Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିବେ। ପୂର୍ବାହ୍ନର ଶେଷଭାଗରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ବନ୍ଧୁମାନଙ୍କ ସହ ଖୁସି ମିଜାଜରେ ସମୟ ଅତିବାହିତ ହେବ। ବିବାଦୀୟ ଘଟଣାରେ ମୁଣ୍ଡ ଖେଳାଇଲେ ଅଯଥା ସମାଲୋଚିତ ହେବାକୁ ପଡ଼ିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇ ମୂଳଲକ୍ଷ୍ୟକୁ ପାସୋରି ଦେଇପାରନ୍ତି। ପରିବାରରେ ଖର୍ଚ୍ଚ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ । କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଲେଖାପଢ଼ା, ଗବେଷଣା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସାମାଜିକ ସ୍ତରରେ ପୂର୍ବ ସମ୍ପର୍କକୁ ନେଇ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ମିଥୁନ
ମିଥୁନ
ଆଜି ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି ହୋଇଯିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପୂର୍ଣ୍ଣ କରିବା ସକାଶେ ଦୃଢ଼ ପଦକ୍ଷେପ ନେଇପାରନ୍ତି। ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସୁପ୍ରଭାବରୁ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟାଇପାରନ୍ତି।
କର୍କଟ
କର୍କଟ
ସାଧାରଣ କଥାକୁ ନେଇ ମନ ଉତ୍ତେଜନାପୂର୍ଣ୍ଣ ରହିବ ଏବଂ ଯୁକ୍ତିତର୍କ ପରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରଖିବାକୁ ଚେଷ୍ଟା କରି ସଂଯତ ରହିବା କଷ୍ଟକର ହେବ। ନିଜ କାମକୁ ପଛରେ ପକାଇ ଅନ୍ୟ ଚିନ୍ତାରେ ସମୟ କଟାଇବେ।
ସି˚ହ
ସି˚ହ
ଅଭାବ ଅସୁବିଧା ନ ଥିଲେ ମଧ୍ୟ କାମଗୁଡ଼ିକ ଶୃଙ୍ଖଳିତ ହୋଇପାରିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସଭାସମିତି କାର୍ଯ୍ୟରେ ସଫଳତା ହାସଲ କରିବେ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ସ୍ଥଗିତ କାମକୁ ପୂରାଦମରେ କରିଚାଲିବେ। ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ ଆତ୍ମନିର୍ଭରଶୀଳ ହୋଇ ପାରନ୍ତି। ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ସୂଚନା ରହିଛି। ନିଜ ପରିସରରେ ପ୍ରତିଷ୍ଠିତ ହେବେ ଏବଂ ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
ତୁଳା
ତୁଳା
ନିଜର ସ୍ଥିତିକୁ ସମୀକ୍ଷା କରିବା କାରଣରୁ ବ୍ୟୟ ଭାର କ୍ରମଶଃ କମି ଆସିବ। ଶାରୀରିକ ସ୍ବାସ୍ଥ୍ୟ ଓ କାର୍ଯ୍ୟହାନି ଘଟିବା ହେତୁ ମାନସିକ ସ୍ଥିରତା ଠିକ୍‌ ରହିନପାରେ। ସାଧାରଣ କଥାକୁ ବନ୍ଧୁମାନେ ଅତିରିେ କରି ପାରନ୍ତି। କର୍ମକ୍ଷେତ୍ରରେ ପୂର୍ଣ୍ଣ ସନ୍ତୋଷ ପାଇବା କାଠିକର ପାଠ ହୋଇପାରେ।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ବାନ୍ଧି ହୋଇପଡ଼ିବେ କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। ପରୋକ୍ଷ ଶତ୍ରୁତା ହେତୁ ପ୍ରତ୍ୟେକ କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତାଦି ମନୋରଞ୍ଜନ କାର୍ଯ୍ୟକ୍ରମରେ ଅନୁରାଗୀ ହେବେ।
ଧନୁ
ଧନୁ
ସମ୍ପର୍କୀୟ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ବନ୍ଧୁଙ୍କ ବଦାନ୍ୟତା ହେତୁ ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଭ୍ୟୁଦୟ ଘଟିବ । ପୁରାତନ ରୋଗପୀଡ଼ାରୁ ସାମୟିକ ଉପଶମ ପାଇବାର ସୂଚନା ରହିଛି ।
ମକର
ମକର
ସମସ୍ୟା ଆସିଲେ ମଧ୍ୟ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଅଫିସ୍‌ରେ ଫାଇଲ୍‌ କାମ ସଜାଡ଼ିବାରେ ଅପେକ୍ଷାକୃତ ଅସୁବିଧା ଭୋଗିବେ। ମାଲି ମକଦ୍ଦମାରେ ସଫଳତା ଅବଶ୍ୟ ମିଳିବ।
କୁମ୍ଭ
କୁମ୍ଭ
ସତର୍କତା ଅଭାବରୁ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ଆତ୍ମୀୟସ୍ବଜନ କ୍ରମଶଃ ଦୂରେଇଯିବାର ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବାରୁ ବ୍ୟସ୍ତତା ବୃଦ୍ଧିର ସମ୍ଭାବନା ଦେଖାଦେବ।
ମୀନମୀନ
ଆଜିର ଯାତ୍ରା ମଙ୍ଗଳମୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସାମାନ୍ୟ ପରିଶ୍ରମରେ ବେଶି ସଫଳତା ପାଇବେ। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?