Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ବନ୍ଧୁ କିଛି ପଚାରିବା ପୂର୍ବରୁ କହିବା ଓଲଟା ଫଳ ପ୍ରଦାନ କରିବ। ଜମା ଭଲ ସମ୍ପର୍କ ନ ଥିବା ଲୋକଟି ସହ ଶତ୍ରୁତା ଲାଗି ରହିଥିବାରୁ ଅଧିକାଂଶ ସମୟ ମନ ଅସ୍ଥିର ରହିପାରେ। ହାତକୁ ନେଇଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇ ଯିବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ସହ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ପ୍ରଶାସନିକ ଆଲୋଚନାର ଶେଷ ସମୟରେ ନିଷ୍ପତ୍ତି ଓଲଟ ପାଲଟ ହୋଇଯିବା ଆଶଙ୍କା ରହିଛି। ଆଲୋଚନା ସମୟରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଗବେଷଣା, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
କର୍କଟ
କର୍କଟ
ଆପଣ ସମସ୍ୟାକୁ ସମାଧାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ପୁନର୍ବସୁ ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଘରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ପରିବର୍ତ୍ତିତ ସମୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ। ତଥାପି ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
କନ୍ୟା
ପରିବାରରେ ଜମିଜମାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି କରିବେ। ପିଲା ମାନଙ୍କ କୃତି ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହୋଇପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଧାର, କରଜ କରିପାରନ୍ତି।
ତୁଳା
ତୁଳା
ଆଲୋଚନା ସମୟରେ ଅପ୍ରିୟ ସତ୍ୟ କଥା କହିବା କାରଣରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଦୈହିକ ସୁସ୍ଥତା ଥିଲେ ମଧ୍ୟ କେତେକ ଅପୂରଣୀୟ କାମନା ମନକୁ ବିବ୍ରତ କରାଇବ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ। ଯାତ୍ରା ସମୟରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ।
ମକର
ମକର
ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି।ସହକର୍ମୀଙ୍କ ସହ ହୃତସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଆତ୍ମୀୟମାନଙ୍କ ସମ୍ବନ୍ଧରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ ମାତ୍ର ତାହା ଅସ୍ଥାୟୀ ଭଳି ମନେ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ। ଆର୍ଥିକ ସ୍ଥିତି ପୂର୍ବବତ୍‌ ରହିବ, କିନ୍ତୁ କାମ ଅଟକିବ ନାହିଁ।
ମୀନମୀନ
ମାନସିକ ଦ୍ୱନ୍ଦ୍ୱ ବଢ଼ିବା କାରଣରୁ ତାହା ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅସୁବିଧା ନ ଥିଲେ ମଧ୍ୟ ଅଫିସିଆଲି କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହି ନ ପାରେ। ଅସହିଷ୍ଣୁ ମନୋଭାବରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?