Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ବାଧକାଧିପ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ଅଶାନ୍ତି ଲାଗିରହିବ। ବୃହସ୍ପତିଙ୍କ ସଂଯୋଗ ହେତୁ ସବୁ କାମ ସୁରୁଖୁରୁରେ ହୋଇଯିବ। ଯାତ୍ରା, ବ୍ୟବସାୟ, ଅଧ୍ୟାପନା ଗବେଷଣା ଓ ରଚନାମତ୍କ କାମରେ ପ୍ରଶଂସିତ ହେବେ। ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ରବି ତୃତୀୟସ୍ଥ ଯୋଗୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିରତ ରହିବା ଭଲ ହେବ, ଅନ୍ୟଥା କଳହର ସମ୍ଭାବନା ରହିଛି। ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ପାପଗ୍ରହ ମଧ୍ୟ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଦାସ ରହିବ। ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବା ସଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ। ବିଦେଶସ୍ଥ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ଦ୍ୱିତୀୟସ୍ଥ ମଙ୍ଗଳଙ୍କ ହେତୁ କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
କେତୁଙ୍କ କୁପ୍ରଭାବରୁ ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ଆପଣଙ୍କ ପ୍ରିୟବନ୍ଧୁଟି ଭୁଲ୍‌ ଧାରଣା ପୋଷଣ କରିବ। କର୍ମକ୍ଷେତ୍ରରେ କିନ୍ତୁ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ଏଜେନ୍ସିପରୁ ଖୁସି ରହିବେ। ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ସମସ୍ୟା ବଢ଼ିଯିବ।
କନ୍ୟା
ଲାଭସ୍ଥାନରେ ବୁଧ ଥିବାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଅନଟନ କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖାଦେବ। କଥା ଓ କାମରେ ତାଳମେଳ ଅଭାବରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ସମ୍ମୁଖରେ ଭଲ ଭଲ କଥା କହି ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିବେ।
ତୁଳା
ତୁଳା
ଆଜି କର୍ମଜଞ୍ଜାଳ ବୃଦ୍ଧି ପାଇଥିବା କାରଣରୁ ଅଫିସ୍‌ କାମରେ ବେଶି ସମୟ କଟାଇବେ। ଘର ପାଇଁ ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ଶତ୍ରୁମାନଙ୍କୁ ମଧ୍ୟ ପ୍ରିୟ ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ।
ବିଛା
ବିଛା
ଚନ୍ଦ୍ରଙ୍କ ସ୍ଥିତି ପ୍ରକାରେ ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯାଇପାରେ। ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ।
ଧନୁ
ଧନୁ
ଅଷ୍ଟମାଧିପ ଚନ୍ଦ୍ର ଚତୁର୍ଥ ସ୍ଥାନରେ ଥିବାରୁ ପାରିବାରିକ ସ୍ତରରେ ଟେନସନ୍‌ କିିଛି ମାତ୍ରାରେ ବଢ଼ିଯିବ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ସାମାଜିକ ସ୍ତରରେ ଅନ୍ୟମାନଙ୍କ ଉପରେ ଅମତ୍ନିର୍ଭରଶୀଳ ହୋଇପାରନ୍ତି।
ମକର
ମକର
ଆଜିର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଅସୁବିଧାରେ ପଡ଼ିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପରକ୍ଷଣରେ ଅନୁତପ୍ତ ହେବେ।
କୁମ୍ଭ
କୁମ୍ଭ
ଅର୍ଥପ୍ରାପ୍ତି ସମ୍ପର୍କରେ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମୀନମୀନ
ଦୁଃସ୍ଥାନସ୍ଥ ବୃହସ୍ପତିଙ୍କ ଲାଗି ସ୍ବାସ୍ଥ୍ୟ ଭଲ ରହିବ ନାହିଁ, ଏହି କାରଣରୁ ଦୁର୍ଭାବନା ବଡ଼ିଚାଲିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?