Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ
ଆଜି ଏକାଦଶରେ ଶନି ସହ ଚନ୍ଦ୍ର ସଂଯୋଗ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବେ। ନିକଟ ସମ୍ପର୍କୀୟମାନଙ୍କ ସାଦର ସମ୍ବର୍ଦ୍ଧନାରୁ ଖୁସି ରହିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ରକରି ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନିକ କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁଙ୍କ ସହଯୋଗ ଫଳରେ ଭ୍ରାତୃବିବାଦ ତୁଟିଯିବ। ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତ, ନତୁବା ହଜିଯିବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇପାରିବ। ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର ପ୍ରକୃତ ଉଦ୍ଦେଶ୍ୟକୁ ବୁଝିପାରିବେ ନାହିଁ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନବଳାଇ କର୍ମମୁଖର ହୋଇପାରନ୍ତି।
କର୍କଟ
କର୍କଟ
ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ଆଜି ବାସ୍ତବରେ ସେମିତି କିଛି ହେବନି। ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ କାରଣରୁ କାମ ସ୍ଥଗିତ ରହିଯାଇପାରେ। ଅଫିସରେ ଉପରିସ୍ଥଙ୍କ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡିବ। ପରିବାରରେ ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିବେ।
ସି˚ହ
ସି˚ହ
ପାରିବାରିକ ପରିସ୍ଥିତି ମନ୍ଦ ହେବନି। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, ଯାହାକି କାର୍ଯ୍ୟର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିବ। ତଥାପି ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇପାରନ୍ତି। କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ପରିବାର ସହମତି ବିନା ବନ୍ଧୁଙ୍କ ପରାମର୍ଶରେ କୌଣସି କାମ ସକାଶେ ମନ ବଳାଇପାରନ୍ତି। ଖଳ ଲୋକଙ୍କ କଥାରେ ଭୁଲ୍‌ ମାର୍ଗ ଅନୁସରଣ କଲେ ହଇରାଣ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇପାରନ୍ତି।
ତୁଳା
ତୁଳା
ବନ୍ଧୁଙ୍କ ସହ ଆଲୋଚନା ପ୍ରସଙ୍ଗରେ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ବ୍ୟଥିତ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସାମ୍ବାଦିକତାରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ। କଳା, ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ଦୋଷଯୁକ୍ତ ମନ୍ତବ୍ୟ ଦେଇପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ ନ ରହି ଯାନବାହନରେ ସତର୍କତା ରକ୍ଷା କରନ୍ତୁ। ବାକି ରହିଥିବା ଟଙ୍କା ପାଇବାରେ ଆଜି କୌଣସି ପ୍ରକାର ଅସୁବିଧା ହେବ ନାହିଁ।
ମକର
ମକର
ମାନସିକ ଅଶାନ୍ତି ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରରେ ଶାନ୍ତି ଫେରିଆସିବ। ରପତ୍ାନି କାରବାର, ନିର୍ମାଣ, ପରିବହନ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ସମାଧାନ ସକାଶେ ଚେଷ୍ଟା ଅବ୍ୟାହତ ରଖିଲେ ସଫଳତା ପାଇବେ। ଜମିଜମା କିମ୍ବା କଚେରି ମାମଲାରେ ଆଶାଜନକ ଫଳ ମିଳିପାରେ। ଜମି କିଣାବିକା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ।
ମୀନମୀନ

ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri