଲରାଉଣ୍ଡର ପାଲଟିଛନ୍ତି। ପଡ଼ିଆରେ ତାଙ୍କର ଫାଇଦା କେକେଆର୍‌ ଉଠାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri