Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର ଯାତ୍ରାରୁ ସୁଫଳ ପାଇବେ ଏବଂ ବନ୍ଧୁଙ୍କଠାରୁ କରଜ କରି କାମ ଚଳାଇ ନେବେ। ନିଜ ଜିଦ୍‌ରେ ଅଟଳ ରହି କାମ କରିଚାଲିଲେ ସମସ୍ୟାକୁ ନିମନ୍ତ୍ରଣ କରିବେ।
ବୃଷ
ବୃଷ
ଶୁକ୍ରଙ୍କ ଦ୍ୱାଦଶ ସ୍ଥିତି ବିଳାସପ୍ରିୟ କରାଇବ। କିନ୍ତୁ ଚନ୍ଦ୍ରଙ୍କ ସହ ବୁଧଙ୍କ ଷଡ଼ାଷ୍ଟକ ସ୍ଥିତି ବନ୍ଧୁମାନଙ୍କ ଅସହଯୋଗର କାରଣ ହୋଇପାରେ। ପ୍ରତିବନ୍ଧକ ଦୂରହେବା ସହ ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ମନର ବଳ ଖୁବ୍‌ ଟାଣ ରହିବା ସାଙ୍ଗକୁ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ ା
ମିଥୁନ
ମିଥୁନ
ଧନାଧିପଙ୍କ ସହିତ ରାଶ୍ୟାଧିପତିଙ୍କ ସ୍ଥିତିଜନିତ ଅର୍ଥସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ଯାତ୍ରା, ମାଲିମକଦ୍ଦମା, ଚୁକ୍ତିପତ୍ର, ଜମିଜମା କାରବାର କ୍ଷେତ୍ରରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ।
କର୍କଟ
କର୍କଟ
ଆଜିର ଚନ୍ଦ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ଅକ୍ଷୁଣ୍ଣ ରହିବ। ଭ୍ରାତୃ ସମ୍ପର୍କରେ ଉନ୍ନତି ସାଙ୍ଗକୁ ନୂତନ କର୍ମସଂସ୍ଥାନରୁ ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ସମ୍ମାନର ସହ ନିଜର ସ୍ଥିତି ଓ ପ୍ରାଧାନ୍ୟକୁ ବଜାୟ ରଖିବା ସହ ଦକ୍ଷତାର ସହ କାର୍ଯ୍ୟ ସାଧନ କରିବେ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ନକ୍ଷତ୍ର ଆତ୍ମସମ୍ମାନର ଦ୍ୱାହିଦେଇ ମସ୍ତକ ଅବନତ ନକରି ସମାଲୋଚିତ ହେବେ। ଅଭାବ ଓ ଅସୁବିଧା ରହିଥିଲେ ମଧ୍ୟ ବ୍ୟବସାୟ, ଯାତ୍ରା ଓ ଆତିଥ୍ୟ ପ୍ରଦାନ କ୍ଷେତ୍ରରେ ଓହରି ଯିବେନାହିଁ।
କନ୍ୟା
ପାପାକ୍ରାନ୍ତ ସାଙ୍ଗକୁ ବୁଧଙ୍କ ଦୁର୍ବଳତା ଫଳରେ ସ୍ବକୀୟ ବିଚାରଧାରା ରହିବନାହିଁ। ଫଳରେ ଅନ୍ୟଦ୍ୱାରା ଉତ୍ତରାଫାଲଗୁନୀ ନକ୍ଷତ୍ର ପ୍ରଭାବିତ ହୋଇ ଭୁଲ୍‌ କାମରେ ମୁଣ୍ଡ ପୂରାଇପାରନ୍ତି। କଠିନ ପରିଶ୍ରମହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବା ଯୋଗୁ ସାମୟିକ ଖୁସି ରହିବେ।
ତୁଳା
ତୁଳା
ବୁଧଙ୍କ ବୌଦ୍ଧିକତା ଓ ବୃହସ୍ପତିଙ୍କ ବିଚାରଶକ୍ତି ସ୍ବାତୀ ନକ୍ଷତ୍ର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ପାରସ୍ପରିକ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। ବ୍ୟବସାୟରେ ସଫଳ ହେବେ ତଥାପି କର୍ମକ୍ଷେତ୍ରରେ ସୁଯୋଗ ହରାଇ ବ୍ୟଥିତ ହେବେ। ସାହିତ୍ୟ, ସଙ୍ଗୀତ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ।
ବିଛା
ବିଛା
ଶିଥିଳତାର ଗ୍ରହ ଶନି କର୍ମାଧିପତିଙ୍କ ସଂସ୍ପର୍ଶରେ ବଳଶାଳୀ ହୋଇ ଅର୍ଥନୈତିକ ଅବିବୃଦ୍ଧି କରାଇବେ। ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ସ୍ତରରେ ଉଦାସୀନତା ସୃଷ୍ଟି ସହ ପେଟ କିମ୍ବା ଚକ୍ଷୁରେ ପୀଡ଼ା ପ୍ରଦାନ କରିପାରେ। ଜ୍ୟେଷ୍ଠା ନକ୍ଷତ୍ର ସଭାସମିତି କିମ୍ବା ଆଲୋଚନା ପରିସରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
ଧନୁ
ଲାଭଭାବାଧିପତି ଶୁକ୍ର ନିଜ ଗୃହକୁ ଅବଲୋକନ କରୁଥିବାରୁ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ଘଟିବ। ଅସୁସ୍ଥ ମାନସିକତା ପରିବାର, କର୍ମକ୍ଷେତ୍ର ଓ ବନ୍ଧୁ ସମ୍ପର୍କକୁ ପ୍ରଭାବିତ କରିବ। ଭୁଲ୍‌ ବୁଝାମଣାରୁ ପୂର୍ବାଷାଢ଼ା ନକ୍ଷତ୍ରର ପାରିବାରିକ ସମସ୍ୟା ବୃଦ୍ଧି ହେତୁ ଭାବପ୍ରବଣ ରହିବେ। ଅଦାଲତ, ସଙ୍ଗଠନ, ରାଜନୀତି କ୍ଷେତ୍ରରୁ ଶୁଭଫଳ ପାଇବେ।
ମକର
ମକର
ସପ୍ତମଭାବସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ସ୍ବାମୀ/ସ୍ତ୍ରୀଙ୍କ ସୁସମ୍ପର୍କ ଦିଗରେ ସହାୟକ ହେବ। ଅଟକି ରହିଥିବା କାର୍ଯ୍ୟ ହଠାତ୍‌ ଆରମ୍ଭ ପାଇଁ ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳି ଯାଇପାରେ। ଶିଳ୍ପ, ବ୍ୟବସାୟ, ପରିବହନ ଏବଂ ପ୍ରଶାସନ କ୍ଷେତ୍ରରେ ଅନୁକୂଳତା ପରିଲକ୍ଷିତ ହୋଇପାରେ।
କୁମ୍ଭ
କୁମ୍ଭ
କର୍ମାଧିପତି ରାଶିରେ ଏକାଧିକଗ୍ରହଙ୍କ ସହ ଅବସ୍ଥାନ କରି ବିଭିନ୍ନ କର୍ମରେ ଅନୁପ୍ରବେଶ କରାଇପାରନ୍ତି। ଶତଭିଷା ନକ୍ଷତ୍ର ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।
ମୀନମୀନ
ପାପଗ୍ରହମାନେ ରାଶିରେ ରହିଥିବାରୁ ବ୍ୟତିକ୍ରମ ମଧ୍ୟରେ ଦିନଟି ଅତିବାହିତ ହେବ। କିନ୍ତୁ ଉତ୍ତରଭାଦ୍ର ନକ୍ଷତ୍ର ଉପସ୍ଥିତ ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri