Posted inRasifala

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୨୭ ତାରିଖ – Daily Horoscope

ମେଷ
ଆପଣଙ୍କର କର୍ମନିଷ୍ଠା, କାର୍ଯ୍ୟଦକ୍ଷତା ଓ ଶୈଳୀ ପ୍ରଭାବରେ କୌଣସି ପ୍ରତିରୋଧ ଅଟକାଇ ପାରିବ ନାହିଁ। ସ୍ଥିର ମନରେ କିଛି କରିପାରିବେ ନାହିଁ ସିନା କିନ୍ତୁ ଏଥିପାଇଁ କଷ୍ଟ ସ୍ବୀକାର କରିବାକୁ ପଡିପାରେ। କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଯୋଗିତା ପ୍ରଭୃତିରେ ସଫଳତା ହାସଲ କରିବେ।
ବୃଷ
ବୃଷ
ଉପରକୁ ଯେତେ ଭଲ ଦେଖାଗଲେ ମଧ୍ୟ ଅନ୍ତରର ଅକୁହାକଥା ମନକୁ ଅସ୍ଥିର କରି ପକାଇବ। ନିଜ ଲୋକଙ୍କ ବେଖାତିର ଭାବ ଓ ପିଲାଙ୍କ ବିଶୃଙ୍ଖଳାରେ ଚିନ୍ତିତ ହେବେ। ଅର୍ଥନୈତିକ ପ୍ରଗତି, ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମିଥୁନ
ମିଥୁନ
ପାଣିରେ ସର ପକାଇଲା ଭଳି କଥା କହି କାମ ହାସଲ କରିପାରିବେ। ବିଫଳ ମନୋରଥ ବ୍ୟକ୍ତିମାନେ ମୁହଁ ସାମନାରେ କିଛି ନ କହିଲେ ମଧ୍ୟ ପଛରେ ପଚାଶ କଥା କହିପାରନ୍ତି। କର୍ମକ୍ଷେତ୍ରସ୍ଥ ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
କର୍କଟ
କର୍କଟ
ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ସ୍ମରଣୀୟ ରହିବ ଏବଂ ସ୍ବାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ। କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ। ଅଚଳ କାମକୁ ସଚଳ କରିବେ ଓ କଚେରି ମାମଲାରେ ବିଜୟୀ ହେବେ। ସ୍ବାସ୍ଥ୍ୟପ୍ରତି ଜଗିରଖି କାମ କରିବା ଭଲ ହେବ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ। ବାଧିଲାଭଳି କାହାର କଥାବାର୍ତ୍ତା ଓ ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ଭଲ ବଦଳରେ ମନ୍ଦ ଭୋଗିବେ। ଅବଶ୍ୟ ସଭାସମିତି, ଆନୁଷ୍ଠାନିକ କାମ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି।
କନ୍ୟା
ବାହି୍ୟକ ପ୍ରଶଂସାରେ ଉତ୍‌ଫୁଲ୍ଲିତ ହେବା ଦ୍ୱାରା କ୍ଷତି ଅପେକ୍ଷା ଲାଭ କିଛି ହେବନି। ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି। ସରକାରୀ ଋଣ ଓ ବିଗତ ଦିନରୁ ଲାଗିରହିଥିବା ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି।
ତୁଳା
ତୁଳା
କେତେକ ସାଧାରଣ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ଉପଭୋଗ୍ୟ ରହିବ। ଭଲ ହେଉ କିମ୍ବା ମନ୍ଦ ମୁହଁ ଖୋଲି କାହାକୁ କିଛି କହି ପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ, ଅସଜଡ଼ା କର୍ମକ୍ଷେତ୍ର ଓ ଅର୍ଥାଭାବ ବଳବତ୍ତର ରହିବ। ଶତ୍ରୁଙ୍କ ପ୍ରତି ସତର୍କ ରହିବା ସହିତ କାମ ହାସଲ କରିବାରେ କିଛି ଅସୁବିଧା ହେବ ନାହିଁ।
ବିଛା
ବିଛା
ଏକାଧିକ ଦାୟିତ୍ୱ ମୁଣ୍ଡାଇବା ହେତୁ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ, ଅତଏବ ପ୍ରତ୍ୟେକ କ୍ଷେତ୍ରରେ ସାବଧନତା ଜରୁରୀ। ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି। କଳା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅତୀତକୁ ପଛକୁ ପକାଇ ବର୍ତ୍ତମାନକୁ ପ୍ରାଧାନ୍ୟ ଦେଇ କାମ କରିବା ବୁଦ୍ଧିମାନର କାମ ହେବ। କୌଣସି ବନ୍ଧୁଙ୍କ ଆଦରବୋଳା କଥାରେ ଶୁଖିଲା ମୁହଁରେ ହସ ଝଲସି ଉଠିପାରେ। ଯାହା ଚାହୁଁଛନ୍ତି ତାହା ପାଇବେ କିନ୍ତୁ ମୁଣ୍ଡ ଖଟାଇ କରିପାରିଲେ ହେଲା। ବ୍ୟବସାୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ଓ ଯାତ୍ରା ମନ୍ଦ ହେବ ନାହିଁ।
ମକର
ମକର
ବିଭିନ୍ନ ବିବାଦୀୟ ଘଟଣାରେ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟମାନେ ସ୍ବାର୍ଥସାଧନ ମାନସରେ କିଛି ଅଘଟଣ ଘଟାଇ ପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ କିଛନା କିଛିି ଅଭାବ ଅସୁବିଧା ରହିଥିବାର ଅନୁଭବ କରିବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ। ଜମା ପଡୁ ନ ଥିବା କୌଣସି ବ୍ୟକ୍ତିଙ୍କ କଦର୍ଯ୍ୟ ବ୍ୟବହାରରେ ଅସମ୍ମାନିତ ହୋଇ ପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ କାର୍ଯ୍ୟ ହାସଲଜନିତ ଖୁସି ହେବେ। ସରକାରୀ କ୍ଷେତ୍ରରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, ଆଲୋଚନା, ମନୋରଞ୍ଜନ ପ୍ରୀତିପ୍ରଦ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?