Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ମନ ଅନୁଯାୟୀ କାମ କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡ଼ି, ସତ୍‌ସଙ୍ଗର ସୁଯୋଗ ଲାଭ କରିବେ। ଭାଇଭାଇ, ବନ୍ଧୁବାନ୍ଧବଙ୍କୁ କେନ୍ଦ୍ରକରି କଳହ ଲାଗିପାରେ। ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ବୃଷ
ବୃଷ
ବକ୍ରୀ ଶନିଙ୍କ ପ୍ରଭାବରେ ସଂଘର୍ଷ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପରିବାରରେ ଅସାବଧାନତାବଶତଃ ମୂଲ୍ୟବାନ୍‌ ଦବ୍ର୍ୟ ନଷ୍ଟ ହୋଇପାରେ। ଅଫିସିଆଲି କେତେକ କାର୍ଯ୍ୟହାନି ଯୋଗୁ ମନ ଉଦାସ ରହିବ। ଅବଶ୍ୟ କଳା, ସାହିତ୍ୟ ଓ ସଙ୍ଗୀତ, ଆନୁଷ୍ଠାନିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଶ୍ରୀଚନ୍ଦ୍ର ଯୋଗୁ ଆର୍ଥତ୍କ ଅବିବୃଦ୍ଧି ଘଟିଲେ ମଧ୍ୟ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭୁଲ୍‌ ବୁଝିବେ। ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ସକାଶେ ଆଲୋଚନା କରିପାରନ୍ତି। ଦୀର୍ଘଦିନରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇ ସଫଳତା ପାଇବେ।
କର୍କଟ
କର୍କଟ
ଧନାଧିପ ରବି ରାଶିରେ ଅବସ୍ଥାନ କରି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତହେବେ। ଅନ୍ୟମାନଙ୍କ ନିକଟତର ହେବା ମାନସରେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ। ଅପରାହ୍ନରେ ସାଧାରଣ କଥାକୁ ନେଇ ପରିବାରରେ ମତାନ୍ତର ଘଟିପାରେ।
ସି˚ହ
ସି˚ହ
ବୁଧ ଓ ଶୁକ୍ର ରାଶିରେ ଅବସ୍ଥାନ କରି ଅର୍ଥ, ଉଚ୍ଚସମ୍ମାନ ପ୍ରଦାନ କରିବାରେ ସମର୍ଥ ହେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ତରବରିଆ ଯାତ୍ରାରୁ ନିବୃତ୍ତ ରହିଲେ ଭଲ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ଅନ୍ୟମାନଙ୍କ ରୁଚିବୋଧକ ହୋଇ ନ ପାରେ।
କନ୍ୟା
ଚନ୍ଦ୍ରଙ୍କ ପ୍ରଭାବରେ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ଭଲ ରହିବ। ବିରୁଦ୍ଧ କଥା କହୁଥିବା କାରଣରୁ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପିଲାଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ସବୁ ସୁବିଧା ଥାଇ କାମ ଠିକ୍‌ ଠିକ୍‌ କରିଥିବେ କିନ୍ତୁ କାମଟି ବିଳମ୍ବରେ ହେବାରୁ କ୍ଷୋଭିତ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପ ଭାଗ୍ୟସ୍ଥ ହେତୁ ଚେଷ୍ଟା କରୁଥିବା କାମ ଆଶାନୁରୂପ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଲାଗିରହିଥିବା ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଥା ପ୍ରସଙ୍ଗ କାଳରେ ଅଫିସ୍‌ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଗୃହସୀମା, ଜମିଜମା ବିବାଦଜନିତ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ।
ବିଛା
ବିଛା
ଆଜି ଅଷ୍ଟମ ଚନ୍ଦ୍ର ହେତୁ କଳହ ଲାଗିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ ହେବ। ପ୍ରତିଟି ପଦକ୍ଷେପରେ ଅନ୍ୟର ଉପକାର ଚିନ୍ତା କରିବେ କିନ୍ତୁ ପ୍ରତିଦାନ ପାଇବା ଦୁର୍ଲଭ ହେବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ପ୍ରତିଶ୍ରୁତି ଲାଭକରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଶୁକ୍ରଙ୍କ ସୁପ୍ରଭାବରୁ ବିଳାସବ୍ୟସନରେ ସମୟ ଅତିବାହିତ ହେବ। ସମସ୍ୟା ଲାଗିରହିଥିଲେ ମଧ୍ୟ ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ ସମସ୍ୟାକୁ ବାରମ୍ବାର ଆଲୋଚନା କରି ଅଯଥା ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ବୁଧଙ୍କ ବିପରୀତ ରାଜଯୋଗ ଫଳସ୍ବରୂପ ଆଜି ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ସଭାସମିତି, କର୍ମାରମ୍ଭ ସକାଶେ ଦିନଟି ଭଲ। ମାଲିମକଦ୍ଦମା, ପୂର୍ବଶତ୍ରୁତା, ରୁଗ୍‌ଣ ସ୍ବାସ୍ଥ୍ୟର ଦୁଶ୍ଚିନ୍ତା ଘାରିପାରେ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ଚିନ୍ତା ସୃଷ୍ଟି ହେବ।
କୁମ୍ଭ
କୁମ୍ଭ
କେତୁଙ୍କ ପ୍ରଭାବରୁ ସମସ୍ୟା ଲାଗିରହିଥିଲେ ମଧ୍ୟ ଶୁକ୍ର ପ୍ରଭାବରୁ କାମ ବାଧାପ୍ରାପ୍ତ ହେବନାହିଁ। ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ସାଙ୍ଗକୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଶତଭିଷା ନକ୍ଷତ୍ରର ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
ମୀନମୀନ

ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ରାଶିରେ ରାହୁଜନିତ ପସ୍ତେଇବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। କିନ୍ତୁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ନେବାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?