Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର ପ୍ରତ୍ୟେକ ସ୍ତରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଉଚ୍ଚକତୃପକ୍ଷଙ୍କ ଦ୍ୱାରା ଆହୂତ ହୋଇ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ ସ୍ତରରେ ଆତ୍ମୀୟଙ୍କ ସହାୟତାରେ ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣକରିବେ। ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ବୃଷ
ବୃଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବଏବଂ ପାରିବାରିକ ଶାନ୍ତିରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି। ଦୀର୍ଘ ଦିନରୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଇଛା ନଥାଇ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
କର୍ମସ୍ଥାନରେ ଧନ କର୍ମାଧିପଙ୍କ ସଂଯୋଗ ହେତୁ ଅର୍ଥଲାଭ, ବନ୍ଧୁସମ୍ମାନ, ପଦସ୍ଥ ବ୍ୟକ୍ତିଙ୍କ ସୈାହାର୍ଦ୍ଦ୍ୟ ଲାଭ କରିବେ। ଖୋଜୁଥିବା ଜିନିଷକିମ୍ବା ଦରକାରୀ କାଗଜପତ୍ର ସୁବିଧାରେ ପାଇଯିବେ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ତଥା କ୍ରୀଡାକ୍ଷେତ୍ରରେ ସଫଳତା ମିଳିପାରେ। ବାଣିଜ୍ୟ କ୍ଷେତ୍ରରେ ଆର୍ଥିକସ୍ଥିତିର ଉନ୍ନତି ହେବ।
କର୍କଟ
କର୍କଟ
ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଆଜି ଅଫିସ କାମରେ ଯୁକ୍ତିତର୍କଠାରୁ ଦୁରେଇ ରହିବା ଭଲ। ଯାତ୍ରା ପୂର୍ବରୁ ଗାଡି ପରଖିନେବା ଭଲ ହେବ ନତୁବା ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ।
ସି˚ହ
ସି˚ହ
ପୂର୍ବ ନିର୍ଦ୍ଧିାରିତ କାର୍ଯ୍ୟସୂଚୀ ପ୍ରକାରେ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ପରିବାରର ଆବଶ୍ୟକତାକୁ ନେଇ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଖୋଜୁଥିବା ଜିନିଷ ହଠାତ୍‌ ନ ପାଇବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟିହେବ। ପିଲାମାନଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍‌ ଆସିପାରନ୍ତି।
କନ୍ୟା
ଭାଙ୍ଗିଯାଇଥିବା ମନ ଓ ମଉଳି ଯାଇଥିବା ଆଶା ପୁଣି କଅଁଳିଉଠିବ । ଦୀର୍ଘ ଦିନର ସୁପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜି କସ୍ତରରେ ସମ୍ମାନ ଲାଭକରିବେ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। କିନ୍ତୁ ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧି ହୋଇପାରନ୍ତି ।
ତୁଳା
ତୁଳା
ମନ ଭିତରେ କେତେକ ଅକୁହା କଥା ଗୁମୁରି ଗୁମୁରି ଉଠୁଥିଲେ ମଧ୍ୟ ପ୍ରିୟଜନଙ୍କ ସମ୍ମୁଖରେ ପ୍ରକାଶ କରିପାରିବେ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାବାଦିତା ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭକରିବେ। ଯେ କୈାଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନେବା ଠିକ୍‌ହେବ ନାହିଁ। ଅଫିସ୍‌ରେ ଭୁଲ୍‌ଖବର ପାଇ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ସମସ୍ୟାର ସରଳସ ମାଧାନ ହୋଇଯିବାରେ ଆକସ୍ମିକ ଭାବରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ବାର୍ଥସାଧନ ଅଭିସନ୍ଧି ନେଇ ମିତ୍ରମାନେ ପରୋକ୍ଷଭାବେ ଶତ୍ରୁତା ଆଚରଣ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ଧନୁ
ଧନୁ
ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଏକ ପ୍ରକାର ଆଶ୍ୱସ୍ଥି ଲାଭ କରିବେ।ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ଟେନ୍ସନ ଲାଗିରହିବ। ପାରିବାରିକ କ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ, ସଠିକ୍‌ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେଲାଭବାନ ହେବେ। ଆକସ୍ମିକ ଭାବରେ ଉପଢୈାକନ କିମ୍ବା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
କୁମ୍ଭ
କୁମ୍ଭ
ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆଜିରଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନ୍ୟମନସ୍କ ନ ରହି ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ। ଜନସେବା ପ୍ରତି ମନ ବଳିବ କିନ୍ତୁ କେହି ସହକର୍ମୀ ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି।
ମୀନମୀନ
ପରୋକ୍ଷ ଶତ୍ରୁତା କାରଣରୁ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ଚେଷ୍ଟାକରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଆଜି ଦିନ ଭିତରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ବନ୍ଧୁମାନଙ୍କ ପ୍ରେରଣାରେ ଗଠନମୂଳକ କାଯର୍‌ୟ ପ୍ରତି ମନ ବଳିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri