Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ। ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବୃଷ
ବୃଷ
ମନ ଭିତରେ ଯାହା ଥାଉନା କାହିଁକି ମୁହଁରେ କଅଁଳ କଥା କହି କାମ ହାସଲ କରିପାରିବେ। ବନ୍ଧୁମାନଙ୍କ ସମର୍ଥନ କାମକୁ ଆଗକୁ ବଢ଼ାଇ ନେବାରେ ସାହାଯ୍ୟ କରିବ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। କର୍ମକ୍ଷେତ୍ରରୁ ଫେରନ୍ତା ବାଟ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଆର୍ଥିକ ଉନ୍ନତି ମନୋବଳକୁ ବୃଦ୍ଧି କରିବ ଏବଂ ଅର୍ଥବଳରେ ଅସାଧ୍ୟ ସାଧନର ରାସ୍ତା ଉନ୍ମୁକ୍ତ ହେବ। କାର୍ଯ୍ୟବ୍ୟସ୍ତତା ହେତୁ ମୁଣ୍ଡବ୍ୟଥା ସହ ସ୍ବାସ୍ଥ୍ୟହାନି ଦେଖାଦେଇପାରେ। ରେଷ୍ଟୁରାଣ୍ଟ, ମିଲ୍‌ସ ହୋଟେଲ, ଫାଷ୍ଟଫୁଡ୍‌ ଛୋଟ ଦୋକାନୀ ଆଜି ଲାଭବାନ ହେବେ। ଗୃହ,ଭୂମି,ଗାଡ଼ିମୋଟର ସମ୍ପର୍କୀୟ ସମସ୍ୟା ଆସିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଆଜି ଅଯଥା ଲଘୁ କ୍ରୋଧ ପ୍ରକାଶ କରି ଆତ୍ମୀୟଙ୍କ ବିରାଗଭାଜନ ହେବେ। ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ପରିସ୍ଥିତିକୁ ସମ୍ଭାଳି ନେବେ। ଗତକାଲିର ନିଷ୍ପତ୍ତିକୁ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ତଥାପି ଆଲୋଚନା, ବ୍ୟବସାୟ, ଯାତ୍ର୍ରା ପ୍ରଭୃତି ଯେକୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି। ଅଧୁରା କାମକୁ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ ସାମୟିକ ଅସୁସ୍ଥତା ଦେଖାଦେଇପାରେ।
କନ୍ୟା
ଆଜି ଆପଣ ଏକାଧାରରେ ଅର୍ଥ, ସମ୍ମାନ, ବନ୍ଧୁମିଳନ ଓ ସାମାଜିକ ପ୍ରତିଷ୍ଠାର୍ଜନ କରିବେ। ବିଭିନ୍ନ ପାରିବାରିକ ଦୁଶ୍ଚିନ୍ତାରେ ମନକୁ ଆନ୍ଦୋଳିତ କରିପାରନ୍ତି। ଅଧିକାଂଶ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। ଉପସ୍ଥିତ ବୁଦ୍ଧି ଖଟାଇ ପରିବାରର ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେବେ। ଦିନଭରି କାର୍ଯ୍ୟବ୍ୟସ୍ତତା ଯୋଗୁ ସାମାନ୍ୟ ବିଶ୍ରାମ କିମ୍ବା ଲଘୁ ଭୋଜନର ଅବସର ପାଇବେ ନାହିଁ। ଘର ସାଜସଜ୍ଜା କମ୍ବା ମରାମତି କାମରେ ବ୍ୟୟବୃଦ୍ଧି ଘଟିପାରେ।
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ। ଆଜି ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ କିମ୍ବା ନିଜ ପରିସରରେ ବନ୍ଧୁବର୍ଗ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ସାହାଯ୍ୟ,ସହଯୋଗର ପ୍ରତିଶ୍ରୁତି ବନ୍ଧୁଙ୍କଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଓ ବିବାଦୀୟ ମନ୍ତବ୍ୟ ପରିବେଶ ଓ ପରିସ୍ଥିତିକୁ ଗମ୍ଭୀର କରିଦେଇପାରେ। ପରିବାର ସଦସ୍ୟ ଆପଣଙ୍କୁ ଭୁଲ୍‌ ଭାବିପାରନ୍ତି। କାମଗୁଡ଼ିକ ଠିକ୍‌ ଭାବେ ହେବାରେ କେତେକ ପ୍ରତିବନ୍ଧକ ସୃଷ୍ଟି ହେବ। ବ୍ୟବସାୟ ଓ ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରପାରିିବେ।
ମକର
ମକର
ଆଜିର ଯାତ୍ରା ସମୟରେ ସ୍ଥାନ, କାଳ, ପାତ୍ର ଅନୁଯାୟୀ କଥାର ବ୍ୟତିକ୍ରମ ବିବାଦର ସୂତ୍ରପାତ କରିବ। ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌, ସଭାସମିତି ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ କିମ୍ବା ଛାଡ଼ି ପାରିବେ ନାହିଁ। ପରୋକ୍ଷରେ ଶତ୍ରୁତା କରୁଥିବା ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ହଠାତ୍‌ ଯାତ୍ରା କରିବାକୁ ମନସ୍ଥକରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ବାଣିଜ୍ୟ, ପରିବହନ, ମାଲିମକଦ୍ଦମା କିମ୍ବା ନିର୍ମାଣକାର୍ଯ୍ୟ ସମସ୍ୟାବହୁଳ ହୋଇପାରେ।
ମୀନମୀନ
ଆପଣଙ୍କ ନିରପେକ୍ଷ ବିଚାରଧାରା ଜନାଦୃତ ସହ ସାମାଜିକ ପ୍ରତିଷ୍ଠା ପ୍ରଦାନରେ ସହାୟକ ହେବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଈର୍ଷା କରୁଥିବା ଲୋକମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri