ମେଷ

ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ

କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍ ଦୂର ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ବ୍ୟବହାରରେ ଅନ୍ୟମାନଙ୍କ ନିକଟତର ହୋଇପାରିବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। କିନ୍ତୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହାସଲ କରିବେ।
ମିଥୁନ

ବୁଧ ଆପଣଙ୍କୁ ନିରାଶ କରିବେ ନାହିଁ ବରଂ ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହେବେ। ପରିବାରରେ ଖର୍ଚ୍ଚ କରିବାରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହେବେ। ସଭାସମିତି ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ନୂତନ ସ୍ଥାନ ପରିଦର୍ଶନ, ସତ୍ସଙ୍ଗ ଓ ଆଧ୍ୟାତ୍ମିକତାରୁ ଶାନ୍ତି ଲାଭ କରିବେ।
କର୍କଟ

ଆଜି ଅନ୍ତରଙ୍ଗଙ୍କ ସହ ଆଲୋଚନା କରି ଦାୟିତ୍ୱକୁ ଯଥାବିଧି ସମ୍ପନ୍ନ କରିବେ। ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରି ଖୁସି ହୋଇପାରନ୍ତି। ରାଜନୈତିକ ସ୍ଥିତିରେ ଉନ୍ନତି,ସାମାଜିକ ସ୍ତରରେ ସମସ୍ୟା ସମାଧାନ, ଏବଂ ଋଣପରିଶୋଧ କରି ଆଶ୍ୱସ୍ତି ଲାଭ କରିବେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
ସି˚ହ

ଅର୍ଥପ୍ରାପ୍ତି ଓ କାର୍ଯ୍ୟସାଧନ ପ୍ରଚେଷ୍ଟାକୁ ଜାରି ରଖିବେ। ମାତ୍ର ମଘା ନକ୍ଷତ୍ର ଅର୍ଥସଙ୍କଟଜନିତ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣି ନ ପାରି ମନଦୁଃଖ କରିପାରନ୍ତି। ହଠାତ୍ ଶତ୍ରୁମାନଙ୍କ ମିତ୍ର ଭଳି ଆଚରଣ ଆପଣଙ୍କୁ ବିସ୍ମୟାଭିଭୂତ କରିପାରେ। ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ନତୁବା ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ।
କନ୍ୟା

ଆଜିର କାମ ହାସଲ ପାଇଁ ହଇରାଣ ହରକତ ହେବାକୁ ପଡିବ। ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାରବିମର୍ଶ ଚଳାଇ ପାରନ୍ତି। ସ୍ବାର୍ଥ ହାନି ଆଶଙ୍କାରେ ଆତ୍ମୀୟମାନେ ଅର୍ଥକୁ ଅନର୍ଥ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
ତୁଳା

ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ପ୍ରାପ୍ତ ହୋଇ ଆଜିର କାମଗୁଡିକ ସହଜରେ ସମ୍ପନ୍ନ ହୋଇପାରିବ। ପୂର୍ବରୁ ନେଇଥିବା ନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାମତ୍କ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। କାୈଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା

ଅତୀତରେ ଘଟିଯାଇଥିବା ପାରିବାରିକ ବ୍ୟତିକ୍ରମକୁ ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି। ସ୍ବାସ୍ଥ୍ୟ ସମସ୍ୟା ଉଦ୍ବେଗଜନକ ନ ହେଲେ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବା ଯୋଗୁ ଆଶ୍ୱସ୍ତି ଅନୁଭବ କରିବେ। ପ୍ରଶାସନିକ ସ୍ତରରେ, ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂର ହେବ। ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା କେତେକାଂଶରେ କମିପାରେ।
ଧନୁ

ଭାବୁଥିବେ ଗୋଟିଏ କଥା, କିନ୍ତୁ ପରିସ୍ଥିତିରେ ପଡି ତାହା କରିବାରେ ଅସମର୍ଥ ହୋଇପାରନ୍ତି। ଆଧ୍ୟାତ୍ମିକତା, ସାହିତ୍ୟ,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। କଡାକଥା କହି ଶତ୍ରୁତା ଯୋଗୁ ବିଚଳିତ ହେବେ।
ମକର

ମଙ୍ଗଳଙ୍କ ସୁପ୍ରଭାବରୁ ସାହସର ସହ ପ୍ରତ୍ୟେକ କାମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। କିନ୍ତୁ ମତାନ୍ତରଜନିତ ଉଚ୍ଚ ପଦାଧିକାରୀଙ୍କ ସହ ମତପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟାରମ୍ଭରେ ଆପଣ କେତେକ କାରଣକୁ ନେଇ ଅନ୍ୟମାନଙ୍କ ପରି ଖୁସି ହୋଇପାରିବେ ନାହିଁ।
କୁମ୍ଭ

ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ରହିପାରନ୍ତି। ଯାନବାହନ, ଲୋକସମ୍ପର୍କ, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ପରିବାରର ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଅଳଙ୍କାର ଓ ବସନ ଭୂଷଣ କ୍ରୟ କରିପାରନ୍ତି। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରିବା ପୂର୍ବରୁ ଆଉଥରେ ଚିନ୍ତା କରିବା ଭଲ ହେବ।
ମୀନ
କର୍ମକ୍ଷେତ୍ରରେ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବେ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୂତନ ବନ୍ଧୁସମ୍ପର୍କ କ୍ଷେତ୍ରରେ ଆଶାପୂରଣ ହୋଇପାରିବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.