ମେଷ

ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ପଡ଼ୋଶୀ କିମ୍ବା ସମ୍ପର୍କୀୟ ମାନସିକ ଆଘାତ ଦେଇପାରନ୍ତି। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରିନେବାରେ ପ୍ରଯନତ୍ କରିବେ।
ବୃଷ

ଯେଉଁ କାମରେ ମୁଣ୍ଡ ପୂରାଇଛନ୍ତି, ଆପଣଙ୍କ ବୁଦ୍ଧିମତ୍ତା ହିଁ ସେହି କ୍ଷେତ୍ର ସକାଶେ ଅନୁକୂଳ ପରିବେଶ ସୃଷ୍ଟିକରିବ। ଆଜି ଯାହା ଚାହୁଁଛନ୍ତି ତାହା ପାଇଲେ ମଧ୍ୟ କୌଣସି ସମସ୍ୟାରେ ଜଡ଼ିତ ହୋଇପାରନ୍ତି। ଆଲୋଚନାରେ ତର୍କ, ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ।
ମିଥୁନ

ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ନିନ୍ଦା ଗାଇ ବୁଲିବେ। ବନ୍ଧୁଙ୍କୁ ଦୀର୍ଘଦିନ ପରେ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ବାଣିଜ୍ୟ ଓ ପରିବହନରେ କିଛିଟା ସମସ୍ୟା ଦେଖାଦେବା ଆଶଙ୍କା ଉପୁଜିପାରେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ଯୋଗୁ ଖୁସି ଅନୁଭବ କରିପାରନ୍ତି।
କର୍କଟ

ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ମନର ପ୍ରଫୁଲ୍ଲତା କମିବ ନାହିଁ। ଆପଣ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିପାରିବେ। ଜମା ପଟୁ ନ ଥିବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପକରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପରିବାରରେ ପୁରୁଣା ସମସ୍ୟା ତୁଟିଯାଇଥଲେ ମଧ୍ୟ ନୂତନ ସମସ୍ୟା ଦେଖାଦେଇପାରେ।
ସି˚ହ

ରବିଙ୍କ ସ୍ଥାନ ସ୍ଥିତିରୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗତି କରିବେ। କୌଶଳରେ କାମ ହାସଲ ବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ହଜିଯାଇଥିବା ଟଙ୍କା କିମ୍ବା ଦରକାରୀ କାଗଜପତ୍ର ଅଲଗା ସ୍ଥାନରେ ରଖିଥାଇପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନବଳାଇବାର ସୂଚନା ରହିଛି।
କନ୍ୟା

ପରିବାରରେ ଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକ ଶତ୍ରୁତାକରି ପାରନ୍ତି। ନିଜ ପରିସରରେ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିବା ଠିକ୍ ହେବନାହିଁ। ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ମାମଲା ପର୍ଯ୍ୟନ୍ତ କଥା ଯାଇପାରେ।
ତୁଳା

ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ନିଜ ପାଖରେ ରହୁଥିବା ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବନ୍ଧୁ କ୍ରମଶଃ ଦୂରେଇଯିବେ। ଯାତ୍ରା ସମୟରେ ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ।
ବିଛା

ପ୍ରତ୍ୟେକ କ୍ଷେତ୍ରରେ କିଛି କହିବା ଓ କରିବା ପୂର୍ବରୁ ଭାବିଚିନ୍ତି କରିବା ଭଲ ହେବ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ିପାରନ୍ତି। ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ମାନସିକ ଅସ୍ଥିରତା ସହ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ ହୋଇପାରେ।
ଧନୁ

ନିଜକୁ ସମ୍ଭାଳି ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁ, ନତୁବା ଅପମାନିତ ହୋଇପାରନ୍ତି। ବିଭିନ୍ନ ସମସ୍ୟା ଭିତରେ ସାହାଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହେବାର ସୂଚନା ରହିଛି। ତେଣେ ସହକର୍ମୀଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ।
ମକର

ଶୁଭ ଚନ୍ଦ୍ର ହେତୁ ମାନସିକ ପ୍ରସନ୍ନତା ସହ ଦିନଟିରେ ଅର୍ଥ ଲାଭ ଓ ବନ୍ଧୁମିଳନରୁ ଖୁସି ରହିବେ। ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍ରେ ସମୟ କଟାଇପାରନ୍ତି। କର୍ମକ୍ଷେତ୍ରରେ ଖଳଲୋକଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମକରି ଅନୁତପ୍ତ ହେବେ।
କୁମ୍ଭ

ଆଳସ୍ୟ ଓ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ପରିସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ , ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍ ହେବେ, କିନ୍ତୁ ପ୍ରତିବନ୍ଧକରୁ ମୁକ୍ତ ହୋଇପାରିବେ ନାହିଁ।
ମୀନ
ବୃହସ୍ପତିଙ୍କ ଶୁଭଦୃଷ୍ଟି ସକଳ ସମସ୍ୟାରୁ ମୁକ୍ତକରିବା ସମୟରେ ରାହୁ ଓ କେତୁ ହଇରାଣର ମସୁଧା କରିପାରନ୍ତି। ଅତୀତର ଘଟଣାକୁ ଯେତେ ଭାବିବେ ମନ ସେତେ ଅଧିକ ଖରାପ ଲାଗିବ। ଫାଇଲ୍ କାମ ବୃଦ୍ଧିପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ପରିବାରର ଖର୍ଚ୍ଚ ବୃଦ୍ଧି ଚିନ୍ତାଜନକ ହୋଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.