Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ
ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ। ପୂର୍ବନିର୍ଦ୍ଧାରିତ ସମୟରେ ବନ୍ଧୁମିଳନଜନିତ ଖୁସିରେ ସମୟ କଟାଇବେ। ସାହିତ୍ୟକୃତିରୁ ପ୍ରଶଂସିତ ଓ ସନ୍ତାନଙ୍କ କୃତିତ୍ୱରୁ ଗୌରବାନ୍ବିତ ହେବେ।
ବୃଷ
ବୃଷ
ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶରେ ସମସ୍ୟା ସମାଧାନ ପୂର୍ବକ ଅର୍ଥଲାଭର ମାର୍ଗ ଉନ୍ମୋଚନ ହେବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଯାତ୍ରା, ବ୍ୟବସାୟ ଦିଗରେ ଅନୁପ୍ରେରିତ କରିପାରେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଯୋଗିତାରେ ପରାଜୟର ଗ୍ଳାନି ଭୋଗିବାକୁ ପଡ଼ିବ। ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଜିନିଷ ହଜିଯିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ବିଭିନ୍ନ ସମସ୍ୟା ପ୍ରଶମିତ ହେବାର ଅନୁଭବ କରିବେ ା ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ। ସଭାସମିତି, ଆନୁଷ୍ଠାନିକ କାମ, ମନୋରଞ୍ଜନ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବାର ସୂଚନା ରହିଛି।
ସି˚ହ
ସି˚ହ
ଆଜି ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ସହକର୍ମୀ ସହାୟକ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବେ। କଠିନ ଶ୍ରମ ଓ ଅନିଦ୍ରାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
କାର୍ଯ୍ୟସିଦ୍ଧି, ପାରିବାରିକ ଶାନ୍ତି ଓ ସାମାଜିକ ସ୍ତରରେ ସମ୍ମାନ ପ୍ରାପ୍ତିରେ ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ଉପଲବ୍ଧ ହେବ। ଆନୁଷ୍ଠାନିକ କାର୍ଯ୍ୟର ଶେଷପର୍ଯ୍ୟାୟରେ ବିବାଦୀୟ ବାତାବରଣ ସୃଷ୍ଟି ହେବ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ବିବାଦୀୟ ସ୍ଥିତିରେ ବିଜୟପ୍ରାପ୍ତ ହେବେ। ପାରିବାରିକ ଏବଂ ବ୍ୟବସାୟିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବ।
ତୁଳା
ତୁଳା
ସାହାଯ୍ୟ, ସହଯୋଗ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ପାଇଁ ମାର୍ଗ ଉନ୍ମୁକ୍ତ କରିବ। ବିଭିନ୍ନ ଯୋଜନାର କାମ ହାତକୁ ନେବେ କିନ୍ତୁ ସାମୟିକ ଆର୍ଥିକସ୍ଥିତିକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମିଳନରୁ ଉତ୍ସାହିତ ହେବାର ସୁଯୋଗ ପାଇବେ।
ବିଛା
ବିଛା
କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବା ସହ ସମ୍ବର୍ଦ୍ଧିତ ହେବେ। ପୁତ୍ର, କନ୍ୟାଙ୍କ ବିବାହ ନିମନ୍ତେ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ସମ୍ପର୍କିତ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ସାମାଜିକ ସ୍ତରରେ ବିଜାତୀୟ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ପ୍ରତ୍ୟେକ କ୍ଷେତ୍ରରେ ଆଶା ପୂରଣ କରାଇପାରିବ। ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ସଜାଗ ରହି ଚେଷ୍ଟା କଲେ ନିଶ୍ଚିତ ଉପକୃତ ହେବ। ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟ୍ରିକ, ଭ୍ରମ କିମ୍ବା ଜ୍ୱରଜନିତ ରୋଗରେ କଷ୍ଟ ପାଇପାରନ୍ତି। କେତେକ କ୍ଷେତ୍ରରେ ଅବହେଳା ଯୋଗୁ କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ପଡିପାରେ।
ମକର
ମକର
ଶୁକ୍ରଙ୍କ ସୁପ୍ରଭାବରୁ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିିତି ସ୍ବାଭାଭିକ ରହିବ। ଅନ୍ୟର ପ୍ରରୋଚନାରେ ପଡି ଜଣାଶୁଣା ବ୍ୟକ୍ତି କାମ ହାସଲରେ ବିଘ୍ନ ଘଟାଇପାରନ୍ତି। ଆର୍ଥିକ ଦୁରାବସ୍ଥା ସାଙ୍ଗକୁ ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ସ୍ଥିତି ବିଗାଡ଼ିପାରେ। ତଥାପି ନିଜର କାର୍ଯ୍ୟଦକ୍ଷତା ହେତୁ ନିଜ ପରିସରରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହ ସମ୍ପର୍କରୁ ଆଜି ଯାହା ଇଚ୍ଛା କରୁଛନ୍ତି ତାହା ଅବିଳମ୍ବେ ପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରି ବନ୍ଧୁ,ପରିବାର ଓ ସର୍ବସାଧାରଣଙ୍କର ପ୍ରୀତିଭାଜନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ
ସହୃଦୟତା ଅଭାବରୁ ପାରିବାରିକ ସ୍ଥିରତା ରକ୍ଷାରେ ଅସମର୍ଥ ହେବେ। ବିବାଦୀୟ ପରିସ୍ଥିତିରେ ଲଢ଼େଇ କଲେ ବାଦୀ ଓ ପ୍ରତିବାଦୀ ଉଭୟ କ୍ଷତିଗ୍ରସ୍ତ ହେବେ। କିନ୍ତୁ ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ପ୍ରତିଷ୍ଠା ଓ ପ୍ରଶଂସା ଅକ୍ଷୁଣ୍ଣ ରହିବ। ବନ୍ଧୁଙ୍କ ସହ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭକରି ଖୁସି ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri