ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଇନ୍ଦୋରକୁ ଜୁନ୍‌ ୧ରୁ ଅନ୍‌ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ କିଛି ଦିନ ତଳେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ସିଂହ ଏନେଇ ନିଷ୍ପତ୍ତି ନେଇଥିଲେ। କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାବହ ହୋଇଥିବା ବେଳେ ଏହାରି ଭିତରେ ସହରକୁ ପୁଣି ଥରେ ଖୋଲିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ। ତେବେ ପ୍ରଶାସନ ଓ ନଗର ନିଗମ ପକ୍ଷରୁ ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ସହରକୁ ସାନିଟାଇଜ୍‌ ବ୍ୟବସ୍ଥା କରାଯାଉଛି। ତେବେ ସର୍ବପ୍ରଥମେ ଫଳ ଓ ପନିପରିବା ବଜାରରୁ ସାନିଟାଇଜ୍‌ କାର୍ଯ୍ୟ ଆରମ୍ଭ ହୋଇଛି। କାରଣ ଲୋକଙ୍କ ଚଳପ୍ରଚଳ ସବୁଠାରୁ ଅଧିକ ଏଠାରେ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଇନ୍ଦୋରକୁ କରୋନା ମୁକ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସାନିଟାଇଜ୍‌ କାର୍ଯ୍ୟ କରାଯାଉଛି। ସହରରେ ଗତ ୧୦ଦିନର କଡ଼ା ଲକ୍‌ଡାଉନ ପରେ ଏବେ ଧୀରେ ଧୀରେ କଟକଣାକୁ କୋହଳ କରାଯାଉଥିବା ଦେଖିବାକୁ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ଗ୍ରହଣ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାଉଜ ଦେଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୪।୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି...

ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ଦେଇପାରନ୍ତି ଇସ୍ତଫା

ରାଞ୍ଚି,୧।୯: ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଅପରାହ୍ନ ୪ଟାରେ ରାଜ୍ୟପାଳ ରମେଶ ବାଇସଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ...

ନୀତୀଶଙ୍କୁ ଝଟ୍‌କା, କୃଷିମନ୍ତ୍ରୀ ସୁଧାକର ସିଂ ଦେଲେ ଇସ୍ତଫା…

ପାଟନା,୨।୧୦ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟ୍‌କା ଲାଗିଛି। ନୀତୀଶ ସରକାରଙ୍କ କୃଷି ମନ୍ତ୍ରୀ ସୁଧାକର ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

୨୦୦ କୋଟି ଟଙ୍କାର ଡ୍ରଗ୍ସ୍‌ ସହିତ ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା…

ଅହମଦାବାଦ, ୧୪।୯ : ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଏବଂ ଗୁଜରାଟ ଏଟିଏସ ଭାରତୀୟ ଜଳ ଭିତରକୁ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଧରିଛନ୍ତି। ଡଙ୍ଗାରୁ...

ରାଜ୍ୟରେ ୧୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୬୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଅମିତ ଶାହା ମୋତେ ଦେଇଛନ୍ତି ଆଶ୍ୱାସନା: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୨।୨: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) ମୁଖ୍ୟ ଆଜାଦ...

ମୋତେ ଘଟଣା ସ୍ଥଳକୁ ନେଇ ମାରି ଦିଆଯାଉ: ଅଭିଯୁକ୍ତଙ୍କ ସ୍ତ୍ରୀ

ହାଇଦ୍ରାବାଦ,୬।୧୨: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କ ମୃତ୍ୟୁ ହୋଇଛି। ଏବେ ଏହାକୁ ନେଇ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ କହିଛନ୍ତି ଯେଉଁଠି ପୋଲିସ...

ପାକିସ୍ତାନର ସ୍ବାଧୀନତା ଦିବସରେ ଭାରତୀୟ ଟୁଇଟର ବ୍ୟବହାରକାରୀ ଟ୍ରୋଲ କରି ଲେଖିଲେ ‘# ହାପି ବାର୍ଥଡେ ବେଟା’

ନୂଆଦିଲ୍ଲୀ,୧୪।୮: ପାକିସ୍ତାନ ଅଗଷ୍ଟ ୧୪ ବୁଧବାର ନିଜର ୭୩ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ ଟୁଇଟର ବ୍ୟବହାରକାରୀ ପଡୋଶୀ ଦେଶକୁ ଟୁଇଟରରେ...

Advertisement
Archives

Model This Week