Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ମାନସିକ ଅସ୍ଥିରତା କାରଣରୁ ଉଦ୍‌ବେଗ ଲାଗି ରହିବ । କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବାର ସମ୍ଭାବନା ରହିଛି । ଶିକ୍ଷା, ପରୀକ୍ଷାରେ ଭଲ କରିଥିବାରୁ ସନ୍ତାନଙ୍କ ଖୁସିରେ ଖୁସି ହୋଇପାରନ୍ତି। ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ ।
ବୃଷ
ବୃଷ
ଦୂରସ୍ଥ ସନ୍ତାନମାନଙ୍କ ସମସ୍ୟା ସମାଧାନର ଓ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି । ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍‌ଧ ହେବେ ।
ମିଥୁନ
ମିଥୁନ
ବହୁ ପୂର୍ବରୁ ଚିନ୍ତା ଓ ଯୋଜନା କରିଥିବା କିଛି ନୂତନ କାମ ଆରମ୍ଭ ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ। ନିଜ ଉପରେ ନ୍ୟସ୍ତ କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ପୂର୍ବ କଳହକୁ ଦୋହରାଇ ପାଖ ପଡ଼ୋଶୀଙ୍କ ବୈର ମନୋଭାବରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
କର୍କଟ
କର୍କଟ
ସମସ୍ତ ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ। ନିଜ ଫାଇଦା ହାସଲ ପାଇଁ ସମ୍ପର୍କୀୟ ଫନ୍ଦିଫିକର କରିବାକୁ ମନ ବଳାଇବେ। ବାଣିଜ୍ୟ, ପରିବହନ କ୍ଷେତ୍ରରେ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ନିଜର ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ସାମାଜିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବାର ଆଶଙ୍କା ରହିଛି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ।
କନ୍ୟା
ଆଜି ଦିନ ଭିତରେ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ବନ୍ଧୁମାନଙ୍କ ଗହଣରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ, ଏବଂ ସମ୍ମାନ ପାଇ ଖୁସି ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଯୋଗୁ ମନ ଗୋଳମାଳିଆ ରହିବ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅଯଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବ୍ୟବସାୟ ଓ ପରିବହନରେ, କଳା ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଆଜି ପ୍ରତ୍ୟେକଙ୍କର ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ମନୋରଞ୍ଜନରେ, ଯାତ୍ରା ସମୟରେ, ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ।
ଧନୁ
ଧନୁ
ବହୁତ ପ୍ରକାରର କୁଟନୀତି ପ୍ରୟୋଗ କରି, ବନ୍ଧୁଙ୍କୁ ମନାଇ, ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି । ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି ।
ମକର
ମକର
ଯୋଜନାବଦ୍ଧ ଭାବରେ ଆରମ୍ଭ କରିବାକୁ ଯାଉଥିବା ନୂତନ କର୍ମଟି ପ୍ରୀତିପଦ ରହିବ। ଶ୍ରବଣା ନକ୍ଷତ୍ରର ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅଭାବ ଲାଗି ରହିଥିଲେ ମଧ୍ୟ ଧାର କରଜ କରି କାମ ତୁଲାଇ ନେବେ। କାଳେ ଦେବାକୁ ପଡିବ,ଏହି ବିଷୟ ମନରେ ଚିନ୍ତା କରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
କୁମ୍ଭ
କୁମ୍ଭ
କାମ ହାସଲରେ ବନ୍ଧୁଙ୍କ ବାଚନିକ ସହାୟକ ହୋଇପାରେ। ଆଜି ନୂତନ କର୍ମସସ୍ଥାନ ପାଇଁ ମନ ଦେଇପାରନ୍ତି । ଯେକୌଣସି କାମ ହେଉନା କାହିଁକି ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନମୀନ
ନିଜ ଲୋକଙ୍କ ଚାଲିଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରିପାରନ୍ତି। ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଆପଣଙ୍କ ସକାଶେ ଅସୁବିଧା ସୃଷ୍ଟି ହୋଇପାରେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ଅନ୍ୟ ବାଟରେ ବ୍ୟୟ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?