Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ବହୁଦିନରୁ ବାରମ୍ବାର ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। କିନ୍ତୁ ଚନ୍ଦ୍ରଙ୍କ ସାଙ୍ଗରେ ଶନି ରହିଥିବା କାରଣରୁ ବନ୍ଧୁ ଭଲ କଥାକୁ ଭେଲ ମନେ କରିବେ। ପ୍ରତ୍ୟୁଷ ଯାତ୍ରା, ପ୍ରକାଶନ, ଆଇନ, ଅଦାଲତ ଓ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ଅନଟନ ଲାଗିରହିବା ହେତୁ ମାନସିକ ସ୍ତରରେ ଅଶାନ୍ତ ରହିବେ।
ବୃଷ
ବୃଷ
ରବି, ବୁଧ ଓ ଶୁକ୍ରଙ୍କ ଦୃଷ୍ଟି ରାଶି ପ୍ରତି ରହିଥିବାରୁ ମନ ପ୍ରଫୁଲ୍ଲ ରହିବ ଏବଂ ବିଳାସବ୍ୟସନ ଦିଗରେ ଆକୃଷ୍ଟ ହେବେ। ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। କୌଣସି ବିଜାତୀୟ ବ୍ୟକ୍ତିବିଶେଷଙ୍କ ବିରୋଧାଭାସରୁ ଅପମାନିତ ହୋଇପାରନ୍ତି। ରୋହିଣୀ ନକ୍ଷତ୍ର ନିଜର ଇଚ୍ଛା ଅନୁଯାୟୀ କର୍ମରେ ପ୍ରବୃତ୍ତ ହେବେ।
ମିଥୁନ
ମିଥୁନ
ଆଜି ଷଷ୍ଠାଧିପତି ଦ୍ୱାଦଶରେ ଅବସ୍ଥାନ କରି ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ଆରୋଗ୍ୟଲାଭ କରିବେ। ଯାହା ଖୋଜୁଥିବେ ତାହା ପାଇବେ ନାହିଁ। ସାମାଜିକ ସ୍ତରରେ, ଆନୁଷ୍ଠାନିକ କାମରେ ଓ ମାଙ୍ଗଳିକ କାମରେ ବନ୍ଧୁମାନଙ୍କ ଆଦର ଲାଭକରିବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ସ୍ଥିତିର ସୁପ୍ରଭାବରୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ଅବହେଳା କରୁଥିବା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବହୁଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ମନ ଭାରାକାନ୍ତ ରହିବ।
ସି˚ହ
ସି˚ହ
ଆଜି ମଘା ନକ୍ଷତ୍ରର ପ୍ରତ୍ୟେକ କାମ ସମସ୍ୟା ଭିତରେ ହିଁ ସମ୍ପନ୍ନ ହେବା ସୂଚନା ରହିଛି। କୌଣସି ସ୍ଥାନକୁ ଯିବା ସମୟରେ ନିଜର ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେତୁ ସାମୟିକ ମନ ହାଲୁକା ରହିବ। ସରକାରୀ ସ୍ତରରୁ ବହୁଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ।
କନ୍ୟା
ଆଜି ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ କାମ ପଛକୁ ପକାଇ ପରକ୍ଷଣରେ ଅନୁଶୋଚନା କରିବେ। କର୍ମକ୍ଷେତ୍ରରେ ଅସାବଧାନତା କିମ୍ବା ଅନ୍ୟମନସ୍କତା ହିଁ ଅନର୍ଥର କାରଣ ସାଜିବ। ଅତୀତ ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେଶନାରି, ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ତୁଳା
ତୁଳା
ଦ୍ୱିତୀୟରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ କୌଣସି ସାଧାରଣ କଥାରେ ଯୁକ୍ତିତର୍କଜନିତ ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ଜଣେ ଦୂରାଗତ ବନ୍ଧୁଙ୍କ ଆଗମନୀ ବାର୍ତ୍ତା ପରିସ୍ଥିିତିକୁ ବଦଳାଇ ଦେଇପାରେ। ଯିବା ପୂର୍ବରୁ ଯାନବାହନରେ ଯାନ୍ତ୍ରିକ ତ୍ରୁଟି ସଜାଡ଼ିନେବା ଠିକ୍‌ ହେବ।
ବିଛା
ବିଛା
ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପରିବାରର ସଦସ୍ୟମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। ପ୍ରଶାସନ, ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ।
ଧନୁ
ଧନୁ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଆଶା ପୂରଣ ହେବା ସାଙ୍ଗକୁ ଲକ୍ଷ୍ୟ ହାସଲ ମଧ୍ୟ କରିବେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ,ଆନୁଷ୍ଠାନିକ କାମରେ, ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭରେ ସମର୍ଥ ହେବେ। ମୂଲ୍ୟବାନ୍‌ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। ଗୃହ, ଜମିଜମା, ପ୍ଲଟିଂ କାରବାର, ଏଜେନ୍ସିପ୍‌ ସମ୍ପର୍କିତ ଚିନ୍ତା କରିପାରନ୍ତି।
ମକର
ମକର
ପରିବାରରେ ପିଲାଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସାମାଜିକ ସ୍ତରରେ, ସାଂଗଠନିକ କିମ୍ବା ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। କର୍ମତ୍ରେରେ ବ୍ୟତିକ୍ରମ ଲାଗିରହିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ଅଧ୍ୟୟନ ଓ ଅଧ୍ୟାପନା, ଗବେଷଣା ତଥା ରଚନାମତ୍କ କାମରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ପରିବାରରେ ଆର୍ଥିକ ଅନଟନ ଏବଂ ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିବ। ଏଣେ କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଅବସର ନ ପାଇ ବ୍ୟସ୍ତତା ଅନୁଭବ କରିବେ। ପରୋକ୍ଷ ଶତ୍ରୁତା ସାମୟିକ ଭାବରେ ମନକୁ ବିଚଳିତ କରିପାରେ। ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଦୀର୍ଘଦିନରୁ ଲାଗି ରହିଥିବା ବାଦବିବାଦରେ ଆପୋସ ସମାଧାନ ଘଟିବ। ବ୍ୟବସାୟରେ ଲାଭ ମିଳିବ; କିନ୍ତୁ ଅନ୍ୟ ବାଟରେ ବ୍ୟୟ ହୋଇ ଯିବା ସମ୍ଭାବନା ରହିଛି। ପରିବାରରେ ଉତ୍ତମ ବୁଝାମଣା ହେତୁ ଅଶାନ୍ତ ବାତାବରଣ ଦୂରୀଭୂତ ହୋଇଯିବ। ଅନ୍ତରରେ ଦୁଃଖ ରହିଥିଲେ ମଧ୍ୟ ମନକଥା ମନରେ ରଖି କାମ କରିବାକୁ ବାଧ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?