Posted inଜାତୀୟ

ଅଫିସରଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ବଞ୍ଚିକି ଫେରିଛି

ଚଣ୍ଡିଗଡ,୫।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଢିଲା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଫିସରଙ୍କୁ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଦେବ ମୁଁ ଜୀବନ୍ତ ଫେରି ଆସିପାରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ପଞ୍ଜାବର ଫିରୋଜପୁରରେ ଏକ ବଡ ସମାବେଶ କରିବାର ଥିଲା। କିନ୍ତୁ ବିକ୍ଷୋଭକାରୀ କୃଷକମାନେ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କର ଗାଡିକୁ ଅଟକାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେଠାରୁ ଫେରିଆସିଥିଲେ। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି। ଏହା ବ୍ୟତୀତ ଭାଜପା ସଭାପତି ଜେପି ନଡ୍ଡା ଟୁଇଟ୍‌ କରି ପଞ୍ଜାବ ସରକାରଙ୍କ ଉପରେ ବଡ ପ୍ରଶ୍ନ ଉଠାଇଛନ୍ତି। ନଡ୍ଡା କହିଛନ୍ତି ଯେ, ଏହା ଏକ ଦୁଃଖର ବିଷୟ ଯେ ପଞ୍ଜାବ ପାଇଁ ହଜାରେ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରଦ୍ଦ ହୋଇଛି। ରାଜ୍ୟ ପୋଲିସ ଲୋକଙ୍କୁ ରାଲିରେ ଯୋଗ ନ ଦେବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଫୋନରେ କଥା ହେବାକୁ କିମ୍ବା ଏହାର ସମାଧାନ କରିବାକୁ ମନା କରି ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନରେ ଚାଇନାର ଗୁପ୍ତଚର ଜାହାଜ

ଚେନ୍ନାଇ,୨ା୯: ଭାରତର ସ୍ଥଳଭାଗ ପରେ ଜଳପଥରେ ଅନୁପ୍ରବେଶ କରୁଛି ଚାଇନା। ଭାରତୀୟ ମହାସାଗର କ୍ଷେତ୍ର (ଆଇଓଆର୍‌)ରେ ଚାଇନାର ଆଡ୍‌ଭାନ୍ସ ସର୍ଭିଲାନ୍ସ ଜାହାଜ ପ୍ରବେଶ କରି ନୌସେନାର...

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ...

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ...

ସ୍ବାମୀଙ୍କର ଏହି ପଦିଏ କଥାରେ ଭିଡିଓ ପ୍ରସ୍ତୁତ କରି ଜୀବନ ହାରିଲେ ସ୍ତ୍ରୀ

ଅହମ୍ମଦାବାଦ,୨୭।୨: ଅହମ୍ମଦାବାଦର ଆୟେଶା ନାମକ ଜଣେ ମହିଳା ଆତ୍ମହତ୍ୟା ପୂର୍ବରୁ ଭିଡିଓ ଏକ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ...

ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ...

ଟିଆର୍‌ପି ଦୁର୍ନୀତି: ୧୨ ସପ୍ତାହ ପାଇଁ ରେଟିଙ୍ଗ୍ସ୍‌ ଜାରି ବନ୍ଦ କଲା ବାର୍କ

ନୂଆଦିଲ୍ଲୀ, ୧୫।୧୦: ଟିଆର୍‌ପି ଦୁର୍ନୀତି ନେଇ ଦେଶରେ ଛକାପଞ୍ଝା ଜାରି ରହିଛି। ଏପରିସ୍ଥଳେ ବ୍ରୋଡ୍‌କାଷ୍ଟ୍‌ ଅଡିଆନ୍ସ୍‌ ରିସର୍ଚ୍ଚ କାଉନସିଲ୍‌(ବାର୍କ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ସର୍ବନିମ୍ନ ଇପିଏଫ୍‌ ପେନସନ ୯,୦୦୦ କରିବାକୁ ଯୋଜନା…

ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି।...

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ...

Advertisement
Archives

Model This Week