Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ
ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଉତ୍ସାହିତ ହେବେ। ବ୍ୟବହାରରେ ରୁକ୍ଷତା ପରିଲକ୍ଷିତ ହେବାର ଆଶଙ୍କା ରହିଛି; ଯାହାକି ମତାନ୍ତରଜନିତ କଳହ, ପାରିବାରିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ।
ବୃଷ
ବୃଷ
କର୍ମସ୍ଥାନରେ ରାହୁ କଳେ, ବଳେ, କୌଶଳେ କାର୍ଯ୍ୟସାଧନ ପାଇଁ ଚେଷ୍ଟା କରାଇବେ। ମନ ଓ ମସ୍ତିଷ୍କ ସବୁ ସମୟରେ ଉତ୍ତେଜନାପୂର୍ଣ୍ଣ ରହିବା କାରଣରୁ ଦୈହିକ ମାନସିକ ଉଷ୍ମତା ଲାଗି ରହିବ। ଶନି ଦୃଷ୍ଟ ଚନ୍ଦ୍ର ନକାରାତ୍ମକ ଭାବନାଜନିତ ନୈରାଶ୍ୟତା ସୃଷ୍ଟି କରିପାରେ। ରୋହିଣୀ ନକ୍ଷତ୍ର ପରିବାର, କର୍ମକ୍ଷେତ୍ର ପାଇଁ ଦିନଟି ଭଲ।
ମିଥୁନ
ମିଥୁନ
ଲାଭଭାବସ୍ଥ ଶୁକ୍ର ଅଥଲାର୍ଭ, ଉଚ୍ଚସମ୍ମାନ ଓ ବିଳାସବ୍ୟସନ ମଧ୍ୟରେ ଦିନଟିକୁ ହର୍ଷମୁଖର କରାଇବ। ବନ୍ଧୁଙ୍କୁ ଆପଣେଇ ନେଇ ଲକ୍ଷ୍ୟ ସାଧନ ପଥରେ ଅଗ୍ରସର ହେବେ। ବନ୍ଧୁସମ୍ପର୍କ, ବୃତ୍ତି ବାଣିଜ୍ୟ, ଯାତ୍ରା ଓ ସ୍ଥଗିତ କାମ ପୁନର୍ବସୁ ନକ୍ଷତ୍ର ପାଇଁ ଉଚ୍ଚକୋଟୀର ରହିବ। ବ୍ୟବସାୟିକ କ୍ଷେତ୍ର ସନ୍ତୋଷଜନକ ରହିବ।
କର୍କଟ
କର୍କଟ
ତୃତୀୟସ୍ଥ ଚନ୍ଦ୍ର ଆପଣଙ୍କୁ ଭ୍ରାତୃ, ବନ୍ଧୁ ଏବଂ ଆତ୍ମୀୟଙ୍କ ସହାନୁଭୂତିର ଭାବନା ପ୍ରଦାନ କରିବ। ଆଜି କୌଣସି କାମ ଅଟକିବ ନାହିଁ । ଯାତ୍ରା, ବାଣିଜ୍ୟ ସନ୍ତୋଷଜନକ ରହିବ। ଅଇନ ଅଦାଲତରେ ସଫଳତା ସାଙ୍ଗକୁ ସମ୍ପର୍କର ଡୋରିକୁ ମଜଭୁତ କରି କାମ ହାସଲ କରିବେ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା ସାମୟିକ ମନକୁ ହଲଚଲ କରିପାରେ ।
ସି˚ହ
ସି˚ହ
ଉଚ୍ଚାରୋହୀ ରବି ଦୁଃସ୍ଥାନସ୍ଥ ହେଲେ ମଧ୍ୟ ନୂଆ ନୂଆ ପଦ୍ଧତିର ଅନୁସରଣ କରାଇ କୃତକାର୍ଯ୍ୟ କରାଇପାରନ୍ତି। ଧନସ୍ଥାନକୁ ଶନି ଦୃଷ୍ଟି ନୀଚଜନ ବିବାଦ ହେତୁକ ଧନହାନିର ସୂଚନା ରହିିଛି। କିନ୍ତୁ ସଂଗଠନ, ଆଇନ, ସାହିତ୍ୟ, ସାମ୍ବାଦିକତା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଏକାଦଶାଧିପତି ଚନ୍ଦ୍ର ରାଶିରେ ଅବସ୍ଥାନ କରି ଆପଣଙ୍କର ଆଶା ଏବଂ ଅଭିଳାଷକୁ ପୂରଣ କରିବ। ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟଙ୍କ ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ସହ ସହଯୋଗ, ସୁଖ ସମ୍ମାନ ପାଇବେ। ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ରାଶ୍ୟାଧିପତି ଶୁକ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି ଆପଣଙ୍କ କାର୍ଯ୍ୟସାଧନ କରାଇ ମାନସିକ ତୃପ୍ତି ପ୍ରଦାନ କରିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା ଦୀର୍ଘଦିନର ଆଶା ବନ୍ଧୁଙ୍କ ମାଧ୍ୟମରେ ଫଳବତୀ ହେବ। ବିଶାଖା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ବନ୍ଧୁଙ୍କ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
ବିଛା
ବିଛା
ଆଜିର କର୍ମଭାବସ୍ଥ ଚନ୍ଦ୍ର ବନ୍ଧୁମିଳନ, କାର୍ଯ୍ୟାରମ୍ଭ ଏବଂ ପାରିବାରିକ ସଦ୍‌ଭାବ ବୃଦ୍ଧିରେ ସାହାଯ୍ୟ କରିବ। ଧନସ୍ଥାନକୁ ଶନିଙ୍କ ଦୃଷ୍ଟି ଧନହାନି ସାଙ୍ଗକୁ ବ୍ୟବହାରିକ ଜ୍ଞାନକୁ ଦିଗ ଭ୍ରଷ୍ଟ କରାଇପାରେ। ପୂର୍ବ ପରିକଳ୍ପିତ କାମ ସମ୍ପନ୍ନ ହେବାରେ ଅସୁବିଧା ରହିବନାହିଁ। ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମ, ଧର୍ମକାର୍ଯ୍ୟ ଓ ବ୍ୟବସାୟିକ ସ୍ଥିତି ମନ୍ଦ ହେବନାହିଁ ।
ଧନୁ
ଧନୁ
ରବିଙ୍କ କେନ୍ଦ୍ରାବସ୍ଥାନ ଏବଂ କୋଣଭାବସ୍ଥ ଶୁକ୍ର ହେତୁ ସମ୍ମାନର ସହ ଅର୍ଥଲାଭ, କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନରୁ ଖୁସି କରାଇବ। ସୌଜନ୍ୟତା ରକ୍ଷାପୂର୍ବକ ବନ୍ଧୁଙ୍କୁ ଦରକାରୀ ଜିନିଷଟି ଆବଶ୍ୟକ ସମୟରେ ଦେଇ ନ ପାରି ବ୍ୟଥିତ ହେବେ। ସକାଳୁ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବେ।
ମକର
ମକର
ଦାତ୍ମିକ ରାଶିସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟିକରି ଭାବାବେଗକୁ ବୃଦ୍ଧି କରିବ। ଆଜି ବନ୍ଧୁସମ୍ପର୍କରେ ଉନ୍ନତି, ଅର୍ଥଲାଭ ସାଙ୍ଗକୁ ଅଭିଳଷିତ କାର୍ଯ୍ୟ ସାଧନ କରିପାରିବେ। ପାରିବାରିକ ସ୍ଥିରତା, ବ୍ୟବସାୟିକ ଉକତ୍ର୍ଷତା, ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସୁନିଦ୍ରାରେ ବାଧା, ଅପବ୍ୟୟ, ପରୋକ୍ଷ ଶତ୍ରୁତା ହେତୁ ବ୍ୟସ୍ତତା ବଢ଼ିବ।
କୁମ୍ଭ
କୁମ୍ଭ
ରାଶିରେ ବୁଧ ଆପଣଙ୍କୁ ବୌଦ୍ଧିକତା ମାଧ୍ୟମରେ ବୁଦ୍ଧିଜୀବୀଙ୍କ ପ୍ରିୟଭାଜନ କରାଇବ। ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଅର୍ଥ ସଂକଟ ଦୂର ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ଧର୍ମକାର୍ଯ୍ୟ, ଆତ୍ମୀୟଙ୍କ ସାହାଯ୍ୟ, ସହଯୋଗ ଶତଭିଷା ନକ୍ଷତ୍ର ସକାଶେ ଦୁଶ୍ଚିନ୍ତାର କାରଣ ହୋଇପାରେ।
ମୀନମୀନ
ବିବାଦୀୟ ପରିସ୍ଥିତିର ମୁକାବିଲା ସାଙ୍ଗକୁ ପାରିବାରିକ ସମସ୍ୟା ପିଛା ଛାଡି ନ ପାରେ। ଶୁକ୍ରଙ୍କ ସ୍ଥିତିଜନିତ ସାହାଯ୍ୟ ପାଇଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପରି ହେବ। କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ ଶାନ୍ତ ପଡି ଯାଇଥିବାର ସୂଚନା ରହିଛି। ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?