ଚନ୍ଦ୍ରକୁ ଛୁଇଁବାର ଆଶା

ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରଯାନ-୩’ ପ୍ରେରଣ କରିବାକୁ ଯାଉଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ। ଏହା ପୂର୍ବରୁ ଭାରତ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ ‘ଚନ୍ଦ୍ରଯାନ-୨’ ଗତ ୨୦୧୯ ମସିହା ଜୁଲାଇ ୨୨ ତାରିଖ ଦିନ ପ୍ରେରଣ କରିଥିଲା। ଏହା ପ୍ରାୟ ଦୁଇ ମାସ ପରେ, ୨୦୧୯ ସେପ୍ଟେମ୍ବର ୭ ତାରିଖରେ। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚତ୍ ଚନ୍ଦ୍ର ପୃଷ୍ଠରେ ଏକ ଅବତରକ ଯାନ ‘ବିକ୍ରମ’କୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲା। ମାତ୍ର ଦୁର୍ଭାଗ୍ୟକ୍ରମେ ଅବତରଣ ସମୟରେ ଯାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଭୂପଷ୍ଠରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ବିଫଳତାରେ ଇସ୍ରୋ ନିରୁତ୍ସାହିତ ନ ହୋଇ ଦୀର୍ଘ ୪ ବର୍ଷର ନୀରବତା ପରେ ଚନ୍ଦ୍ର ଅଭିମୁଖେ ଏବେ ଅନ୍ୟ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି। ଇସ୍ରୋର ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି ଯେ, ପୂର୍ବ ବିଫଳତାରୁ ଆମେ ଶିକ୍ଷାଲାଭ କରିଥିବା କିଛି ପ୍ରଯୁକ୍ତିକୁ ଏଥର ‘ଚନ୍ଦ୍ରଯାନ-୩’ ଅଭିଯାନରେ ପ୍ରୟୋଗ କରାଯାଇ ଅବତରକ ଯାନକୁ ଚନ୍ଦ୍ରପଷ୍ଠରେ ସଫଳତାର ସହ ଅବତରଣ କରାଇବାକୁ ସମସ୍ତ ପ୍ରୟାସ କରାଯିବ।
ଭାରତ ବିଗତ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ ‘ଚନ୍ଦ୍ରଯାନ-୧’ ପ୍ରେରଣ କରିଥିଲା। ଏହି ଯାନ ୨୦୦୮ ମସିହା ନଭେମ୍ବର ୮ ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୃଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ୨୦୦୮ ମସିହା ନଭେମ୍ବର ୧୪ ତାରିଖ ଦିନ, ଏହି ଯାନରୁ ଏକ ଉପକରଣ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ର ମାଟିରେ ଭାରତର ଜାତୀୟ ପତାକା ସ୍ଥାପନ କରିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରକୁ ୩୪୦୦ ପରିକ୍ରମା କରିବା ପରେ ଦୁର୍ଭାଗ୍ୟକ୍ରମେ ୨୦୦୯ ମସିହା ଅଗଷ୍ଟ ୨୯ ତାରିଖ ଦିନ ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମାତ୍ର ‘ଚନ୍ଦ୍ରଯାନ-୧’ ର ଏକ ବଡ଼ ଉପଲବ୍ଧି ଥିଲା ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ। ଏହାର ସଂଗୃହୀତ କିଛି ତଥ୍ୟକୁ ଭିତ୍ତିକରି ନାସା ଓ ଇସ୍ରୋର ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୃଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ‘ଚନ୍ଦ୍ରଯାନ-୧’ ପ୍ରକଳ୍ପରେ ସମୁଦାୟ ୩୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ଦୀର୍ଘ ୧୧ ବର୍ଷର ନୀରବତା ପରେ, ଗତ ୨୦୧୯ ମସିହା ଜୁଲାଇ ୨୨ ତାରିଖରେ, ଭାରତ ଚନ୍ଦ୍ରପୃଷ୍ଠକୁ ନିଜର ଦ୍ୱିତୀୟ ଅଭିଯାନ ‘ଚନ୍ଦ୍ରଯାନ-୨’ ପ୍ରେରଣ କରିଥିଲା। ଏହା ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା। ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରଯାନ ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୃଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା। ମାତ୍ର ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା। ପରବର୍ତ୍ତୀ ‘ଚନ୍ଦ୍ରଯାନ-୨’ ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖାଯାଇଥିଲା। ମାତ୍ର ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନଥିଲା। ଏଥିରେ ଥିବା ‘ଅର୍ବିଟର୍‌’ ଯାନଟି ଯୋଜନାମତେ ଚନ୍ଦ୍ରକୁ ସଫଳତାର ସହିତ ପରିକ୍ରମା କରି ଚନ୍ଦ୍ରପୃଷ୍ଠର ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲାବେଳେ ଏଥିରୁ ବିଛିନ୍ନ ହୋଇ ଏକ ଅବତରକ ଯାନ ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା। ବିକ୍ରମ ଅବତରକ ଯାନଟିରେ ଏକ ଚକଲଗା ଗାଡି ବା ରୋଭର୍‌ (ନାମ: ପ୍ରଜ୍ଞା) ମଧ୍ୟ ସ୍ଥାନିତ ଥିଲା ଯାହା ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ମାତ୍ରେ ଅବତରକ ଯାନରୁ ବାହାରି ଚନ୍ଦ୍ରପୃଷ୍ଠ ଉପରେ ଗଡି ଗଡି ତଥ୍ୟ ସଂଗ୍ରହ କରିବା କଥା। ମାତ୍ର ଦୁର୍ଭାଗ୍ୟକ୍ରମେ, ବିକ୍ରମ ଅବତରକ ଯାନଟି ସୁଚାରୂ ରୂପେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ନ ପାରି ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ର ମାଟିରେ ପିଟି ହୋଇ ନଷ୍ଟ ହୋଇଯିବା ସହିତ ଭୂପୃଷ୍ଠ ସହିତ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଥିଲା। ଏହା ସହିତ ଭାରତର ଚନ୍ଦ୍ରମାଟିକୁ ଛୁଇଁବାର ସ୍ବପ୍ନ ଅଧୁରା ରହି ଯାଇଥିଲା। ଏହି ପ୍ରକଳ୍ପରେ ସମୁଦାୟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ପୂର୍ବର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ପରେ ଭାରତ ଏବେ ‘ଚନ୍ଦ୍ରଯାନ-୩’ ଅଭିଯାନ ଜରିଆରେ ପୂର୍ବର ତ୍ରୁଟିକୁ ସୁଧାରି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି। ଏହି ଅଭିଯାନକୁ ଏହି ବର୍ଷ ଜୁଲାଇ ମାସର କୌଣସି ଏକ ଦିନ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଉତକ୍ଷେପଣ କରାଯିବ। ‘ଚନ୍ଦ୍ରଯାନ-୩’ର ସମୁଦାୟ ତିନୋଟି ଏକକ ବା ମଡ୍ୟୁଲ ରହିଛି, ଯଥା: ପ୍ରପଲସନ୍‌ ମଡ୍ୟୁଲ, ଯାହା ଯାନକୁ ଗତିଶୀଳତା ପ୍ରଦାନ କରିବ। ଦ୍ୱିତୀୟଟି ହେଲା ଅବତରକ ମଡ୍ୟୁଲ, ଯାହା ଚନ୍ଦ୍ରପୃଷ୍ଠରେ ଧୀରେ ଅବତରଣ କରି ଚନ୍ଦ୍ରମାଟିକୁ ଛୁଇଁବ। ତୃତୀୟଟି ହେଲା ରୋଭର୍‌ ମଡ୍ୟୁଲ, ଯାହା ଏକ ଚକଲଗା ଗାଡ଼ି ସଦୃଶ ଚନ୍ଦ୍ରପୃଷ୍ଠରେ ଗଡ଼ିଗଡ଼ି ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ। ‘ଚନ୍ଦ୍ରଯାନ-୨’ ଅଭିଯାନରେ ଥିବା ଅର୍ବିଟର ମଡ୍ୟୁଲକୁ ଚଳିତ ‘ଚନ୍ଦ୍ରଯାନ-୩’ ଅଭିଯାନରେ ସ୍ଥାନିତ କରାଯାଇ ନାହିଁ। ଯେହେତୁ ‘ଚନ୍ଦ୍ରଯାନ-୨’ ଅଭିଯାନର ଅର୍ବିଟର୍‌ ମଡ୍ୟୁଲଟି ଏବେବି ଚନ୍ଦ୍ରକକ୍ଷରେ ସକ୍ରିୟ ଅଛି, ‘ଚନ୍ଦ୍ରଯାନ-୩’ ପୂର୍ବର ଏହି ବ୍ୟବସ୍ଥାକୁ ବ୍ୟବହାର କରି ଭୂପୃଷ୍ଠ ସହିତ ଯୋଗାଯୋଗ ଭଳି ନିଜର ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିପାରିବ। ସୁତରାଂ ‘ଚନ୍ଦ୍ରଯାନ-୩’ ଅଭିଯାନରେ ଜାଣିଶୁଣି ଅର୍ବିଟର୍‌ ମଡ୍ୟୁଲ୍‌କୁ ସ୍ଥାନିତ କରାଯାଇ ନାହିଁ।
