Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ
ଶନି ନକ୍ଷତ୍ରସ୍ଥ ବୁଧ ହେତୁ ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ବିବ୍ରତ ହୋଇପାରନ୍ତି। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ପଡ଼ୋଶୀ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇପାରନ୍ତି।
ବୃଷ
ବୃଷ
ଶୁକ୍ର ଓ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ସବୁ ସୁବିଧା ଥିଲେ ମଧ୍ୟ ସୁଖଦ ଅନୁଭୂତିକୁ ଉପଭୋଗ କରିପାରିବେ ନାହିଁ। ଆପଣଙ୍କ ଅନୁରୋଧ ରକ୍ଷା କରି ବନ୍ଧୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ କାମ କରିବେ। ଆଲୋଚନା କାଳରେ ବାକ୍‌ ଅସଂଯମତା ହେତୁ କଳହର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧ ଓ ଚନ୍ଦଙ୍କ୍ର ପ୍ରତ୍ୟକ୍ଷ ବିଷମଦୃଷ୍ଟି ହେତୁ ମନୋବଳ ହ୍ରାସ ପାଇବ। ପାରସ୍ପରିକ ମତଭେଦଜନିତ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଷଡ଼ାଷ୍ଟକ ସ୍ଥିତିରେ ରାଶିଠାରୁ ଚାରୋଟିଗ୍ରହ ରହିଥିବାରୁ ବ୍ୟତିକ୍ରମ ମଧ୍ୟରେ ସମୟ କଟାଇବେ। ସାହାଯ୍ୟ, ସହଯୋଗର ଆଶା ଦେଖାଇ ବନ୍ଧୁ ପ୍ରତିଶ୍ରୁତିକୁ ପାଳନ କରିବେ ନାହିଁ। କଠିନ ଶ୍ରମ କିମ୍ବା ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ୍‌ ଜନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ସି˚ହ
ସି˚ହ
ରବି ଅଷ୍ଟମସ୍ଥ ହେତୁ କୌଣସି ପଦସ୍ଥବ୍ୟକ୍ତିଙ୍କ ସହ କଳହ ଲାଗିପାରେ। କାର୍ଯ୍ୟହାନି କାରଣରୁ ମାନସିକ ଅବସାଦଜନିତ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆଲୋଚନା ସମୟରେ ନିଜ ପକ୍ଷ ରଖିବା ସକାଶେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
କନ୍ୟା
ଉଚ୍ଚସ୍ଥ ମଙ୍ଗଳକୋଣଭାବସ୍ଥ ଯୋଗୁ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ପିତାଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟ ଓ ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ଚତୁର୍ଥକେନ୍ଦ୍ରରେ ଏକତ୍ର ଶୁକ୍ର ଓ ଶନିଙ୍କ ଯୋଗୁଁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ସହକର୍ମୀ କାମଟି କରିବା ସକାଶେ ଅମଙ୍ଗ ରହିଲେ ମଧ୍ୟ କାମଟି କରିଦେବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ ।
ବିଛା
ବିଛା
ମଙ୍ଗଳଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ଚଳିବା ଭଲ, ଅନ୍ୟଥା ସମସ୍ୟା ଆସିପାରେ। କଥା କହୁ ନ ଥିବା ଓ ପରୋକ୍ଷ ଭାବେ ଶତ୍ରୁତା କରୁଥବା ପଡ଼ୋଶୀ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ଧନୁ
ଧନୁ
ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ ହେତୁ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଶତ୍ରୁମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି କରିପାରିବେ ନାହିଁ। ଆଲୋଚନା ସମୟରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବନ୍ଧୁଙ୍କ ସହାୟତାରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି।
ମକର
ମକର
ତିନୋଟିଗ୍ରହ ରାଶିରେ ଅବସ୍ଥାନ କରିଥିବା କାରଣରୁ ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ଘରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କୌଣସି ବନ୍ଧୁଙ୍କ ସମ୍ପର୍କରେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବ୍ୟୟଭାବସ୍ଥ ବୃହସ୍ପତିଙ୍କ ଯୋଗୁଁ କୌଣସି କାମ ସକାଶେ ବିଶେଷ ବ୍ୟୟ କରିବାକୁ ପଡିବ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଦିନର ଅଧିକାଂଶ ସମୟ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ।
ମୀନମୀନ
ତୃତୀୟସ୍ଥ ରାହୁ ସମସ୍ତ ପ୍ରତିବନ୍ଧକକୁ ହଟାଇ କାର୍ଯ୍ୟ ହାସଲ କରାଇବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ମାତ୍ର ନିଜର ଉଦାରତା ଗୁଣରୁ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?