Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୬ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ରର ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ପର ଲୋକଙ୍କ ସାହାଯ୍ୟ, ସହଯୋଗ କାମକୁ ଆସିବ। ଆନୁଷ୍ଠାନିକ କାମରେ ଜମା ଭଲସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ସମାଲୋଚନା ଶୁଣିବାକୁ ପଡ଼ିପାରେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ପାଇଁ ପ୍ରତ୍ୟେକ କାମରେ ସମସ୍ୟା ଲାଗି ରହିବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଶିକ୍ଷା, ପରୀକ୍ଷା, ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ। ଜମିଜମା କାରବାର, କୃଷି, ବାଣିଜ୍ୟ, ନିର୍ମାଣ ପ୍ରଭୃତି ବାଧାପ୍ରାପ୍ତର ସୂଚନା ରହିଛି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ।
ମିଥୁନ
ମିଥୁନ
ପୁନର୍ବସୁର କର୍ମ ପରିସର ବୃଦ୍ଧି କାରଣରୁ ସାମାନ୍ୟତମ ଅବସର ପାଇବେ ନାହିଁ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ, ନିର୍ମାଣ, ବାଣିଜ୍ୟ ଓ ପରିବହନରେ ଅସୁବିଧା ହେବ ନାହିଁ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଦବ୍ର୍ୟ ନଷ୍ଟ ହୋଇପାରେ। ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ରର କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କ ମନ ମୋହି କାମ ହାସଲ କରିବେ। ପ୍ରଶାସନିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିବେ। ସଭାସମିତି, ପ୍ରକାଶନ, ସାହିତ୍ୟ ଚର୍ଚ୍ଚା,ସାମ୍ବାଦିକତା,କଳା, ବିଜ୍ଞାନ, କାରିଗରି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ମନ ଅନୁଯାୟୀ କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଜି ଯାହାକୁ ଯାହା କହିବେ ସେମାନେ ଅସ୍ବୀକାର କରିବେ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ନୂତନ ବନ୍ଧୁତ୍ୱ ସୃଷ୍ଟି ସହ ପ୍ରଶାସନିକ ସଫଳତା ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ ପ୍ରତିଯୋଗିତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ।
କନ୍ୟା
ହସ୍ତା ନକ୍ଷତ୍ର ସକାଶେ ପାରିବାରିକ ସହଯୋଗ, ସହକର୍ମୀଙ୍କ ସହାନୁଭୂତି, ମନରେ ନୂତନ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଦୂର ଯାତ୍ରାରୁ ସୁଫଳ ମିଳିବ। ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ପରୋକ୍ଷ ଶତ୍ରୁତା, ସାମୟିକ ସ୍ବାସ୍ଥ୍ୟହାନି ଓ ବନ୍ଧୁଙ୍କ ସହ ମତାନ୍ତର ଚିତ୍ରା ନକ୍ଷତ୍ର ସକାଶେ ଦେଖାଦେଇପାରେ। ଅର୍ଥାଭାବ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ବିଛା
ବିଛା
ଅନୁରାଧା କୌଣସି ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। କୃଷି, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ସଫଳ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରୁ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା, ଧନହାନି, ଜମିଜମା ବିବାଦ, ବକେୟା ପ୍ରାପ୍ତିରେ ବାଧା ଦୁଶ୍ଚିନ୍ତାର କାରଣ ହୋଇପାରେ।
ଧନୁ
ଧନୁ
ଅନ୍ୟମାନଙ୍କ ମାନସିକ ଆବେଗକୁ ନ ବୁଝିବା କାରଣରୁ ସେମାନଙ୍କ ନିକଟରୁ ଦୂରେଇଯିବେ। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହାର ବିଶେଷ କୁପ୍ରଭାବର ସମ୍ଭାବନା ନାହିଁ। କର୍ମକ୍ଷେତ୍ରରେ,ସଭାସମିତିରେ, ବନ୍ଧୁ ମିଳନରେ ନିଜର ପ୍ରାଧାନ୍ୟକୁ ଜାହିର୍‌ କରିପାରିବେ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ଭଲ।
ମକର
ମକର
ସ୍ବାସ୍ଥ୍ୟୋନ୍ନତି, ଆର୍ଥିକ ପ୍ରଗତି, ନୂତନ ବନ୍ଧୁ ସମ୍ପର୍କଜନିତ ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଏକ ଭିନ୍ନ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଧନିଷ୍ଠା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହୁଥିବା ହେତୁ ନିଜ ଲୋକଙ୍କୁ ଏଥିପାଇଁ ଦାୟୀ କରିପାରନ୍ତି। ଶତଭିଷା କୌଣସି ମୂଲ୍ୟବାନ୍‌ ଜିନିଷ କ୍ରୟ ସକାଶେ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ନିଜର ଅନ୍ୟମନସ୍କତାକୁ ନେଇ ଯୁକ୍ତିତର୍କର ସମ୍ମୁଖୀନ ହେବେ। କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ।
ମୀନମୀନ
କ୍ରମଶଃ ଜଞ୍ଜାଳର ପରିସର ବୃଦ୍ଧି ପାଇବାଜନିତ ମାନସିକ ଚାପରେ ପୀଡ଼ିତ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ସାମାଜିକ ଜୀବନରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବା ହେତୁ ସାମୟିକ ଖୁସି ଅନୁଭବ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ଦିଗରେ ନୂତନ ପନ୍ଥା ଅବଲମ୍ବନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ମାନସିକ ଅସ୍ଥିରତା ଲାଗିରହିବ। ଗ୍ରହଚକ୍ରରେ ତିନୋଟି ଗ୍ରହ ନୀଚାଂଶରେ ରହିଥିବାରୁ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ର, ବ୍ୟବସାୟିକ…

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?