Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ନେବେ । ବିଶେଷ ବୁଲାବୁଲି କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, ପ୍ରଶାସନିକ ସେବା,କ୍ରୀଡ଼ା ,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବହୁତ କାମ ହାତକୁ ନେବା ଦ୍ୱାରା ଟେନସନ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା, ସାହିତ୍ୟ, ଆଲୋଚନା, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ବ୍ୟବସାୟିକ ସ୍ଥିତି ଭଲ ରହିବ।
ମିଥୁନ
ମିଥୁନ
ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ଆରଦ୍ରା ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶାା କରିପାରନ୍ତି।
କର୍କଟ
କର୍କଟ
ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବ୍ୟବସାୟ ଓ ନିର୍ମାଣ,ପରିବହନରେ ସଫଳତା ହାସଲ କରିବେ। ପରିବାରର ଆବଶ୍ୟକତା ଅନୁସାରେ ବିଳାସ ଉପକରଣ କିଣିପାରନ୍ତି।
ସି˚ହ
ସି˚ହ
ଆଜି ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ନିକଟସ୍ଥ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ। ମାତ୍ର ଆପଣ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଚିତ୍ରା ନକ୍ଷତ୍ର ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ସାଧାରଣ କଥାକୁ ମଧ୍ୟ ଜଟିଳ ଆକାରରେ ଗ୍ରହଣ କରିବେ । ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ। ନିଜର ବେକାରିଆ ଭାଇଙ୍କ ପାଇଁ ଦୁଃଶ୍ଚିନ୍ତା ବୃଦ୍ଧି ପାଇବ ।
ତୁଳା
ତୁଳା
ବିଭିନ୍ନ ଯୋଜନାର କାମ ହାତକୁ ନେବେ ଏବଂ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ । ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉସତ୍ାହିତ ହେବେ। ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ, ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବ । ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବ।
ବିଛା
ବିଛା
ଆପଣଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଅନୁରାଧା ନକ୍ଷତ୍ରର ମାନସିକସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୁରୁଣା କଥାକୁ ବେଶି ଦୋହରାଇଲେ ଓଲଟା ଫଳ ପାଇବେ ।
ଧନୁ
ଧନୁ
ପାରିବାରିକ ଦୁଶ୍ଚିନ୍ତା ବଢ଼ିଯିବା ଦ୍ୱାରା କାମଗୁଡ଼ିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ। ସଭାସମିତିରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।
ମକର
ମକର
ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
କୁମ୍ଭ
କୁମ୍ଭ
ସାଧାରଣ କଥାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ, କିନ୍ତୁ ପ୍ରତିବନ୍ଧକ ଲାଗିରହିବ। ଭୁଲ୍‌ ବୁଝାମଣା ଓ ସନ୍ଦେହ ଜନିତ କାର୍ଯ୍ୟକଳାପକୁ ନେଇ ପରିବାରରେ ଝଡ଼ ଉଠିପାରେ। ପଡ଼ୋଶୀ ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି। ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ। ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ତରବରିଆ ଭାବେ କୈାଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?