Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୨୮ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର କେବଳ କଅଁଳିଆ କଥା କହି ପରକୁ ଆପଣାର କରିପାରିବେ। ଟଙ୍କା, ପଇସାର ଅଭାବ ରହିବ ନାହିଁ କିନ୍ତୁ ବନ୍ଧୁମାନଙ୍କ ଖାପଛଡ଼ା କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ ହେବ।
ବୃଷ
ବୃଷ
 କଥା କହୁ ନ ଥିବା ଲୋକଟି ହଠାତ୍‌ ଶତ୍ରୁତା ଭୁଲି ସୁହାଇଲା ଭଳି କିଛି କହିବ। ରୋହିଣୀ ନକ୍ଷତ୍ରର ସଭାସମିତିରେ ବନ୍ଧୁମିଳନ ଘଟିବ ଏବଂ ହାତକୁ ଦି’ପଇସା ଆସିବ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ କିନ୍ତୁ ଘର କଥା ଯେମିତି ଅଛି ସେମିତି ରହିବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ବନ୍ଧୁଙ୍କୁ ମନେଇବାକୁ ଯାଇ ବହୁତ କିଛି କହିବାକୁ ପଡ଼ିପାରେ। ଯାହାକୁ ଖୋଜୁଥିବ ସେହି ବ୍ୟକ୍ତି ହଠାତ୍‌ ପାଖକୁ ସ୍ବତଃପ୍ରବୃତ୍ତ ଭାବରେ ଚାଲି ଆସିବ। ପାରିବାରିକ ସମସ୍ୟା ପୂର୍ବପରି ରହିପାରେ, କିନ୍ତୁ ବିଶେଷ କିଛି ଅସୁବିଧା ରହିବ ନାହିଁ। ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ବୃଦ୍ଧି ପାଇବ ଏବଂ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପୁଷ୍ୟା ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ କେତେକ ବ୍ୟତିକ୍ରମ ସକାଶେ ଚିନ୍ତିତ ରହିବେ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ। ପ୍ରଶାସନ, ରାଜନୀତି, କୃଷିବାଣିଜ୍ୟ,ବନ୍ଧୁମିଳନରେ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅବହେଳାରୁ ବଡ଼ ସୁଯୋଗଟିଏ ହାତଛଡ଼ା ହୋଇପାରେ। ପୂର୍ବାଫାଲଗୁନୀ ପରକଥା ଶୁଣି ଦେବା ଲୋକଟିର ମନ ବିଗିଡ଼ିବା ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ଚୁକ୍ତିପତ୍ର, ଶିକ୍ଷା, ବାଣିଜ୍ୟ, ବନ୍ଧୁ ସମ୍ପର୍କରେ ଝଟକା ଲାଗିପାରେ। ପ୍ରତ୍ୟେକ କଥାକୁ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ।
କନ୍ୟା
ଆଜି ଯଦିଓ କିଛି ପାଇବେ ତଥାପି ତାହା ସହଜଲଭ୍ୟ ହୋଇପାରିବ ନାହିଁ। ପରିବାରର ଝଡ଼ଝଞ୍ଜା କାର୍ଯ୍ୟାବଳୀକୁ ଛିନ୍‌ଭିନ୍‌ କରିଦେଇପାରେ। ଚିତ୍ରା ନକ୍ଷତ୍ର ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। କଳା, ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବା ଦୌଡ଼ରେ ରହିପାରନ୍ତି।
ତୁଳା
ତୁଳା
ସକାଳୁ ଜଣେ ବନ୍ଧୁଙ୍କ ଆବିର୍ଭାବ ପାରିବାରିକ ଜୀବନକୁ ଚଳଚଞ୍ଚଳ କରିବ। ଅଭାବ, ଅସୁବିଧାକୁ ପଛରେ ପକାଇ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଗ୍ରାଧିକାର ଦେଇପାରନ୍ତି। ବିବାଦୀୟ ଘଟଣାରେ ହତୋତ୍ସାହିତ କିମ୍ବା ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସ୍ବାତୀ ନକ୍ଷତ୍ର ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ।
ବିଛା
ବିଛା
ଆଜି ବନ୍ଧୁମିଳନରୁ ଖୁସି ରହିବେ କିନ୍ତୁ ମାନସିକ ସ୍ଥିରତା ରହିବ ନାହିଁ। ଯାତ୍ରା, ଯୋଗାଯୋଗ, ସତ୍‌ସଙ୍ଗ, ଆଲୋଚନା, ଜାରି ରହିବ କିନ୍ତୁ ପୂର୍ଣ୍ଣ ସନ୍ତୋଷ କେଉଁଠାରୁ ମଧ୍ୟ ମିଳିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଶାସନ କ୍ଷେତ୍ରରେ ତପତ୍ର ରହିବେ। ଅର୍ଥ, ଜମିଜମା, ସଭାସମିତି ପ୍ରଭୃତି ମଧ୍ୟମ ପ୍ରକାରର ରହିବ।
ଧନୁ
ଧନୁ
ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ, ଯାହା ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ହୋଇ ନ ପାରେ। ପରିବାର, କର୍ମକ୍ଷେତ୍ର, ବନ୍ଧୁବର୍ଗ, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ର ପୂର୍ବବତ୍‌ ରହିବ। ଭଲ କାରବାର ହେତୁ ଆତ୍ମସନ୍ତୋଷ ମିଳିପାରେ। ଉତ୍ତରାଷାଢ଼ା ନକ୍ଷତ୍ରର କାର୍ଯ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ।
ମକର
ମକର
ଆଜି ଅନ୍ୟର କାନକୁହା କଥାରେ ପ୍ରଭାବିତ ହୋଇ ବୁଲିଯିବା ମହଙ୍ଗା ପଡ଼ିପାରେ। ମନ କଥା ମନରେ ରଖି ବାପ, ଧନ କହିପାରିଲେ ସୁବିଧାରେ କାମ ହାସଲ କରିବେ। କିନ୍ତୁ ଧନିଷ୍ଠା ନକ୍ଷତ୍ର ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି। କର୍ମକ୍ଷେତ୍ରରେ, ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ।
କୁମ୍ଭ
କୁମ୍ଭ
ଆଜି କିଛି ପାଇବାକୁ ହେଲେ କିଛି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ। ଆପଣଙ୍କ କାର୍ଯ୍ୟକୁ ବାହ୍ୟଲୋକମାନେ ଯେତିକି ଆଦର କରିବେ ତାହାର ଦୁଇଗୁଣ କରିପାରନ୍ତି। ଅବଶ୍ୟ ଶତଭିଷା ନକ୍ଷତ୍ରର ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଆପଣଙ୍କ ସହଜରେ ମୁଣ୍ଡ ନୁଆଁଇବାରେ ଅସମ୍ମତି, କେତେକ କ୍ଷେତ୍ରରେ ବ୍ୟତିକ୍ରମର କାରଣ ହେବ। ଈର୍ଷାପରାୟଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ। ପରିବାରରେ ମତାନ୍ତର ଜନିତ ଅଶାନ୍ତିର ଝଲକ ଦେଖିବାକୁ ମିଳିପାରେ। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ କୃତିତ୍ୱରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?