Posted inଜାତୀୟ

କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଘର ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ସୂଚନାନୁସାରେ, ସକାଳ ୧୦ରେ ଏପରି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଖବର ପାଇ ଭଦୋଦରା ଅଗ୍ନିଶମ ବାହିନୀ ଓ ଜରୁରିକାଳୀନ ଟିମ୍‌ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିସ୍ଫୋରଣ ସ୍ଥଳରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ରଥମେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦୋଦରା ପୋଲିସ କମିଶନର ଶମସେର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ଜାରିର ୭ ଦିନ ପରେ ଦିଆଯାଉ ଫାଶୀ

ନୂଆଦିଲ୍ଲୀ,୨୩ା୧: ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ...

‘ସ୍ମାଇଲ୍‌ ପ୍ଲିଜ’! ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ,୩୦।୮: ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ...

ଭାରତ ଛାଡିବେ ରୋହିଙ୍ଗ୍ୟା ଶରଣାର୍ଥୀ

ଜମ୍ମୁ,୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ଛାଡିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଜମ୍ମୁରେ ଅନୁଷ୍ଠିତ ଏକ...

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ...

ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ...

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବ୍ରିଜ୍‌ର ଉଦ୍‌ଘାଟନ କଲେ ମନ୍ତ୍ରୀ

ଶାହାଜାହାନପୁର,୧୦।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଜଣେ ମନ୍ତ୍ରୀ ଗାରା ନଦୀରେ ନିର୍ମାଣାଧୀନ ଏକ ପୋଲକୁ ଅସମ୍ପୂର୍ଣ୍ଣ...

ରଞ୍ଜନ ଗୋଗୋଇ ବହିର୍ବ୍ୟାପାର ଗୃହ କମିଟିକୁ ମନୋନୀତ

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ସଦସ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ବହିର୍ବ୍ୟାପାର ସଂସଦୀୟ କମିଟିକୁ ମନୋନୀତ କରାଯାଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା...

ଗୁଜରାଟ ସରକାରଙ୍କ ଘୋଷଣା: ସହରରେ ହେଲ୍‌ମେଟ ପିନ୍ଧିବା ଇଚ୍ଛାଧୀନ

ଅହମଦାବାଦ,୫ା୧୨: ନୂଆ ମୋଟରଯାନ ଆଇନ, ୨୦୧୯କୁ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଭାଜପା ଶାସିତ ଗୁଜରାଟରେ ଏହାର ବ୍ୟତିକ୍ରମ...

Advertisement
Archives

Model This Week