Posted inRasifala

ରାଶିଫଳ: ରବିବାର, ମେ ୧୫ ତାରିଖ – Daily Horoscope

ମେଷ
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭ କରି କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବ ନାହିଁ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲା ସମାଧାନ ଆଡ଼କୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ଘରେ କିମ୍ବା ଅଫିସରେ ଏକ ସାଧାରଣ କଥାରେ ବିତର୍କ ହୋଇପାରେ। ସାଙ୍ଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟ, ପରିବହନ, ଗମନାଗମନ ଓ ଜମିଜମା କ୍ଷେତ୍ରରେ ବିବାଦର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ପ୍ରତ୍ୟୁଷରୁ ବନ୍ଧୁମାନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। ଦେହ ଭଲ ରହିବ, ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ। ପଡ଼ୋଶୀଙ୍କ ସହାୟତାରେ ନୂତନ ବୈବାହିକ ସମ୍ପର୍କ ସ୍ଥାପନ ହୋଇଯିବ ।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଅଫିସ୍‌ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ଆର୍ଥିକ ଅଭାବ ଦେଖାଦେଇପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ସାହାଯ୍ୟରୁ କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାର ସୂଚନା ରହିଛି ।
କନ୍ୟା
ସମସ୍ୟା ଜଡ଼ିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିବେ। ଯାନବାହନରେ ଲାଭ, ଦୋକାନ ବାଡ଼ିରେ ଉନ୍ନତି ସାଙ୍ଗକୁ ଗୃହ ଭୂମି ଲାଭ ଯୋଗ ରହିଛି। ପ୍ରଶାସନ, କଚେରି ମାମଲା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ।
ତୁଳା
ତୁଳା
ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସି ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ସହ ନିଜକୁ ଆଡ୍‌ଜଷ୍ଟ କରାଇ ଚଳିବା ଭଲ ହେବ। କଳା, ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜିର କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇଯିବ। ଅପ୍ରିୟ ସତ୍ୟ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ।
ଧନୁ
ଧନୁ
ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ଅପରାହ୍ନେ ସୁଖବର ଆସିପାରେ।
ମକର
ମକର
ଶୁଭ ଗ୍ରହ ପ୍ରଭାବରୁ ଆଜି ଯାହାକୁ ଯାହା ମାଗିବେ, ସେହି ବ୍ୟକ୍ତି କଦାପି ମନା କରିବ ନାହିଁ। ଅବଶ୍ୟ ପରିବାରର ଲୋକମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ୍‌ ବୁଝିପାରନ୍ତି । କର୍ମକ୍ଷେତ୍ରରେ ପରସ୍ପର ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅର୍ଥାଭାବ କାରଣରୁ ଚଳିବାରେ ଅଣନିଃଶ୍ୱାସୀ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚାହୁଁଥିବା କାମଟି ଠିକ୍‌ ସମୟରେ ନ ହୋଇପାରିବା କାରଣରୁ ମନ ଭଲ ଲାଗିବ ନାହିଁ। ପିଲାମାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚିନ୍ତା କରିବେ। କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ।
ମୀନମୀନ
ବନ୍ଧୁଙ୍କ ପ୍ରାୟୋଜିତ କୌଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ। ସମସ୍ୟା ଥିବା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri