Posted inRasifala

ରାଶିଫଳ: ବୁଧବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ସମ୍ପନ୍ନ ହେବା କଷ୍ଟକର ହେବ। ପାରିବାରିକ ସମସ୍ୟା, ପରିବହନରେ ଝଗଡା, ଯାନ ବାହନରେ କ୍ଷତିର ସମ୍ଭାବନା ପ୍ରତି ସତର୍କତା ବିଧେୟ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ।
ବୃଷ
ବୃଷ
ଗ୍ରହଯୁଦ୍ଧ ପ୍ରଭାବରେ ସାଧାରଣ କଥାରେ ଉତ୍ତେଜନା କିମ୍ବା ଭାବପ୍ରବଣତା ସୃଷ୍ଟି ହୋଇପାରେ। ଆଲୋଚନା ଅବସରରେ ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ରାଶିରେ ରହିଥିବାରୁ ଦିନଟି କିଛି ଭଲ ଓ କିଛି ସମସ୍ୟା ଭିତରେ କଟିବ। କାର୍ଯ୍ୟବ୍ୟସ୍ତତା ଲାଗି ରହିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ଭଲ। ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାର ସମ୍ଭାବନା ରହିଛି। ମାଲି କମଦ୍ଦମା, ପ୍ରଶାସନ, ରାଜନୀତି, ତଥା ଗଠନମୂଳକ କାଯର୍‌ୟରେ ଉତ୍ସାହିତ ହେବେ।
କର୍କଟ
କର୍କଟ
ଆଜି ଦିନ ଭିତରେ ବିଶେଷ କିଛି ଅସୁବିଧା ହେବନି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଚନ୍ଦ୍ର ରାଶ୍ୟାଧିପ ହୋଇ ନୀଚସ୍ଥ ଯୋଗୁଁ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯାଇପାରେ। ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିବ।
ସି˚ହ
ସି˚ହ
ଏକାଧିକ ଗ୍ରହ ସନ୍ନିବୈଶ କାରଣରୁ କର୍ମକ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ପୂର୍ବାଫାଲଗୁନୀର ପ୍ଲଟିଙ୍ଗ କାରବାର, ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ। ଦ୍ରୁତୋନ୍ନତି ସଙ୍ଗକୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୂର୍ବ ଶତ୍ରୁତା ହେତୁ କଳହର ଆଶଙ୍କା ରହିଛି।
କନ୍ୟା
ଚନ୍ଦ୍ର ପାପଗ୍ରହ କେତୁଯୁକ୍ତ ଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। ପ୍ରତ୍ୟୁଷ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଯାତ୍ରାରେ ବିଳମ୍ବ ଘଟିପାରେ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ତୁଳା
ତୁଳା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ। ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ, ଅର୍ଥ ଲାଭରୁ ଖୁସି ରହିବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିପାରନ୍ତି।
ବିଛା
ବିଛା
ଦୁଃସ୍ଥାନସ୍ଥ ରାଶ୍ୟାଧିପ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିର ଫଳ ପାଇବା ଯୋଗୁ ବିଭିନ୍ନ ଦୁର୍ଭାବନାରେ ମନ ବିଚଳିତ ରହିବ। ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଘରୋଇ କାମରେ ବନ୍ଧୁମାନେ ସହଯୋଗ ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
ରାଶିର ଉଭୟ ପାର୍ଶ୍ୱରେ ପାପଗ୍ରହ ଥିବାରୁ ବିଭିନ୍ନ ସମସ୍ୟା ସଙ୍ଗକୁ ଖର୍ଚ୍ଚ ବଢିଯିବାରୁ ମାନସିକ ସ୍ଥିତି ବିଗିଡି ଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ହତାଦର କରିବେ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
ମକର
ମକର
ସ୍ବଗୃହୀ ଶୁକ୍ର ପ୍ରଭାବରୁ ଆଜି ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଅଯଥା କଳହରୁ ଦୂରେଇ ରୁହନ୍ତୁ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଉଚ୍ଚବର୍ଗଙ୍କ ସହାୟତା ପାଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ଆଜି କର୍ମକ୍ଷେତ୍ର, ପରିବାର, ଯାନ ବାହନ, ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। ଚତୁର୍ଥଭାବରେ ଗ୍ରହପ୍ରଭାବରୁ ବିନା ଆହ୍ବାନରେ ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ସକାଳୁ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିବ। ଶିକ୍ଷା, ଗବେଷଣା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ।
ମୀନମୀନ
ଦ୍ୱାଦଶସ୍ଥ ବୃହସ୍ପତି ହେତୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମିଜମା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?