Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୬ ତାରିଖ – Daily Horoscope

ମେଷ
ଶୁଭଭାବରେ ଚନ୍ଦ୍ରଥିବାରୁ ବନ୍ଧୁଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମି, ଗାଡ଼ିମୋଟର କିଣାବିକାରେ ସମସ୍ୟା ଉପୁଜିପାରେ। ପିଲାମାନଙ୍କ ଶିକ୍ଷା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିପାରନ୍ତି। କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ ଚଳଚ୍ଚିତ୍ର କାର୍ଯ୍ୟରେ ମନୋନିବେଶ କରିପାରନ୍ତି।
ବୃଷ
ବୃଷ
ସମ୍ପର୍କୀୟଙ୍କ ସାହାଯ୍ୟ ପାଇ କାମଗୁଡ଼ିକ ସହଜରେ ସମ୍ପନ୍ନ କରିପାରିବେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇ କିଛି ସମୟ ଅଟକି ରହିଯାଇପାରନ୍ତି। ଶୁକ୍ରଙ୍କ ପ୍ରଭାବରୁ ଶାସ୍ତ୍ରାନୁଶୀଳନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତିରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ।
କର୍କଟ
କର୍କଟ
ଭାଗ୍ୟସ୍ଥ ଗୁରୁ ଗୌରବାନ୍ବିତ କରାଇବାର ପରିବେଶ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ଗୃହୋପଯୋଗୀ ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ନିର୍ମାଣ, ପ୍ରକାଶନ, ପ୍ରଶାସନ ଓ ସାଂଗଠନିକ କାର୍ଯ୍ୟ ସମସ୍ୟାବହୁଳ ରହିବ।
ସି˚ହ
ସି˚ହ
ତୃତୀୟଭାବକୁ ରାହୁମଙ୍ଗଳ ଦୃଷ୍ଟିରୁ ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେଇପାରେ। ଆମତ୍ୀୟମାନେ କଡ଼ା ସମାଲୋଚନା କରିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ସତର୍କ ନ ରହିଲେ ଜିନିଷ ହଜିଯାଇପାରେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗିତା କ୍ଷେତ୍ରରେ ଉନ୍ନତି କରିବେ।
କନ୍ୟା
ଦେହ ଓ ମନ ଚନ୍ଦ୍ରଙ୍କ ରାଶ୍ୟାବସ୍ଥାନରୁ ଭଲ ରହିବ। କର୍ମକ୍ଷେତ୍ରରେ ଅନ୍ୟର କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପରିବାର ସଦସ୍ୟଙ୍କର ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ଚିତ୍ରା ନକ୍ଷତ୍ର କିନ୍ତୁ ରୋଗର ପୀଡ଼ାର ପ୍ରାଦୁର୍ଭାବଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଅଷ୍ଟମସ୍ଥ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ ପ୍ରତି ଆକୃଷ୍ଟ କରାଇବେ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ମନ ଅଶାନ୍ତ ହୋଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଅବଶ୍ୟ ଲାଭବାନ୍‌ ହେବେ।
ବିଛା
ବିଛା
କେତୁଙ୍କ କୁପ୍ରଭାବରୁ ପ୍ରତ୍ୟେକ କାମ ବ୍ୟୟବହୁଳ ହେବ କିନ୍ତୁ ସଫଳତା ପାଇବେ। ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ।
ଧନୁ
ଧନୁ
ପରିବାରରେ ଅଶାନ୍ତର ବାତାବରଣ ବୃହସ୍ପତିଙ୍କ ସୁପ୍ରଭାବରୁ ଦୂରହେବା ସଙ୍ଗକୁ ସୁସ୍ଥ ବାତାବରଣ ସୃଷ୍ଟି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି ପାଇବାକୁ ଥିବା ବିଷୟ ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପର କଥା ଶୁଣି ନିଜ ଲୋକମାନଙ୍କୁ ସନ୍ଦହ କରି୍‌ପାରନ୍ତି।
ମକର
ମକର
ଚତୁର୍ଥସ୍ଥ ପାପଗ୍ରହ ପାରିବାରିକ କ୍ଷେତ୍ରର ସୁସ୍ଥ ବାତାବରଣକୁ କଳୁଷିତ କରିଦେଇପାରନ୍ତି। ଆର୍ଥିକ ଅଭାବ କାମକୁ ସଙ୍କୁଚିତ କରିଦେଇପାରେ। ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସାମୟିକ ଆଶ୍ୱସ୍ତି ଲାଭ କରିବେ। ଶିକ୍ଷା, ପରୀକ୍ଷା, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ଯୋଗୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଭାବପ୍ରବଣ ନ ହୋଇ ନିଜକୁ ନିୟନ୍ତ୍ରଣରେ ରଖିଲେ ଉପକାର ମିଳିବ। ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ତଥା ପରିବହନ ସକାଶେ ଦିନଟି ଭଲ। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଚୁକ୍ତିପତ୍ର ପାଇଁ ଟଣାଓଟରା ଲାଗିପାରେ।
ମୀନମୀନ
ଶୁକ୍ରଙ୍କ କେନ୍ଦ୍ରାବସ୍ଥାନରୁ ପାରିବାରିକ,ସାମଜିକ ଓ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସଜାଗ ନ ରହିଲେ ଅନୁତାପ କରିବାକୁ ପଡ଼ିପାରେ। ଶନିଯୁକ୍ତ ଚନ୍ଦ୍ର ଜନିତ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?