‘ଚନ୍ଦ୍ରଯାନ-୩’ ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେବ ଚନ୍ଦ୍ରପୃଷ୍ଠରେ ନିରାପଦ ଭାବେ ‘ଧୀର ଅବତରଣ’ କରିବା। ଏହା ବାସ୍ତବରେ ଅତ୍ୟନ୍ତ କଠିନ ବ୍ୟାପାର ଏବଂ ଏଥିନିମନ୍ତେ ଅତି ଜଟିଳ ପ୍ରଯୁକ୍ତି ବିଦ୍ୟା ଓ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ। ଅବତରକ ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ଦ୍ରୁତଗତିରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଛୁଟି ଯାଉଥିଲାବେଳେ ତୁରନ୍ତ ଏହାର ପ୍ରଚଣ୍ଡ ବେଗକୁ ଯଥେଷ୍ଟ ମାତ୍ରାରେ ହ୍ରାସକରି ଚନ୍ଦ୍ରମାଟିରେ ସୁରକ୍ଷିତ ଧୀର ଅବତରଣ କରାଇବାକୁ ପଡ଼େ। ନହେଲେ ଯାନଟି ଦ୍ରୁତଗତିରେ ଯାଇ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯାଏ। ମାତ୍ର ଏ କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ହେଉଛି, ଚନ୍ଦ୍ରରେ ପୃଥିବୀ ଭଳି ବାୟୁମଣ୍ଡଳ ନ ଥିବାରୁ ଏଠାରେ ଯାନର ତୁରନ୍ତ ଅଗ୍ରଗାମୀ ଗତିକୁ ପ୍ରତିହତ କରିବା ପାଇଁ ପାରମ୍ପରିକ ଆକାଶଛତା ବା ପାରାସ୍ୟୁଟ୍‌ ବ୍ୟବସ୍ଥା କାର୍ଯ୍ୟ କରେନାହିଁ। ତେଣୁ ଯାନର ବେଗକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଯାନ ସହିତ କିଛି ‘ରେଟ୍ରୋ ରକେଟ୍‌’ ଖଞ୍ଜା ଯାଇଥାଏ, ଯାହାର ଇଞ୍ଜିନକୁ ଯାନର ଅଗ୍ରଗାମୀ ଗତିର ବିପରୀତ ଦିଗରେ କ୍ରମାନ୍ବୟରେ ଚାଳନା କରି ଯାନର ବେଗକୂ ଏକ ସୁରକ୍ଷିତ ଅବତରଣ ନିମନ୍ତେ ମନ୍ଦିତ କରାଯାଏ। ଏହା ବାସ୍ତବରେ ଅତ୍ୟନ୍ତ କଠିନ ଓ ଜଟିଳ କାର୍ଯ୍ୟପଦ୍ଧତି। ଠିକ୍‌ ସମୟରେ ଠିକ୍‌ ଇଞ୍ଜିନ୍‌କୁ କାର୍ଯ୍ୟକ୍ଷମ କରି ଯାନର ବେଗକୁ ନିୟନ୍ତ୍ରିତ କରିପାରିଲେ ଯାଇ ଏହି ଦୁର୍ବାର ଲକ୍ଷ୍ୟ ହାସଲ କରାଯାଇ ଯାନକୁ ଚନ୍ଦ୍ରମାଟିରେ ଧୀର ଅବତରଣ କରାଯାଇପାରିବ; ନଚେତ ଯାନଟି ଚନ୍ଦ୍ର ପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ। ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ହିଁ ବିଶ୍ୱର ମାତ୍ର ତିନୋଟି ରାଷ୍ଟ୍ର ଏପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ନିଜ ଯାନକୁ ସଫଳତାର ସହ ନିରାପଦ ରୂପେ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ଏହି ପ୍ରଯୁକ୍ତିଗତ ବିଫଳତା ପାଇଁ ହିଁ ପୂର୍ବର ‘ଚନ୍ଦ୍ରଯାନ-୨’ ଅଭିଯାନ ବିଫଳ ହୋଇଗଲା।
‘ଚନ୍ଦ୍ରଯାନ-୩’ ଅଭିଯାନର ପ୍ରକଳ୍ପ ଖର୍ଚ୍ଚ ହେବ ସମୁଦାୟ ୬୧୫ କୋଟି ଟଙ୍କା। ‘ଚନ୍ଦ୍ରଯାନ-୩’ ଅଭିଯାନ ଜରିଆରେ ଆମ ଦେଶ ଚନ୍ଦ୍ରମାଟିକୁ ଛୁଇଁବାର ସଫଳତା ହାସଲ କରିପାରିଲେ ଯେ ଏହା ସମଗ୍ର ଦେଶ ତଥା ଆମ ବୈଜ୍ଞାନିକମାନଙ୍କ ପାଇଁ ଏକ ବିରାଟ ଉପଲବ୍ଧି ହେବ ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?