ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର

ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ କରି ପରିବାରକୁ ରୋଜଗାର ଯୋଗାଉ ଥିବା ମଦନଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ ଦୁଇ ଓଳି ଦୁଇ ମୁଠା ଖାଇବାରୁ ବଞ୍ଚତ୍ତ ହେଉଥିବା ଜଣାପଡିଛି। ମଦନଙ୍କ ମୃତ୍ୟୁ ପରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପରିବାରକୁ ୭ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ ସହ ତାଙ୍କ ପୁଅ କିମ୍ବା ଝିଅଙ୍କୁ କେନ୍ଦୁପତ୍ର ଅଫିସ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ ଦୀର୍ଘ ସମୟ ହୋଇଥିଲେ ସୁଦ୍ଧା ତାଙ୍କୁ ସହାୟତା ରାଶି କିମ୍ବା କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ସୂଚନା ଅନୁଯାୟୀ ଲଡୁଗାଁ କେନ୍ଦୁପତ୍ର ରେଞ୍ଜ ଜୟପାଟଣା ସେକ୍ସନ ଅଧୀନ ଘୁଟ୍ରୁନାଗଫେଣି, ଏକଟାଗୁଡା, ସାନପୁଝାରିଗୁଡା ପାହାଡ଼ରେ ସ୍ବର୍ଗତ ମଦନ ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ବନ୍ଦେଇ ଚେକର ଭାବେ କାମ କରୁଥିଲେ। ପରିବାର କହିଲେ ତାଙ୍କ ବୁଢ଼ୀ ମା’ ଡାଲିମ୍ବ, ସ୍ତ୍ରୀ ବାଳ, ଝିଅ ତିଳୋତ୍ତମା, ବଡ଼ ପୁଅ ନୋବାସ ଓ ସାନ ପୁଅ ଜଗନ୍ନାଥ। କେନ୍ଦୁଲିଭରେ କାମ କରି ମାସକୁ ମିଳୁଥିବା ୧୨ ହଜାର ଟଙ୍କାରେ ସୁଖଦୁଃଖରେ ପରିବାର ଚଳି ଯାଉଥିଲା। ଝିଅ ତିଳୋତ୍ତମା ଓ ନୋବାସ ଯୁକ୍ତ ୨ ଓ ସାନ ପୁଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ୨୦୨୨ ଜୁନ ୨୧ ତାରିଖରେ ଦିନ କାମ କରି ଘରକୁ ଫେରିବା ସମୟରେ ଚାଚିଗୁଡାଗାଁର ଦାସପଡା ଲିଫ୍ଟ କେନାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ମଦନ ଗୁରୁତର ହୋଇଥିଲେ। ତାଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସାଂଘାତିକ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକ ବାରମ୍ବାର ଜୟପାଟଣା ରେଞ୍ଜ ଅଫିସ ଓ ଭବାନୀପାଟଣା ଡିଏଫଓ ଅଫିସ ଦୌଡ଼ି ନିରାଶ ହେଲେ ସୁଦ୍ଧା କିଛି ସୁଫଳ ମିଳି ନାହିଁ। କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳୁଥିବା ମଦନଙ୍କ ସ୍ତ୍ରୀ ବାଳ ମାଝି କହିଛନ୍ତି। ଫଳରେ ୨ ପୁଅ ଓ ଝିଅର ପାଠପଢ଼ା ଅଧାରୁ ବନ୍ଦ ରହିଛି। ଅନ୍ୟପକ୍ଷରେ କେନ୍ଦୁଲିଭରେ ନିଯୁକ୍ତି ଦେବା ବିଭାଗ କର୍ମଚାରୀ ପାଇଁ ଲାଞ୍ଚ ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ମଦନଙ୍କ ଝିଅ। ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ପରିବରକୁ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ଉଠିଛି। ଏ ନେଇ ଜୟପାଟଣା କେନ୍ଦୁପତ୍ର ରେଞ୍ଜରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ମୋର ସମୟର ଘଟଣା ନୁହେଁ। ତାଙ୍କ ପରିବାରର ବଡ଼ ପୁଅଙ୍କୁ କେନ୍ଦୁପତ୍ର ମୁନସି ଭାବେ କାର୍ଯ୍ୟ କରିବାକୁ କହୁଛି, କିନ୍ତୁ ସେ ମୋ ବାପାଙ୍କ କାମ ଦିଆଯାଉ ବୋଲି କହୁଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଞ୍ଚଲ୍ୟ: ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଜବରଦସ୍ତି ପିଆଇଲେ ପେଟ୍ରୋଲ, ଦେହରେ ଲଗାଇଦେଲେ ନିଆଁ

ବଣାଇ, ୮।୮(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ…

ଦୋକାନ ଉପରେ ପଡିଲା ରାସ୍ତାକଡରେ ଥିବା ବିଶାଳକାୟ ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଲୋକଙ୍କ ମଧ୍ୟରେ ଅସନ୍ତୋଷ

ପଟ୍ଟାଙ୍ଗି, ୮।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ କଡରେ ଥିବା ଏକ ଗଛ ପଡି ଦୋକାନ ଗୃହ…

ଗାଁର ଅଧିଷ୍ଠାତ୍ରୀ ଦେବୀ ଦ୍ୱାରସେନୀ ମନ୍ଦିରରୁ ଚୋରି: ମା’ଙ୍କ ରୂପା ମୁକୁଟ ସହ ନେଇଗଲେ…

ବଲାଙ୍ଗୀର,୮।୮ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri