Posted inଖେଳ

କିଏ ସେ ଭେଙ୍କଟେଶ, ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୭।୪: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ୨୬ ବର୍ଷୀୟ ଏହି ଖେଳାଳି ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ। ଆସନ୍ତା ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି ଭେଙ୍କଟେଶ। ନିକଟରେ ଅଭ୍ୟାସ ମ୍ୟାଚ୍‌ ସମୟରେ ସେ ଭଲ ଖେଳିବା ସହ ୩ ଉଇକେଟ ନେଇଥିଲେ।

ତେବେ ଭେଙ୍କଟେଶଙ୍କ ପିଲାଦିନ ଇନ୍ଦୋରର ଏକ ସାଧାରଣ ପରିବାରରେ ବିତିଛି। ପିଲାଟିବେଳୁ ସେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ସାତ-ଆଠ ବର୍ଷ ପରେ ସେ ଏହାକୁ ବୃତ୍ତିଗତ ଭାବେ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୧୦ ବର୍ଷ ବୟସରେ ସେ କ୍ରିକେଟ କ୍ଲବରେ ଯୋଗ ଦେଇଥିଲେ। ଧିରେ ଧିରେ କ୍ରିକେଟ ପ୍ରେମରେ ସେ ପଡ଼ିଯାଇଥିଲେ। ଖେଳିବା ବେଳେ ମଜା ଲାଗିବା କାରଣରୁ ସେ କ୍ୟାରିୟର କରିବାକୁ ନିଶ୍ଚିତ କରିଥିଲେ ବୋଲି ଭେଙ୍କଟେଶ କୁହନ୍ତି। ଭେଙ୍କଟେଶ ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ଏବଂ ଇଂଲଣ୍ଡର ପୂର୍ବ ଅଧିନାୟକ ଏଲେଷ୍ଟର କୁକଙ୍କୁ ନିଜର ପ୍ରେରଣା ବୋଲି ଭାବନ୍ତି।

ଅଣ୍ଡର-୧୯ ଦଳ ପାଇଁ ସେ ଉଇକେଟକିପର ଭାବେ କାମ କରୁଥିଲେ। ଏଣୁ ସେ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଥିଲେ। ହେଲେ ଏକଦା ମ୍ୟାଚ୍‌ରେ ସେ ବୋଲିଂ କରିଥିଲେ। ପରେ ସେ ଅଭ୍ୟାସ କରି ସଫଳ ବୋଲର ପାଲଟିଥିଲେ। ଉକ୍ତ ମ୍ୟାଚ୍‌ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ବୋଲି ସେ କୁହନ୍ତି। ଏବେ ସେ ଅଲରାଉଣ୍ଡର ପାଲଟିଛନ୍ତି। ପଡ଼ିଆରେ ତାଙ୍କର ଫାଇଦା କେକେଆର୍‌ ଉଠାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯...

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ

କଟକ ଅଫିସ,୧୪ା୧୨- ବାରବାଟୀ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଆସନ୍ତା ମାର୍ଚ୍ଚରେ ଏଠାରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ମ୍ୟାଚ୍‌ ଆୟୋଜନ...

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ...

ଭାରତର କୋରିଆ ବ୍ୟାଡମିଣ୍ଟନ୍‌ କୋଚ୍‌ କିମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪।୯(ପି.ଟି.)- ଭାରତୀୟ ସିଙ୍ଗଲ୍ସ ମହିଳା ବ୍ୟାଡମିଣ୍ଟନ କୋଚ୍‌ ତଥା ପି.ଭି. ସିନ୍ଧୁଙ୍କ ବିଦେଶୀ କୋଚ୍‌ କିମ୍‌ ଜି ହ୍ୟୁନ୍‌ ଇସ୍ତଫା ଦେଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ...

ମିରାନଚୁକ୍‌ଙ୍କ ଗୋଲରେ ଜିତିଲା ରୁଷିଆ

ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍‌ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ...

ଟ୍ରାକ୍‌ ଏସିଆ କପ୍‌ : ସାଇକ୍ଲିଂ ଜାତୀୟ ରେକର୍ଡ ସହ ବ୍ରୋଞ୍ଜ ଜିତିଲେ ସ୍ବସ୍ତି

କଟକ ଅଫିସ, ୧୨ା୯-  ଓଡ଼ିଶାର ସ୍ବସ୍ତି ସିଂ ଟ୍ରାକ୍‌ ଏସିଆ ଅନ୍ତର୍ଜାତୀୟ ସାଇକ୍ଲିଂ ପ୍ରତିଯୋଗିତାରେ ନୂଆ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିବା ସହ ବ୍ରୋଞ୍ଜ ପଦକ...

କିନ୍ନରଙ୍କୁ ମହିଳା ଆଥଲେଟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ମନା…

ଓ୍ବାଶିଂଟନ,୨୫।୩ : ଅନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥା ୱାଲର୍‌ଡ ଆଥଲେଟ କିନ୍ନର ମହିଳାମାନଙ୍କୁ ଟ୍ରାକ ଏବଂ ଫିଲ୍ଡ କ୍ରୀଡ଼ାରେ ଭାଗ ନେବାକୁ ବାରଣ କରିଛନ୍ତି। ୱାଲର୍‌ଡ ଆଥଲେଟ...

Advertisement
Archives

Model This Week