Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ
ଆଜି ମଙ୍ଗଳ ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଖରାପ ଦିଗକୁ ଗତି କରୁଥିବାରୁ ଚିନ୍ତିତ ରହିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ପ୍ରେରଣା ସାଙ୍ଗକୁ ଆତ୍ମୀୟଙ୍କ ସହୃଦୟତା ମଧ୍ୟ ପାଇପାରିବେ।
ବୃଷ
ବୃଷ
ଶନି ପ୍ରଭାବରେ ଥଣ୍ଡାଜନିତ ସ୍ବାସ୍ଥ୍ୟହାନି, ଅର୍ଥ ସଙ୍କଟ, ବ୍ୟବସାୟରେ ଝଗଡାଜନିତ ଦୁଶ୍ଚିନ୍ତା ଦେଖାଦେବ। ଅନ୍ୟମାନଙ୍କୁ ମନେଇ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କଲେ ନିରାଶ ହେବାକୁ ପଡିବ ନାହିଁ। ବକେୟା ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବେ। ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ତୃତୀୟାଧିପ ରବିଙ୍କ ସହିତ ରାଶ୍ୟାଧିପତିଙ୍କ ସହଯୋଗରୁ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଦୁଃସ୍ଥିତି ସୁଧୁରିଯିବ। କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ପାଖେଇ ଆସିବାର ଉପକ୍ରମ କରିପାରେ। ଆଜି ଦୂରଯାତ୍ରା, ରାଜନୈତିକ ଆଲୋଚନା, ପ୍ରଶାସନିକ କାର୍ଯ୍ୟ ପାଇଁ ଦିନଟି ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଶୁଭତ୍ୱରୁ ନୂତନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆଜି ଦିନଟିର ସମୟ ଅତିବାହିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆନ୍ତରିକତା, ଶିଳ୍ପ, ବାଣିଜ୍ୟରେ ଆଶା ପୂରଣ ଓ ଯାତ୍ରାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କଳହ ଲାଗିପାରେ। ପଡ଼ୋଶୀଙ୍କ ନିକଟରୁ କିଛି ପାଇବାର ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ରବିଙ୍କ ଦୃଷ୍ଟିରେ ଚନ୍ଦ୍ର ମନୋବଳ ବୃଦ୍ଧିରେ ସହାୟକ ହେବ। କର୍ମକ୍ଷେତ୍ରରେ ସମସ୍ୟା ସହ ସଂଘର୍ଷ କରି ଲକ୍ଷ୍ୟ ହାସଲ କରିବେ। ପରୋକ୍ଷ ଶତ୍ରୁତା କରୁଥିବା ନିଜର ଆତ୍ମୀୟ ଓ ପଡୋଶୀଙ୍କ ସହ ସମ୍ପର୍କ ମଧ୍ୟ ଭଲ ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବାର ସୂଚନା ରହିଛି।
କନ୍ୟା
ଚନ୍ଦ୍ରଙ୍କ ଶୁଭ ସଂସ୍ଥିତିଜନିତ କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଶତ୍ରୁତା କରୁଥିବା ବ୍ୟକ୍ତି ସ୍ବାର୍ଥସାଧନ ଆଶାନେଇ ସହଯୋଗର ହାତ ବଢାଇ ପାରନ୍ତି। ସହକର୍ମୀଙ୍କ କଥାରେ ପଡ଼ି ପ୍ରଶାସନିକ ସ୍ତରରେ ସମସ୍ୟାଗ୍ରସ୍ତ ହେବାର ପରିସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଆପଣଙ୍କୁ ଧାଁଦୌଡ଼ କରିବାକୁ ପଡ଼ିପାରେ।
ତୁଳା
ତୁଳା
ଦୁର୍ବଳ ଧନାଧିପ ଏକାଦଶସ୍ଥ ଯୋଗୁ ଅର୍ଥ ସମ୍ପର୍କିତ ଆଲୋଚନାରୁ ପରିବାରରେ ଝଗଡ଼ା ଲାଗିପାରେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ। ବାଣିଜ୍ୟ, ପରିବହନରେ ଉନ୍ନତି କରିବେ କିନ୍ତୁ ବିବାଦୀୟ ସ୍ଥିତି ଲାଗି ରହିବ। ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ଚିନ୍ତାର କାରଣ ହେବାର ସୂଚନା ରହିଛି।
ବିଛା
ବିଛା
ତୃତୀୟାଧିପ ସ୍ବଗୃହୀ ଯୋଗୁ ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। କର୍ମକ୍ଷେତ୍ରରେ ଅଟକିଥିବା କାମଟି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ସମ୍ପନ୍ନ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ବିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ, କଳା, ସାହିତ୍ୟ, ଆନୁଷ୍ଠାନିକ କାମ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିବାଦୀୟ ପରିସ୍ଥିତି ବଦଳି ଯାଇଥିବାରୁ ଆଶ୍ୱସ୍ତି ଲଭିବେ। କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କୁ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସୁଯୋଗ ମିଳିବ। ଶିଳ୍ପ, ବ୍ୟବସାୟ, ପରିବହନ, ଗୃହସୀମାକୁ କେନ୍ଦ୍ରକରି ଝଗଡା ଲାଗିପାରେ। ଋଣଚିନ୍ତା, ପରୋକ୍ଷ ଶତ୍ରୁତା, କାର୍ଯ୍ୟହାନି ଓ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
ମକର
ମକର
ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମଟିକୁ ସମ୍ପୂର୍ଣ୍ଣ କରିବେ। ଅନ୍ୟମାନଙ୍କ ସହଯୋଗ ନେଇ ବାଣିଜ୍ୟ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ଶିକ୍ଷା, ଆଲୋଚନା, କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିଜନଙ୍କ ସହିତ ଉତ୍ତରାଷାଢ଼ା ନକ୍ଷତ୍ର ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିବେ।
କୁମ୍ଭ
କୁମ୍ଭ
ସକାଳୁ ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ସାହାଯ୍ୟରୁ ଉପକୃତ ହେବେ। ଭୁଲ ବୁଝାମଣାରୁ ପରିବାର ଲୋକଙ୍କ ଭୁଲ ଧାରଣାକୁ ବଦଳାଇ ପାରିବେ ନାହିଁ। ଆଦାୟ ଅପେକ୍ଷା ଖର୍ଚ୍ଚ ବଢ଼ିବାରୁ ଚିନ୍ତା ପ୍ରକଟ କରିବେ। ପାରିବାରିକ, ବ୍ୟବସାୟିକ, ସାମାଜିକ, ପ୍ରକଳ୍ପାରମ୍ଭ ସକାଶେ ଅନୁକୂଳ ସୁଯୋଗ ପାଇବେ।
ମୀନମୀନ

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ସହଜ ଓ ସୁବିଧାରେ କାମ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇପାରନ୍ତି। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ପରିଜନଙ୍କ ସାହାଯ୍ୟ ନେଇ ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ ଜନକଲ୍ୟାଣକାରକ କର୍ମରୁ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?