Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ଆଶା କରିଥିବା କାର୍ଯ୍ୟ ପାଇଁ ବହୁ ଶ୍ରମ ସ୍ବୀକାର କରିବାକୁ ହେବ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଦିନଟିରେ କିଛି ସମୟ ଟେନ୍ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇ ଯିବ।
ବୃଷ
ବୃଷ
ବିଭିନ୍ନ ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ସନ୍ତୋଷ ଆସିବ ନାହିଁ। ବାକି ପଡିଥିବା କାମ ସାରିବେ ନା ହାତକୁ ନେଇଥିବା କାମ ଆରମ୍ଭ କରିବେ ଏହି ଚିନ୍ତାରେ ବ୍ୟସ୍ତ ରହି ପାରନ୍ତି। ପ୍ରତିରୋଧ ମଧ୍ୟରେ ଆଶା କରିଥିବା ଜିନିଷଟି ପାଇବାରେ ଅସୁବିଧା ରହିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ନେଇ ଭାରାକ୍ରାନ୍ତ ମନରେ ଦିନଟି କଟାଇବେ।
ମିଥୁନ
ମିଥୁନ
ମାନସିକ ଅସ୍ଥିରତା କାରଣରୁ କୌଣସି କାମରେ ମନ ଲାଗିବ ନାହିଁ। ସଦାବେଳେ ଝଗଡା କରିବାକୁ ଚାହିଁବସିଥିବା ଲୋକଟିର ସାମନା କରିବା ପାଇଁ ଚିନ୍ତା ଲାଗି ରହିବ। ସରକାରୀସ୍ତରରେ ସବୁ ଘଟଣା ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ଯେଉଁ କାମ ହାତକୁ ନେଇଛନ୍ତି, ତାହା ସମ୍ପନ୍ନ ହୋଇପାରିବ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ବହୁତ ଦିନରୁ ରହିଆସିଥିବା ସମସ୍ୟା ଆଜି ଆକସ୍ମିକ ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିପାରନ୍ତି। ଆପଣଙ୍କ ସାହାଯ୍ୟଲାଭ କରି ରୋଗୀବନ୍ଧୁ କିମ୍ବା ସହଯାତ୍ରୀଟି ଆଜି ବହୁତ ଖୁସି ହୋଇଯିବ। ବାଧାପ୍ରାପ୍ତ ପରିବହନରେ ଉନ୍ନତି ପରିଲକ୍ଷିତ ହେବ ଓ ସମସ୍ୟା ସମାଧାନରୁ ଖୁସି ରହିବେ।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ବନ୍ଧୁ ନିଜର ପୂର୍ବପ୍ରତିଶ୍ରୁତି ଅନୁଯାୟୀ ଠିକ୍‌ ସମୟରେ ଆସିପାରିବେ। ଆର୍ଥିକ ଦିଗଟି ପୂର୍ବପରି ରହିବାର ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଆଜି ଦିନରେ ଆପଣଙ୍କ କୌଣସି କଥାରେ ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଆପଣ ଏମିତି ଯୁକ୍ତି କରିବେ ଯେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରି ପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ।
ବିଛା
ବିଛା
ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ସଭାସମିତି କିମ୍ବା ଆଲୋଚନା ନତୁବା ଗଠନମୂଳକ କାର୍ଯ୍ୟରେ ଯୋଗଦେଇପାରନ୍ତି। ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଅଫିସିଆଲି କାମରେ ଅବହେଳିତ କାର୍ଯ୍ୟ ସକାଶେ ଉପରିସ୍ଥଙ୍କ ତିରଷ୍କାର ଶୁଣିବାକୁ ପଡିପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ହରାଇବାକୁ ପଡିପାରେ।
ମକର
ମକର
ସକାଳୁ ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। କର୍ମକ୍ଷେତ୍ରରେ ବିବାଦ ବୃଦ୍ଧି କାରଣରୁ କୌଣସି ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ନିଜ ଲୋକଙ୍କ ଖାପଛଡା ମନୋଭାବ, ଘରଲୋକଙ୍କ ମନଇଚ୍ଛା କାମ ହେତୁ ବ୍ୟସ୍ତ ରହିପାରନ୍ତି। ତଥାପି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ ଉଦ୍ଦେଶ୍ୟରେ ଅନ୍ୟ ସକାଶେ ଅଯଥା କଷ୍ଟ ଅନୁଭବ କରିବେ। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଅପରାହ୍ନରେ ଭଲ୍‌ ସମ୍ପର୍କ ଥିବା ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ବନ୍ଧୁମାନେ ଫାଇଦା ପାଇଁ ବିଭିନ୍ନ ଫନ୍ଦିଫିକର କରିବାକୁ ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ପ୍ରତିରୋଧର ସାମନା କରିବାକୁ ପଡିପାରେ। ବାଣିଜ୍ୟ, ବ୍ୟବସାୟ,ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ମିଳିପାରେ। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?