Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଆତ୍ମୀୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ। କୌଣସି ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଭାଗିତା ହୋଇ କାମ କରିପାରନ୍ତି।
ବୃଷ
ବୃଷ
ସ୍ନାୟବିକ ଦୁର୍ବଳତାଜନିତ ମାଂସପେଷୀରେ ଯନ୍ତ୍ରଣା ଅନୁଭବ କରିବେ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେଇ କାମ କରିପାରନ୍ତି। ଅନ୍ୟ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ମାର୍ଗରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଯୋଗାଯୋଗ, ପରିବହନ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ମିଥୁନ
ମିଥୁନ
କାମ ହାସଲରେ ନିଜ ଲୋକମାନେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି। ଖାଦ୍ୟପେୟର ଅନିୟମିତତା କାରଣରୁ ଅଜୀର୍ଣ୍ଣ କିମ୍ବା ଆମାଶୟ ଦେଖାଦେଇପାରେ। ଆବଶ୍ୟକତା ପୂରଣ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସାମାଜିକ ସ୍ତରରେ କୌଣସି ଜନମଙ୍ଗଳ କାର୍ଯ୍ୟପାଇଁ ଆପଣଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବାର ସୂଚନା ରହିଛି।
କର୍କଟ
କର୍କଟ
ଉପରିସ୍ଥଙ୍କ ଆହ୍ବାନ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପ୍ରଦତ୍ତ କୌଣସି ଲୋଭନୀୟ ସୁଯୋଗକୁ ହାତଛଡ଼ା କରିପାରିବେ ନାହିଁ। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ସ୍ବାସ୍ଥ୍ୟରେ ପୂର୍ଣ୍ଣ ଉନ୍ନତି ପାଇଁ ସମୟ ଲାଗିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ରର କଥା ଓ କାମରେ ତାଳମେଳ ନ ରହିବା ହେତୁ ବିଭିନ୍ନ କ୍ଷେତ୍ରରୁ ସମାଲୋଚନାର ସ୍ବର ଶୁଣିବାକୁ ପାଇପାରନ୍ତି। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଆପଣଙ୍କ ଅଫିସିଆଲି କାମରେ ଆଜି ବନ୍ଧୁ ଅବଶ୍ୟ ସହଯୋଗ କରିବେ।
କନ୍ୟା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ସାମାଜିକ ସ୍ତରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସଭାସମିତି କିମ୍ବା ଆଲୋଚନା କାଳରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଈର୍ଷା ଓ ଅସୂୟା କାରଣରୁ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ମାଲିମକଦ୍ଦମାରେ ବିଜୟ ହେତୁ ବନ୍ଧୁବର୍ଗରେ ଆନନ୍ଦର ଲହରି ଖେଳିଯିବ।
ତୁଳା
ତୁଳା
ଭଲ ସମ୍ପର୍କ ନ ଥିବା ହେତୁ ପଡ଼ୋଶୀଙ୍କ ଘରୋଇ ସମସ୍ୟା ପ୍ରତି କର୍ଣ୍ଣପାତ କରିବାରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ଯାତ୍ରା ସମୟରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। କେତେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ସନ୍ତାନ ହେତୁକ ସମସ୍ୟା ମନରେ ଆଲୋଡ଼ନ ସୃଷ୍ଟି କରିବାର ସୂଚନା ରହିଛି।
ବିଛା
ବିଛା
ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିବା କ୍ଷେତ୍ରରୁ ଆଶାଜନକ ଫଳ ପାଇବେ। ହିତୈଷୀଙ୍କ ସହାୟତାରୁ ସାଫଲ୍ୟତା ହାସଲ କରିବେ। ବନ୍ଧୁମାନଙ୍କର ଆଗମନ କାରଣରୁ ଆଜିର ପାରିବାରିକ ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ। ଆନୁଷ୍ଠାନିକ କାମ, ଲେଖପଢ଼ା, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଭିନ୍ନ ବିବାଦୀୟ ଘଟଣାକୁ ସ୍ଥାନୀତ କରି ଅଶାନ୍ତ ବାତାବରଣ ସୃଷ୍ଟି କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସାମାଜିକ ସ୍ତରରେ ହାତପାହାନ୍ତାରେ ସୁଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ କିମ୍ବା ଉଚ୍ଚ ପଦାଧିକାରୀଙ୍କ ଚାପରୁ ଚିନ୍ତିତ ହେବେ।
ମକର
ମକର
ଚନ୍ଦ୍ରଙ୍କ ପ୍ରତି ଶୁକ୍ରଙ୍କ ଦୃଷ୍ଟି ବିନିମୟ ନୂତନ ସମ୍ପର୍କ ସ୍ଥାପନରେ ସହାୟକ ହେବ। କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠାଲାଭ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ଆଶଙ୍କା ଯଦି କରୁଛନ୍ତି ସେଥିରେ କିଛି ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟା ବିଜଡିତ ପରିସ୍ଥିତି ମଧ୍ୟରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଆଜି ଶିଳ୍ପ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଆକସ୍ମିକ ସ୍ଥାନାନ୍ତର ସୂଚନାକୁ ସହଜରେ ଗ୍ରହଣ କରିପାରିବେ ନାହିଁ।
ମୀନମୀନ
ଶାରୀରିକ ସୁସ୍ଥତା ସଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ବହୁତ ଭଲ ରହିବ। ଆପଣଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ ବାକ୍ୟର ସାମନା କରିବାରେ ପ୍ରତିପକ୍ଷ ଦୂରେଇ ରହିବେ। ଲେଖପଢା, ସାହିତ୍ୟାଲୋଚନା, କଳା, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରୁ ସୁନାମ ମିଳିବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?