ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର ୧୭ ରାଜ୍ୟରେ ଓମିକ୍ରନ୍ ଭାରିଏଣ୍ଟ ପହଞ୍ଚି ସାରିଥିବା ବେଳେ ଏଥିରେ ମୋଟ ୩୫୮ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୨୪୪ ଜଣଙ୍କର ଚିକିତ୍ସା ଚାଲିଛି । ଓମିକନରେ ଆକ୍ରାନ୍ତ ୧୮୩ ଜଣଙ୍କର ଆନାଲିସିସ କରାଯାଇଥିଲା । ଏହି ୧୮୩ ଜଣଙ୍କ ମଧ୍ୟରୁ ୮୭ ଜଣ ଭ୍ୟାକ୍ସିନର ୨ଟି ଯାକ ଡୋଜ ନେଇ ସାରିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ବୁଷ୍ଟର ଡୋଜ ବି ନେଇଥିଲେ । ଅନ୍ୟପଟେ ୭ ଜଣ ଭ୍ୟାକ୍ସିନର ଗୋଟିଏ ଡୋଜ ବି ନେଇ ନ ଥିଲେ । ୧୨୧ ଜଣ ବିଦେଶ ଯାତ୍ରା କରିଥିଲେ, ୪୪ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ହେଲେ ଏମାନେ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ । ଡେଲ୍ଟା ତୁଳନାରେ ଏହା ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ଏହା ୩ ଦିନ ମଧ୍ୟରେ ଦୁଇ ଗୁଣା ହୋଇଯାଉଛି । ଏଥିପାଇଁ କରୋନା ଗାଇଡଲାଇନ୍ ପାଳନ କରିବା ଜରୁରୀ ହୋଇ ପଡିଛି । କେରଳ ଓ ମିଜୋରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ହୋଇଥିବା ବେଳେ ଏବେ ଏହା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ବିଶ୍ୱରେ କରୋନାର ଚତୁର୍ଥ ଲହର ଚାଲିଛି । ସେଥିପାଇଁ ଆମକୁ ସତର୍କ ଓ ସାବଧାନ ରହିବା ଜରୁରୀ । ସୂଚନାଯୋଗ୍ୟ, ବିଶ୍ୱରେ ଏବେ ପର୍ଯ୍ୟନ୍ତ ୧୦୮ ଦେଶରେ ଓମିକ୍ରନ ପହଞ୍ଚି ସାରିଥିବା ବଳେ ୧,୫୧,୦୦୦ରୁ ଅଧିକ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ଅଧିକ ସଂକ୍ରମିତ ରହିଛନ୍ତି ବ୍ରିଟେନ, ଡେନମାର୍କ, କାନାଡା, ନରୱେ ଓ ଜର୍ମାନୀରେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ଚିକିତ୍ସା ସମ୍ପର୍କରେ ମିଳିବ ଖୁସି ଖବର…

ଓ୍ବାଶିଂଟନ, ୨୮।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣ ଚିକିତ୍ସା ନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ଖୁସି ଖବର ମିଳିବ...

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି...

ଉଚ୍ଚଜାତିର ସାଂଜ୍ଞା ରଖିବାରୁ ମାଡ଼

ଅହମଦାବାଦ, ୫।୧୨: ଅନୁସୂଚିତ ଜାତିର ଜଣେ ଯୁବକ ଉଚ୍ଚଜାତିର ସାଂଜ୍ଞା ରଖିଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏନେଇ ଗୁଜରାଟ ସାନନ୍ଦ ଜିଆଇଡିସି ଥାନାରେ ଏତଲା...

କରୋନାକୁ ନେଇ ଏବେବି ମିଛ କହୁଛି ଚାଇନା!

ୱାଶିଂଟନ,୮ ।୨: ଏବେ ଯଦିଓ କରୋନା ମହାମାରୀର ପ୍ରକୋପ ଚାଇନାରେ କମ୍ ହୋଇଯାଇଛି ତଥାବି ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାକୁ ନେଇ ଏବେବି କିଛି...

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ...

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ...

ବେଡ୍‌ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି

ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍‌ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର...

Advertisement
Archives

Model This Week