Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ସ୍ବଗୃହୀ ଚତୁର୍ଥ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ବକ୍ରୀଶୁକ୍ରଙ୍କ ଯୋଗୁ ପରିବହନ, ବ୍ୟବସାୟ,ବାଣିଜ୍ୟରେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। କିନ୍ତୁ ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ସ୍ବଗୃହୀ ମଙ୍ଗଳଜନିତ ଆପଣ ଜମିଜମା ବିଷୟରେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବେ। ଅବଶ୍ୟ ଆପଣଙ୍କର ପିଲାମାନେ ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିପାରନ୍ତି। ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟି ହୋଇପାରେ। ରାଜନୀତିର ଦୃଢ଼ ପୃଷ୍ଠପୋଷକତା ଯୋଗୁ ବିଶେଷ କିଛି ଅସୁବିଧା ହେବନି।
ମିଥୁନ
ମିଥୁନ
ରାଶିକୁ ରବି ଓ ବୁଧଙ୍କ ଦୃଷ୍ଟି ଯୋଗୁ ଆପଣ ବନ୍ଧୁଗହଣରେ କଡ଼ା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ। ଯେଉଁ ନିଷ୍ପତ୍ତି ନେବେ, ତାହା ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ମାଲି ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଭାବେ ଫଳ ପାଇପାରନ୍ତି।
କର୍କଟ
କର୍କଟ
ବନ୍ଧୁମାନେ କାମ ହାସଲ ପାଇଁ ସମସ୍ୟା ଉପୁଯାଇ ପାରନ୍ତି। ଶାରୀରିକ କ୍ଷେତ୍ରରେ ଅଜୀର୍ଣ୍ଣ, ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ୍‌ ବଢ଼ି ଯାଇପାରେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅବଶ୍ୟ ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ। ପ୍ରଶାସନିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
କର୍ମସ୍ଥ ରାହୁ ରାଶ୍ୟାଧିପ ନକ୍ଷତ୍ରସ୍ଥ ଯୋଗୁ ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ। ଆଜି ଗୁଡ଼ାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି, କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ।
କନ୍ୟା
ଗୁରୁଦୃଷ୍ଟ ପାପଯୁକ୍ତ ମଙ୍ଗଳ ହେତୁ ସମ୍ପର୍କୀୟମାନେ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରିପାରନ୍ତି। ଯାନ ବାହନରେ ସତର୍କ ରୁହନ୍ତୁ। କେତେଦିନ ହେଲା ସହକର୍ମୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ।
ତୁଳା
ତୁଳା
ଶନି କ୍ଷେତ୍ରସ୍ଥ ଶୁକ୍ର ହେତୁ କାହା ମିଠା କଥାରେ ଭାସିଗଲେ ସମସ୍ୟାରେ ପଡ଼ିବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ଉଚ୍ଚ ଅଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
ସାଧାରଣ ବ୍ୟତିକ୍ରମ ମଧ୍ୟରେ ସ୍ବାସ୍ଥ୍ୟ ନିୟନ୍ତ୍ରିତ ଅବସ୍ଥାରେ ରହିବ। ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯାଇପାରେ। ଗତକାଲିଠାରୁ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଲେଖାପଢ଼ା, କଳା, ସାହିତ୍ୟ, ସାମ୍ବାଦିକତାରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ।
ଧନୁ
ଧନୁ
ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଆପଣଙ୍କ ଜନହିତକର କାମ ଲୋକପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବହୁତ ଶ୍ରମ ଓ ହଇରାଣ ମଧ୍ୟରେ ଆନୁଷ୍ଠାନିକ କାମକୁ ବାସ୍ତବରୂପ ଦେଇପାରନ୍ତି। ପାରିବାରିକ ସ୍ଥିତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ମକର
ମକର
ମୁଖଭାବସ୍ଥ ବୃହସ୍ପତିଙ୍କ ଯୋଗୁ ଆପଣ ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ଅଫିସ୍‌ରେ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହୋଇପାରେ। ପରିବାର ଏବଂ କର୍ମକ୍ଷେତ୍ରରେ ଟେନ୍‌ସନ୍‌ କିଛି ମାତ୍ରାରେ କମିଯିବ। କିନ୍ତୁ ସାମୟିକ ଭାବରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଦ୍ୱିତୀୟଭାବ ଶନି ଦୃଷ୍ଟ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିବା ଭଲ ହେବ। ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିପାରେ। ବନ୍ଧୁଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ। ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଜଟିଳ ହେବ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ବିବାଦୀୟ ହୋଇପାରନ୍ତି। ଷଷ୍ଠାଧିପତି ଯୁକ୍ତ ବୁଧଙ୍କ ଯୋଗୁ ଋଣ ପରିଶୋଧ ସକାଶେ ଅର୍ଥବ୍ୟବସ୍ଥା କରିବାକୁ ବାଧ୍ୟ ହେବେ। ଛୋଟ କଥାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ସହ କଳହ ଆଶଙ୍କା ରହିଛି। ପୂର୍ବଭାଦ୍ରବ ନକ୍ଷତ୍ର ଗୃହ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇ ପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri