Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜିର ଚତୁର୍ଥ ଚନ୍ଦ୍ର ପାରିବାରିକ ଜୀବନକୁ ମଧୁମୟ କରିବ। ଶନିଙ୍କ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମ ନେଇ ଆଲୋଚନା କରିପାରନ୍ତି। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ଦୁଶ୍ଚିନ୍ତା ବଢ଼ିଯାଇପାରେ।
ବୃଷ
ବୃଷ
ଶୁକ୍ର ଚତୁର୍ଥ କେନ୍ଦ୍ର ହେତୁ ଶାରୀରିକ ସୁସ୍ଥତା ସହ ପରିବାରରେ ଶାନ୍ତି ବିରାଜମାନ କରିବ। ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ ଓ ସ୍ଥଗିତ କାମଟି ସୁବିଧାରେ ହୋଇଯିବ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
ଧନ ସ୍ଥାନରେ ଧନାଧିପ ଚନ୍ଦ୍ର ଆପଣଙ୍କ ଆର୍ଥିକସ୍ଥିତିରେ ପରିବର୍ତ୍ତନ ମାର୍ଗ ଉନ୍ମୁକ୍ତ କରିବ। କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ । ବିଶେଷଭାବେ ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ ।
କର୍କଟ
କର୍କଟ
ସ୍ବଗୃହୀ ରାଶ୍ୟାଧିପତି ଆପଣଙ୍କ ଦୈହିକ ସୁସ୍ଥତା ସହ କୌଣସି ବହୁଦିନର ସ୍ଥଗିତ କାମକୁ ସମ୍ପନ୍ନ କରାଇବେ। ପୁନଶ୍ଚ ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଅପରାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ମକଦ୍ଦମାରେ ବିଜୟ ଆଶା କ୍ରମଶଃ ବୃଦ୍ଧି ପାଇପାରେ ।
ସି˚ହ
ସି˚ହ
ନୀଚାରୋହୀ ତୃତୀୟାଧିପ ପ୍ରଭାବରେ ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ ଆରମ୍ଭ କରିପାରନ୍ତି। କ୍ରୀଡା, କଳା ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । କଚେରି ମାମଲାର ଶୁଣାଣିରୁ ଖୁସି ହେବେ। ବାଣିଜ୍ୟ ଓ ପରିବହନରେ ଲାଭବାନ ହେବେ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ କ୍ଷେତ୍ରରେ ଆଖିଦୃଶିଆ କାମ କରି ପ୍ରଶଂସିତ ହେବେ। କଥା ପ୍ରସଙ୍ଗରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିବାର ସୂଚନା ରହିଛି । ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ।
ତୁଳା
ତୁଳା
ରାଶିରେ କେତୁ ଆପଣଙ୍କ ମାନସିକ ସ୍ଥିତିକୁ ବିଭ୍ରାନ୍ତ କରାଇପାରନ୍ତି। ଏଣେ ଦୈହିକ ଅସୁସ୍ଥତା ତେଣେ ପିଲାଙ୍କ ବିବାହ ସମସ୍ୟା ଚିନ୍ତାଜନକ ସ୍ଥିତି ଉତ୍ପନ୍ନ କରିବ। ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ଦିନଟିକୁ ମଙ୍ଗଳମୟ କରାଇବେ। ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ପାଇବାକୁ ବ୍ୟାକୁଳତା ପ୍ରକାଶ କରିପାରନ୍ତି । ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବାରେ ସଫଳତା ପାଇବେ।
ଧନୁ
ଧନୁ
ଦୈନନ୍ଦିନ ଜୀବନର ପ୍ରତ୍ୟେକ ବିଭାବ ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ମନ ଭାବନା ରାଇଜରେ ଉଡିବୁଲିବ। ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତି ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ। ଅଫିସରେ ସହକର୍ମୀଙ୍କ ସହ ମିଷ୍ଠାଳାପରେ ମାତି ରହିପାରନ୍ତି ।
ମକର
ମକର
ଆଜିର ଗ୍ରହସ୍ଥିତି ମନ୍ଦ ନ ହେଲେ ମଧ୍ୟ ଭଲ ସମ୍ପର୍କ ରଖିଥିବା ଲୋକଟିକୁ ନ ଦେଖି କଷ୍ଟ ପାଇବେ। ଉପରିସ୍ଥ ଅଧିକାରୀ କାମହାସଲ ଲାଗି ସହଯୋଗ ଲୋଡ଼ିପାରନ୍ତି। ଯେଉଁ କ୍ଷେତ୍ର ହେଉନା କାହିଁକି, ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ବ୍ୟବସାୟ, ପରିବହନ, ସଭାସମିତି, ଲେଖାପଢାରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ବୃହସ୍ପତି ଆପଣଙ୍କ ଅର୍ଥ ଓ ସମ୍ମାନ ଦାନର ସୁଯୋଗ ସୃଷ୍ଟି କରିବେ। ଉପଯୁକ୍ତ ଚିକିସତ୍ାକରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ସଭାସମିତିରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁମାନଙ୍କୁ ସାହାଯ୍ୟ ଭିକ୍ଷା କରିପାରନ୍ତି ।
ମୀନମୀନ
ରାଶିରେ ଗୁରୁ ଓ କୋଣଭାବରେ ଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ପରିବାରରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?