Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨୨ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ସରଗରମ ଆଲୋଚନା ହୋଇପାରେ। ଦୀର୍ଘଦିନ ହେଲା ପରସ୍ପର ପଡୁନଥିବା ପୁଅବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ। ଏଣେ ପରକୁ ଦେଇଥିବା ଅର୍ଥକୁ କେନ୍ଦ୍ର କରି କିଛି ସମସ୍ୟା ଦେଖାଦେଇପାରେ। ବନ୍ଧୁଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବା କାରଣରୁ ପରସ୍ପରକୁ ସନ୍ଦେହ କରିପାରନ୍ତି।
ବୃଷ
ବୃଷ
ଦୈହିକ ଉତ୍କର୍ଷତା ସହ ବନ୍ଧୁଙ୍କ ଆଦର, ସାହାଯ୍ୟ ଲାଭ କରି ଖୁସି ରହିବେ। ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇଯିବେ। ସଭାସମିତି, ଆଲୋଚନା, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ଶାରୀରିକ ଅସୁସ୍ଥତା, ଉଗ୍ରଚିନ୍ତା, ଉତ୍ତେଜକ ବାଣୀ ଦ୍ୱାରା ସମସ୍ୟାରେ ଛନ୍ଦି ହୋଇପାରନ୍ତି। କାମଗୁଡ଼ିକ ଅଟକି ରହିଥିବା କାରଣରୁ ସେହି କଥା ଚିନ୍ତା କରି ଅନ୍ୟମନସ୍କ ରହିବେ। କୌଣସି ଜିନିଷ ଦେବା ନେବାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ହେବ। ସମ୍ପର୍କୀୟଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ ଏବଂ କାରଣ ନ ଥାଇ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି। ଗୃହ, ଯାନ ତଥା ଯାନ୍ତ୍ରିକ ଜିନିଷର କ୍ରୟ ବିକ୍ରୟ ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି। ଆଜିର ଆନୁଷ୍ଠାନିକ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। କଳା, ସାହିତ୍ୟରେ ଉନ୍ନତି ଓ ବ୍ୟବସାୟରେ ଲାଭବାନ୍‌ ହେବେ।
ସି˚ହ
ସି˚ହ
ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍‌ ରୋଗଜନିତ ପୀଡ଼ାନୁଭବ କରିପାରନ୍ତି। କୌଣସି ସାଙ୍ଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।
କନ୍ୟା
ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବାର ସୂଚନା ପାଇବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ପ୍ଲଟିଂ କାରବାରରେ ମାନମନାନ୍ତର ଦେଖା ଦେଇପାରେ। ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଜମିଜମା, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନା ବିଗିଡ଼ି ଯାଇପାରେ।
ତୁଳା
ତୁଳା
ଶତ୍ରୁତାଜନିତ କିମ୍ବା ନିକଟ ଅତୀତର ଘଟଣାବଳୀକୁ ନେଇ ଚିନ୍ତିତ କରାଇବ। କଳା, ସଙ୍ଗୀତ, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ରହିପାରନ୍ତି। ଅଫିସରେ କାଗଜପତ୍ର କିମ୍ବା ଫାଇଲ୍‌ କାମକୁ ନେଇ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ଯାହା ଚାହୁଁଛନ୍ତି ତାହା ପାଇବେ, କିନ୍ତୁ ଆଶାନୁରୂପ ନ ହେବା କାରଣରୁ ଅସନ୍ତୁଷ୍ଟ ହୋଇପାରନ୍ତି। କର୍ମକ୍ଷେତ୍ରରୁ କିମ୍ବା ଦୂର ସ୍ଥାନରୁ ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ବିବାଦୀୟ ଘଟଣାର ସ୍ଥିତି ଅନୁକୂଳ ରହିବା କାରଣରୁ ସାମୟିକ ଖୁସି ରହିପାରନ୍ତି। ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟା କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସାମୟିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅଫିସ୍‌ରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ମକର
ମକର
ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ସାମାନ୍ୟ ଯୁକ୍ତିତର୍କ ପରେ ପାଇବେ। କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ ଏବଂ ଏଥିପାଇଁ କଷ୍ଟସ୍ବୀକାର କରିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ।
କୁମ୍ଭ
କୁମ୍ଭ
ଯାହା ଚିନ୍ତା କରୁଛନ୍ତି, ତାହା ସହଜରେ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ। ଦିନଟି ବହୁତ ବଢ଼ିଆ, ତଥାପି ଅନ୍ୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ ଓ କରିବେ ମଧ୍ୟ।
ମୀନମୀନ
 କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ନୀଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିରୋଧ ଦୂରେଇଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?