Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନୋରଞ୍ଜନ ସକାଶେ ଆନୁଷଙ୍ଗିକ ବ୍ୟବସ୍ଥା କରିପାରନ୍ତି। କିନ୍ତୁ ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦର୍‌ବନ୍ଦ୍ୱ ସୃଷ୍ଟି ହୋଇପାରେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭବାନ ହେବେ। ପ୍ରଶାସନିକ କ୍ଷେତ୍ର ଓ ରାଜନୈତିକ ସ୍ଥିତି ବହୁତ ଭଲ ରହିବ।
ବୃଷ
ବୃଷ
କର୍ମ କ୍ଷେତ୍ରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଆଜି ସନ୍ଧ୍ୟା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବନ୍ଧୁଙ୍କୁ କୌଣସି ଘରୋଇ ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ। ତଥାପି କୃତ୍ତିକା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ମିଥୁନ
ମିଥୁନ
ବିଳମ୍ବରେ କାମ ସମ୍ପନ୍ନ ହେବାରୁ କେତେକ ଅସୁବିଧାର ସମ୍ମୁଖୀନ ହେବେ। ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ସାମାଜିକ ସ୍ତରରେ ଦୀର୍ଘ ଦିନର ଅଭିଳାଷ ପୂରଣ ପାଇଁ କୈାଣସି ନୂତନ ଯୋଜନା କରିପାରନ୍ତି। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି।
କର୍କଟ
କର୍କଟ
ଆଜି ବିଭିନ୍ନ ଉନ୍ନତମାନର ଯୋଜନାକୁ କାର୍ଯ୍ୟକାରୀ କରିବେ। ପାରିବାରିକ ସ୍ତରରେ ଅର୍ଥାଭାବଜନିତ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣ କରିବେ। କଳା, ସାହିତ୍ୟ, ସଙ୍ଗୀତ ସନ୍ଧ୍ୟା, ପ୍ରବଚନ କାର୍ଯ୍ୟକ୍ରମ ତଥା ଭଜନ ସମାରୋହରେ ଯୋଗ ଦେଇପାରନ୍ତି।
ସି˚ହ
ସି˚ହ
ସାମାନ୍ୟ କଥାକୁ କେନ୍ଦ୍ର କରି ପରିବାରଠାରୁ ଦୂରେଇ ରହିବାକୁ ମନ ବଳାଇବେ। ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି। ଉପରିସ୍ଥଙ୍କ ସମ୍ମୁଖରେ ମନୋଭାବ ପ୍ରକାଶ କରିବାରେ ପଛେଇ ଯିବେ। ଧାତୁ ଅଳଙ୍କାରାଦି କାରବାର, ପରିବହନ, ଷ୍ଟେସନେରି ଦୋକାନୀ ବିଶେଷ ଲାଭବାନ ହେବେ।
କନ୍ୟା
କାମଗୁଡିକୁ ଯେତେଟା ସହଜ ଓ ସୁବିଧାରେ କାମ କରିବା ପାଇଁ ଭାବୁଥିଲେ ସେମିତି କିଛି ହୋଇପାରିବ ନାହିଁ। ଭୁଲ୍‌ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ଭଲକଥା କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭୁଲବୁଝିବେ। ଅବହେଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଆଜି ପର୍ଯ୍ୟନ୍ତ ଖୋଜି ଖୋଜି ଯାହା ପାଇପାରି ନ ଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇପାରିବେ। ଚତୁରତାର ସହ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ସଭାସମିତି କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ବିଛା
ବିଛା
ଅଟକି ରହିଥିବା କାମ ଶୀଘ୍ର କରିବା ସକାଶେ ମନ ବଳାଇବେ। ପୂର୍ବ ଶତ୍ରୁତାରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଆକସ୍ମିକ କୌଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବାର ସମ୍ଭାବନାକୁ ଏଡିହେବ ନାହିଁ। ପ୍ରଶାସନ, ପ୍ରକାଶନ ତଥା ପରିବହନ କ୍ଷେତ୍ରରେ ନୂତନ ଯୋଜନାକୁ କାର୍ଯ୍ୟକାରି କରିପାରନ୍ତି।
ଧନୁ
ଧନୁ
ଭାବପ୍ରବଣତାରେ ଭାସିଯାଇ ବିବାଦୀୟ ମନ୍ତବ୍ୟ ଦେଲେ ସମସ୍ୟାକୁ ନିମନ୍ତ୍ରଣ କରିବେ। ବନ୍ଧୁମାନଙ୍କ ସହ ଭ୍ରମଣ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ କରିବେ। ପୂର୍ବାଷାଢା ନକ୍ଷତ୍ରର ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ସାମୟିକ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ମକର
ମକର
ଚେଷ୍ଟା କରୁଥିବା କାମଟି ସଫଳ ହେବାରେ ଜଣେ ପୁରୁଣା ବନ୍ଧୁ କିମ୍ବା ସହକର୍ମୀ ସାହାଯ୍ୟ କରିବେ। ପ୍ରଶାସନିକ କ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରି ଦୁଃଖ ପ୍ରକାଶ କରିପାରନ୍ତି। ଆର୍ଥିକସ୍ଥିତି ପ୍ରାୟତଃ ପୂର୍ବପରି ରହିବ।
କୁମ୍ଭ
କୁମ୍ଭ
ଆଜି ଠିକ୍‌ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ। ସଙ୍ଗୀତ, କଳା, ସାହିତ୍ୟ, ସାମ୍ବାଦିକତା, ଯୋଗାଯୋଗରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ।
ମୀନମୀନ
ଆଜି ଦିନଟିରେ ଶ୍ରୁତିରୋଚକ କଥା ଓ ଆକର୍ଷଣୀୟ ବ୍ୟବହାର ଦ୍ୱାରା ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ ଆର୍ଥିକ ଅନଟନକୁ ସୁଧାରିବା ସକାଶେ ଆଜି ହଠାତ୍‌ ଧାର ସୂତ୍ରରେ ଅର୍ଥ ପାଇବେ। ନିଜ ମନ ପସନ୍ଦର ଜିନିଷ କିଣିବାର ସୁଯୋଗ ଲାଭକରି ଖୁସି ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?