Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଆପଣଙ୍କ ଅଭିଳାଷ ପୂର୍ଣ୍ଣତା ଲାଭ କରିବ। କାର୍ଯ୍ୟସିଦ୍ଧି ଘଟିବା ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ କିଛି କରିବାକୁ ପଡ଼ିବ। ଆଲୋଚନା, ଆନୁଷ୍ଠାନିକ କାମ, ମଜା ମଉଜର ପରିସରରୁ ଖୁସି ହୋଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ଏକାଦଶସ୍ଥ ଗୁରୁ ଯୋଗୁ ଆଜି ମନ ଅନୁଯାୟୀ କାମ ହାସଲ ସହ ବନ୍ଧୁମାନଙ୍କ ଆନୁଗତ୍ୟପୂର୍ଣ୍ଣ କଥାରେ ମନ ଖୁସି ହୋଇଯିବ। ଯାତ୍ରାକାଳରେ ଅଜଣା ଅଶୁଣା ଲୋକମାନଙ୍କୁ ମନେଇବାରେ ସଫଳ ହେବେ। ରବିଙ୍କ ଦୁର୍ବଳତା ପାରିବାରିକ କ୍ଷେତ୍ର ସକାଶେ କୌଣସି ଅପୂର୍ଣ୍ଣତା ମନଦୁଃଖର କାରଣ ହୋଇପାରେ।
ମିଥୁନ
ମିଥୁନ
ମୁଖଭାବସ୍ଥ ଚନ୍ଦ୍ର ହେତୁ ଦିନଟିରେ ମନ ଖୁସି ରହିବ, ଯାହା କରିବାକୁ ଯାଉଛନ୍ତି ତାହା ନିଷ୍ଫଳ ହେବନାହିଁ। ବହୁଦିନ ପରେ ନିକଟ ସମ୍ପର୍କୀୟଙ୍କ ସହ ଆଲୋଚନାରେ ଭାଗ ନେଇପାରନ୍ତି। ସତର୍କତା ଅଭାବରୁ ଅର୍ଥ କିମ୍ବା କୌଣସି ଜିନିଷ ହରାଇ ବ୍ୟସ୍ତ ହେବେ। ସଭାସମିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରିନେବେ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ରଙ୍କ ଯୋଗୁ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବା କାରଣରୁ କାର୍ଯ୍ୟକ୍ଷେତ୍ରରେ ଉତ୍ସାହିତ ହେବେ। ସମ୍ପର୍କୀୟଙ୍କ ପରାମର୍ଶରେ ନୂତନ କାମର ପରିକଳ୍ପନା କରିପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି।
ସି˚ହ
ସି˚ହ
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ନିଜ କାମ ପଛକୁ ପକାଇ ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେବାରୁ ପରିବାରରେ କୈଫିୟତ୍‌ ଦେବାକୁ ପଡ଼ିବ। ଅଧିକାଂଶ ସମୟ ଅନୁପସ୍ଥିତିଜନିତ ବନ୍ଧୁମାନେ ଅଭିଯୋଗ କରିପାରନ୍ତି। ବହୁ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡ଼ିବାର ଆଶଙ୍କା ରହିଛି। ବନ୍ଧୁ ମରମ କଥା କହି ପ୍ରତିଶୋଧ ନେଇପାରନ୍ତି।
କନ୍ୟା
ଶନିଦୃଷ୍ଟ ଶୁକ୍ର ହେତୁ ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ଆତ୍ମୀୟଙ୍କ କଟା ଘା’ରେ ଚୂନଛିଟା କଥା ମନକୁ ବେଶି ବାଧିବ। ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ଆବଶ୍ୟକତା ପୂରଣ କରିବାକୁ ଯାଇ ମୋଟାଅଙ୍କର ଅର୍ଥ କରଜ କରିବାକୁ ପଡ଼ିପାରେ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭତ୍ୱରୁ ଆଜିର ଯାତ୍ରା, ସ୍ଥଗିତ କାମ, ବକେୟା ଅର୍ଥ ଯଥାସମୟରେ ପ୍ରାପ୍ତକରି ମନ ଖୁସି ହୋଇଯିବ। କିନ୍ତୁ ସାମୟିକ ଭାବେ ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ନିଷ୍ପତ୍ତି ବଦଳାଇ ଦେଇପାରନ୍ତି। ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ମଧ୍ୟ କାମ କରିବାକୁ ପଛେଇବେ ନାହିଁ।
ବିଛା
ବିଛା
ସପ୍ତମାଧିପଙ୍କ ରାଶ୍ୟାବସ୍ଥାନରୁ ସକାଳୁ ସକାଳୁ ଆପଣ ଆଦୌ ଆଶା କିମ୍ବା କଳ୍ପନା କରି ନ ଥିବା କାମଟିଏ ଜୁଟିଯିବ। ଦିନସାରା ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ। ଆତ୍ମୀୟ ମାନେ କ୍ରମଶଃ ଦୂରେଇ ଯାଇପାରନ୍ତି, ଯାହାକି କେତେକ ଆକସ୍ମିକ ସମସ୍ୟା ସୃଷ୍ଟି କରିବ।
ଧନୁ
ଧନୁ
ରାହୁଙ୍କ ପ୍ରଭାବରେ ଆକସ୍ମିକ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପରିବାରରୁ କୌଣସି ଅପ୍ରୀତିକର ଖବର ପାଇ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ। ବନ୍ଧୁଙ୍କ ମାଧ୍ୟମରେ ନୂତନ ବସ୍ତ୍ରଭୂଷଣ କିମ୍ବା ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ବ୍ୟବସାୟ, ପରିବହନ ଧିମାଗତିରେ ଚାଲିବା କାରଣରୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମକର
ମକର
ବକ୍ରୀ ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ କଥା ଓ କାମକୁ ଏପଟସେପଟ କରିଦେବାର ଆଶଙ୍କା ରହିଛି। ଫଳତଃ ତର୍କବିତର୍କ ଅଥବା ଟଙ୍କା ପଇସାକୁ କେନ୍ଦ୍ରକରି ଆକସ୍ମିକ କଳହ ଲାଗିପାରେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ। ପିଲାଙ୍କ ପଢ଼ାକୁ ନେଇ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
ଦୂରାଗତ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଦୀର୍ଘପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଧନାଧିପଙ୍କ କେନ୍ଦ୍ରାବସ୍ଥାନରୁ ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ମୀନମୀନ

ଚନ୍ଦ୍ରଙ୍କ ପ୍ରଭାବରେ ମନ ଭିତରେ ଯାହା ଥାଉନା କାହିଁକି ଉପର ମନରେ ହସି ହସି କଥା କହିବେ। ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବା ସାଙ୍ଗକୁ ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ। ହଠାତ୍‌ ନୂତନ ବନ୍ଧୁସମ୍ପର୍କ ସୃଷ୍ଟିରୁ ମନ ଖୁସି ରହିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?