Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଆନୁଷ୍ଠାନିକ କାମରେ ଯୋଗଦେବା ପାଇଁ ଘରକୁ ବନ୍ଧୁମାନେ ଆସିପାରନ୍ତି। ପରିବାର ଲୋକ ମାନଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିପାରେ। ଆତ୍ମୀୟମାନଙ୍କ ସହାୟତାରେ ଆର୍ଥିକ ସ୍ବଚ୍ଛଳତା ଫେରିଆସିବ।
ବୃଷ
ବୃଷ
ଉପରିସ୍ଥଙ୍କ ପୃଷ୍ଠପୋଷକତାରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧିପାଇବ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନ୍‌ସନ ଦୂରହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ରବି ନୀଚ୍ଚସ୍ଥ ହେତୁ ପାରିବାରିକ ଜୀବନ ସମସ୍ୟାବହୁଳ ରହିବ।
ମିଥୁନ
ମିଥୁନ
ଦୃଢ଼ ମନୋବଳ ସହ ନିରଳସ କର୍ମରୁ ଅଭିଳାଷିତ ଫଳ ପାଇବେ। ଶାରୀରିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତି ଭଲ ରହିବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
ଦୀର୍ଘଦିନରୁ ମାନସିକ ସ୍ତରରେ ପ୍ରସ୍ତୁତିପର୍ବ ଶେଷ ହୋଇଥିବାରୁ ଆଜି ନୂତନ କର୍ମାରମ୍ଭକରି ଖୁସି ରହିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ, କିନ୍ତୁ ଫେରିବା ସମୟକୁ ମତାନ୍ତରଜନିତ ଅଶାନ୍ତ ରହିପାରନ୍ତି। ନିର୍ମାଣ, ଯୋଗାଯୋଗ, ପ୍ରଶାସନ ଓ ସଭାସମିତିରେ ସଫଳତା ପାଇବେ।
ସି˚ହ
ସି˚ହ
ଦୈହିକ ଦୁର୍ବଳତା ହେତୁ ସୁଯୋଗ ପାଇଲେ ମଧ୍ୟ ଉପଭୋଗ୍ୟ ହୋଇପାରିବ ନାହିଁ। ପାରିବାରିକ ସମସ୍ୟା ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହେବ। ଆଲୋଚନା କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ ।
କନ୍ୟା
ନିକଟ ସମ୍ପର୍କୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ଆଶା କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ। ଆଜି ଯେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଚିତ୍ରା ନକ୍ଷତ୍ର ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବା ସମ୍ଭାବନା ରହିଛି।
ତୁଳା
ତୁଳା
ପରୋକ୍ଷ ଶତ୍ରୁତା କାରଣରୁ ପରିବାରରେ ସାଧାରଣ କଥାକୁ ନେଇ ବିବାଦ ଲାଗିପାରେ। ବହୁଦିନ ହେଲା ଆଶା କରିଥିବା କେତେକ ଦ୍ରବ୍ୟଲାଭ ସକାଶେ ମନରେ ଆଲୋଡ଼ନ ସୃଷ୍ଟିହେବ। ଶିଳ୍ପ, ବାଣିଜ୍ୟ, ଆନୁଷ୍ଠାନିକ କାମରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣକରି ପଦସ୍ଥ ବ୍ୟକ୍ତିଙ୍କ ସୁନଜରରେ ଆସିବେ।
ବିଛା
ବିଛା
ନିଜ ପରିସରରେ ଲୋକସମ୍ପର୍କ ଅବ୍ୟାହତ ରହିବା ଯୋଗୁ ପ୍ରତ୍ୟେକ କାମରେ ସଫଳତା ହାସଲ କରିବେ। ଆଜି ବନ୍ଧୁ ଓ ପରିଜନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। ସହକର୍ମୀଙ୍କ ସହାୟତାରେ ଅର୍ଥ ପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠା ପ୍ରତି ସହକର୍ମୀମାନେ ଈର୍ଷାନ୍ବିତ ହୋଇପାରନ୍ତି।
ଧନୁ
ଧନୁ
ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ନ ପାଇଲେ ମଧ୍ୟ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇ କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ସୃଷ୍ଟିହୋଇପାରେ। ଭ୍ରମଣ ହେତୁ ଅସୁସ୍ଥତା ଅନୁଭବ କରିବେ।
ମକର
ମକର
ଦୂରଯାତ୍ରା ସମୟରେ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହୋଇପାରିବ। ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ଅନୁସରଣ କରିବାକୁ ପଡ଼ିପାରେ। ମାତ୍ର ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟାକରି ସଫଳ ହେବେ।
କୁମ୍ଭ
କୁମ୍ଭ
ମନ ଭିତରରେ ଦୁଃଖ ରହିଥିଲେ ମଧ୍ୟ ଉପର ମନରେ ହସି ହସି କଥା କହିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରିବା ସକାଶେ ଚେଷ୍ଟିତ ହେବେ। ମାତ୍ର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ରାଜନୀତି, ସଙ୍ଗଠନ, ନିର୍ମାଣ,ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ଅସୁବିଧା ସୃଷ୍ଟି କରିପାରନ୍ତି ।
ମୀନମୀନ

ନୂତନ ବନ୍ଧୁତ୍ୱ, ନୂତନ ସ୍ଥାନ ପରିଦର୍ଶନ, ସନ୍ତାନଙ୍କ କୃତିତ୍ୱରୁ ଆନନ୍ଦ ଅନୁଭବକରିବେ। ଅସମର୍ଥିତସୂତ୍ରରୁ ଶୁଣାକଥାକୁ ବିଶ୍ୱାସକରି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଦୁଶ୍ଚିନ୍ତା ବୃଦ୍ଧି କରିବ। ସରକାରୀ ସ୍ତରରେ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସିହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?