Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ
ଧନସ୍ଥାନରେ ମଙ୍ଗଳ ହେତୁ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ଘରର ବାକି କାମକୁ ଅଗ୍ରାଧିକାରଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବାଧ୍ୟ ହେବେ। ସବିଶେଷ ଆଲୋଚନା ପୂର୍ବକ ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇ ପାରନ୍ତି।
ବୃଷ
ବୃଷ
ଆଜି ସକାଳୁ କୌଣସି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଫିସ କାମରେ ବ୍ୟସ୍ତ ରହି ଘରୁ ବରାଦ ପାଇଥିବା ଜିନିଷଟି ନେବା ସକାଶେ ଭୁଲିଯାଇ ପାରନ୍ତି। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ମଙ୍ଗଳଜନିତ ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ
ମିଥୁନ
ଜଣେ ବନ୍ଧୁଙ୍କ ନିକଟରୁ କୌଣସି ଖବର ଆପଣଙ୍କୁ ଅଭିଭୂତ କରିପକାଇବ। ଦୀର୍ଘଦିନର ସମସ୍ୟାର ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ଓ ଏଥି ସକାଶେ ସ୍ତ୍ରୀଙ୍କୁ ଦାୟୀ କରି ବିଭିନ୍ନ ପ୍ରକାରର କଥା କହିପାରନ୍ତି। ସପ୍ତମସ୍ଥ ବୁଧ ହେତୁ ବନ୍ଧୁ ଦୃଢ଼ପ୍ରତିଶ୍ରୁତି ଦେଇ ମନକୁ ଖୁସି କରିପାରନ୍ତି।
କର୍କଟ
କର୍କଟ
ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ଅତ୍ୟାବଶ୍ୟକ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପର୍ଣ୍ଣ ହେବା କଷ୍ଟକର ହୋଇପଡିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି କରିପାରେ।
ସି˚ହ
ସି˚ହ
ଦିନଟି ବହୁତ ଭଲରେ ଅତିବାହିତ ହେବ। ତଥାପି ତୃତୀୟସ୍ଥ କେତୁ ପ୍ରଭାବରୁ ସବୁ ପାଇଲେ ମଧ୍ୟ ଏଥିପାଇଁ ବହୁତ ମେହେନତ କରିବାକୁ ପଡିବ। କେତେକ କ୍ଷେତ୍ରରେ ଅନୁତାପ କରିବେ ସିନା କିଛି ଲାଭ ମଧ୍ୟ ହେବନି। ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ମୁଖଭାବରେ କବନ୍ଧଗ୍ରହ ଯୋଗୁ କୌଣସି କାମରେ ଭୂମିକା ନ ଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହେବେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ଦିଗରେ ଆପଣଙ୍କ କେତେକ ବନ୍ଧୁ ଖୋରାକ ଯୋଗାଇବେ। ହଠାତ୍‌ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। କଳା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶନି ଯୁକ୍ତ ଶୁକ୍ର ହେତୁ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହିପାରନ୍ତି। ଆର୍ଥିକ ଦିଗଟି ଦୁର୍ବଳ ରହିଥିବାରୁ ସବୁ କାମରେ ପଛେଇ ଯିବେ।
ବିଛା
ବିଛା
ରାଶ୍ୟାଧିପ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ମନ କଥା ମନରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
ଏକାଧିକ ଗ୍ରହ ରାଶିସ୍ଥ ଯୋଗୁ ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଅଧିକାଂଶ ସମୟ ବିବାଦ ଓ ରାଗରୁଷାରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ ଠିକ୍‌ ହେବ ନାହିଁ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି।
ମକର
ମକର
ରାଶିକୁ ଚନ୍ଦ୍ର ଓ ବୃହସ୍ପତି ଦେଖୁଥିବାରୁ ହାତକୁ ନେଇଥିବା କାମଟି ସହଜରେ ସମ୍ପନ୍ନ ହୋଇଯିବ। ଧନିଷ୍ଠା ନକ୍ଷତ୍ରର ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ନିକଟ ସମ୍ପର୍କୀୟ ବନ୍ଧୁଙ୍କଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଚିନ୍ତାକରିଥିବା କୌଣସି ନୂତନ ବନ୍ଧଙ୍କ ସହ ସମ୍ପର୍କ ସ୍ଥାପନ ହେବାର ଆଶା ରହିଛି। ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବେ। କିଛି ନ ବୁଝି କାହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଶୁଭଗ୍ରହ ପ୍ରଭାବରେ ପ୍ରେସ୍‌, ପବ୍ଲିକେଶନ, ଆଇନ ଅଦାଲତ, ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ।
ମୀନମୀନ
ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ ଦିଗରୁ ବହୁବିଧ ସମ୍ମାନର ଅଧିକାରୀ ହେବେ। ଆକସ୍ମିକ ଭାବେ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ଆମନ୍ତ୍ରିତ ହୋଇ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ମାତି ରହିପାରନ୍ତି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?