Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ନିଜର ସମ୍ପର୍କୀୟମାନଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ଓ ମାନସିକ ସୁସ୍ଥତା ପ୍ରାୟତଃ ପୂର୍ବଭଳି ଅକ୍ଷୁଣ୍ଣ ରହିବ। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ପାରିବାରିକ ଶାନ୍ତି ଅନୁଭବ କରିବେ।
ବୃଷ
ବୃଷ
ଆଜି ଦିନଟିରେ ଆର୍ଥିକ ଦିଗ ଭଲ ରହିବ, ମଧୁର ବ୍ୟବହାର ଦ୍ୱାରା ଅନ୍ୟକୁ ଆପ୍ୟାୟିତ କରିପାରିବେ। କିନ୍ତୁ ଅମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ସ୍ବାର୍ଥ ହାସଲ ସକାଶେ ନିକଟରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଳସ୍ୟ ଓ ଅବହେଳାଜନିତ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେତୁ ସମସ୍ୟା ବଢ଼ିପାରେ। କେତେକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ହେବେ। ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାୟାହ୍ନେ ବନ୍ଧୁଙ୍କ ନିକଟରୁ ଅର୍ଥ କିମ୍ବା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କିନ୍ତୁ ହାତକୁ ନେଇଥିବା କାମରେ ଅସଫଳତାଜନିତ ଟେନସନ ହେତୁ ରକ୍ତଚାପ ବଢ଼ିପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କାର୍ଯ୍ୟ ହାସଲ କରିବା ସକାଶେ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି।
ସି˚ହ
ସି˚ହ
ସମସ୍ୟାଜନିତ ଅସ୍ଥିରତା ନିଶ୍ଚିତ ଦୂର ହେବ। ଆଜି ସୁବିଧା ଓ ସହଜରେ କାମ ହାସଲ କରିବେ। ତଥାପି ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଆଜିର ଫେରିବା ବାଟରେ ବନ୍ଧୁଙ୍କୁ ଭେଟିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ପାଇବେ। ଆକସ୍ମିକ ଭାବେ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ପ୍ରବାସୀମାନେ ପରିବାରକୁ ମନେ ପକାଇ ନିଃସଙ୍ଗତା ବୋଧ କରିପାରନ୍ତି।
ତୁଳା
ତୁଳା
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଯାହା ଓ ଯେପରି ଚିନ୍ତା କରୁଛନ୍ତି ଠିକ୍‌ ସେପରି ହିଁ ହେବ କିନ୍ତୁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁଙ୍କ ସାମ୍ନାରେ ମନର କଥାଟିକୁ ପ୍ରକାଶ କରିପାରିବେ ନାହିଁ।
ବିଛା
ବିଛା
ପୂର୍ବପରିକଳ୍ପିତ ଯୋଜନାଗୁଡ଼ିକ ବିଗିଡ଼ି ଯିବାରୁ ମନ ଦୁଃଖ ହୋଇପାରେ। ପରିବାରରେ ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ହେଉଥିବା ଯୋଗୁ ମନ ଅଶାନ୍ତ ରହିବ। ଦୀର୍ଘଦିନରୁ ଆଶା କରୁଥିବା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ଅପରିଣାମଦର୍ଶିତା କାରଣରୁ କେତେକ ଗୋପନୀୟ କଥାକୁ ନେଇ ମନ ଅସ୍ଥିର ରହିବ। କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି। ଅଫିସରେ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ଆକସ୍ମିକଭାବରେ ଥଣ୍ଡାଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ। ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିପାରନ୍ତି। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ,ଫଳରେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟଦେଇ ଗତି କରୁଥିବାରୁ ପ୍ରଗତିର ପଥରୋଧ ହୋଇପାରେ। ପରିବାରରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କ୍ରନିକ୍‌ ରୋଗ ପୀଡ଼ା ଯୋଗୁଁ ମନ ବିଚଳିତ ହୋଇପାରେ।
ମୀନମୀନ
ହାତକୁ ନେଇଥିବା କାମଗୁଡ଼ିକ ସୁବିଧାରେ ହାସଲ କରିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ହେତୁ ନିର୍ମାଣ କାମ ତ୍ୱରାନ୍ବିତ ହେବ। ପଡ଼ୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?