କର୍ମଫଳରେ ଆଶା

ବଦ୍ଦଶା ମଧ୍ୟରେ କୌଣସି କର୍ମ ନ କରି ଜୀବନ ନିର୍ବାହ କରିବା କୌଣସି ପ୍ରାଣୀ ପାଇଁ ସମ୍ଭବ ହୋଇ ନ ପାରେ। ହୁଏତ କେଉଁ ପ୍ରାଣୀ ଅଧିକ କର୍ମ କରିଥାଏ ତ ପୁଣି କିଏ ଅଳ୍ପ କର୍ମ କରିଥାଏ, ମାତ୍ର ସୃଷ୍ଟିରେ ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏ କର୍ମ କରିବା ପୂର୍ବରୁ ଓ ପରେ ତାହାର ଫଳ ବିଷୟରେ ଚିନ୍ତା ପ୍ରକଟ କରିଥାଏ। କର୍ମ କରିବା ଓ ତତ୍ପରେ କର୍ମରେ ଆଶା ରଖିବା ହେଉଛି ଏକ ପ୍ରୟୋଗାତ୍ମକ ବିଶ୍ଳେଷଣ। ଯଦି ଜଣେ କର୍ମ କରି ଆଶା କରେ ତାହା ସମାଲୋଚିତ ହୁଏ ବା ତାହା ଶାସ୍ତ୍ର ବିରୋଧୀ ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ କର୍ମ କରି ଯିଏ ଆଶା ନ ରଖିଲା ତେବେ ଉକ୍ତ କର୍ମ ସାମାଜିକ,ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେଲେ ମଧ୍ୟ ତାହା ଅନୁପଯୁକ୍ତ କର୍ମ ବୋଲି ପ୍ରମାଣ କରାଯାଇପାରେ। ତେବେ ବ୍ୟତିକ୍ରମ ହେଉଛି କର୍ମ ଓ ଫଳକୁ ବୁଝିବାରେ ସାମର୍ଥ୍ୟର ଦକ୍ଷତା ରହିବା ଦରକାର। ଈଶରଙ୍କୁ ସମସ୍ତ କାର୍ଯ୍ୟକଳାପର ଫଳାଫଳ ପ୍ରଦାନ କରି କର୍ମଯୋଗୀମାନେ ଅନନ୍ତ ଶାନ୍ତିପ୍ରାପ୍ତ କରନ୍ତି। ଯେଉଁମାନେ ସେମାନଙ୍କର ଇଚ୍ଛା ଦ୍ୱାରା ପ୍ରଭାବିତ ହୁଅନ୍ତି, ସେତେବେଳେ ଏକ ସ୍ବାର୍ଥପର ଉଦ୍ଦେଶ୍ୟ ସହିତ କାର୍ଯ୍ୟ କରନ୍ତି, ଜଡ଼ିତ ହୁଅନ୍ତି, କାରଣ ସେମାନେ ସେମାନଙ୍କର କାର୍ଯ୍ୟର ଫଳ ସହିତ ସଂଯୁକ୍ତ ହୋଇଥାନ୍ତି। ସମାନ କାର୍ଯ୍ୟ କରିବା ଦ୍ୱାରା କିଛି ଲୋକ ବସ୍ତୁର ଅସ୍ତିତ୍ୱରେ ବନ୍ଧା ହୋଇଥାନ୍ତି ଓ ଅନ୍ୟମାନେ ବସ୍ତୁ ବନ୍ଧନରୁ ମୁକ୍ତ ହୋଇଥାନ୍ତି। ଯେଉଁମାନେ ସାମଗ୍ରିକ ପୁରସ୍କାର ଦ୍ୱାରା ଅବିଭକ୍ତ ଓ ଅଣସଂଗଠିତ ସେମାନେ କଦାପି ଫଳ ଦ୍ୱାରା ବନ୍ଧା ନୁହନ୍ତି। କିନ୍ତୁ ସେହି ଲୋଭନୀୟ ପୁରସ୍କାର ଓ ଭୋଗ ଉପଭୋଗ କରିବାର ଇଚ୍ଛା ସହିତ ବ୍ୟସ୍ତ ରହି କାର୍ଯ୍ୟର ପ୍ରତିକ୍ରିୟାରେ ମଣିଷ ଜଡ଼ିତ ହୋଇଯାଏ। ଅନେକ ବ୍ୟକ୍ତି ସେମାନଙ୍କର କାର୍ଯ୍ୟର ପୁରସ୍କାର ପାଇବା ପାଇଁ ଇଚ୍ଛା ତ୍ୟାଗ କରନ୍ତି ଓ ଏହା ପରିବର୍ତ୍ତେ ଆତ୍ମ-ଶୁଦ୍ଧତା ଉଦ୍ଦେଶ୍ୟରେ କାର୍ଯ୍ୟରେ ନିୟୋଜିତ ହୁଅନ୍ତି। ଉକ୍ତ ସ୍ଥିତିରେ ସୃଷ୍ଟି ହୋଇଥାଏ ଯେ କର୍ମ ଓ ଫଳ ତାହେଲେ ବ୍ୟକ୍ତି ପାଇଁ ଆବଶ୍ୟକ। ମାତ୍ର ଯେଉଁଠି କର୍ମ ସୁନିଶ୍ଚିତ, ସେଇଠି ଫଳ ମଧ୍ୟ ସୁନିଶ୍ଚିତ, ଅର୍ଥାତ ଫଳ ସଂଜ୍ଞା ସେଇଠି ଭିନ୍ନ ଭାବେ ଦୃଶ୍ୟମାନ ହୋଇଥାଏ, ଯାହା ଥାଏ ବୁଝିବାର ସାମର୍ଥ୍ୟ। ଗୀତାରେ ବର୍ଣ୍ଣନା କରାଯାଇଛି ଯେ, ‘କର୍ମଣ୍ୟେ ବାଧିକାରସ୍ତେ, ମା ଫଳେଷୁ କଦାଚନ, ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋସ୍ତକର୍ମଣି’। ଅର୍ଥାତ ମଣିଷର କେବଳ କର୍ମ କରିବାର ଅଧିକାର ଅଛି କିନ୍ତୁ ଏହାର ଫଳ ଉପରେ ଅଧିକାର ନାହିଁ ବୋଲି ଦର୍ଶାଯାଇଥାଏ। କାର୍ଯ୍ୟର ଫଳ ମଣିଷର ଉଦ୍ଦେଶ୍ୟ ସାଧନ ହେଉ ନ ଥିଲେ ମଧ୍ୟ ମଣିଷର କର୍ମ ସଂଲଗ୍ନକୁ ନିଷ୍କ୍ରିୟ ହେବାକୁ ଦେବା ଉଚିତ ନୁହେଁ।
ଡାକ୍ତର ରୋଗୀକୁ ଯେତେବେଳେ ଚିକିତ୍ସା କର୍ମ କରିଥାନ୍ତି ସେତେବେଳେ ସେ ଗୋଟିଏ ମାତ୍ର ଫଳ ଆଶା କରିଥାନ୍ତି ରୋଗୀର ଆରୋଗ୍ୟ। ସେତେବେଳେ ସେ କର୍ମ ପାଇଁ ପାରିଶ୍ରମିକ ନେଇ ପାରନ୍ତି ମାତ୍ର ତାହା ତାଙ୍କର କର୍ମ କରିବାର ଫଳ ନୁହେଁ। ଶିକ୍ଷକ ଯେତେବେଳେ ଶିକ୍ଷାଦାନ କରିଥାନ୍ତି ସେତେବେଳେ ଉଦ୍ଦେଶ୍ୟ ଥାଏ ଛାତ୍ର ଛାତ୍ରୀମାନଙ୍କର ଅଜ୍ଞତା ଦୂର କରିବା ଓ ଜ୍ଞାନୀ ମଣିଷ ସୃଷ୍ଟି କରିବାର ଫଳ। ସେଥିରେ ଶିକ୍ଷକ ପାରିଶ୍ରମିକର ଫଳ ପାଇଥାଇପାରନ୍ତି, ମାତ୍ର ତାହା ତାଙ୍କର କର୍ମର ଫଳ ନୁହେଁ। ବୈଜ୍ଞାନିକ ଯେତେବେଳେ କୌଣସି ଉଦ୍ଭାବନ ଅନୁସନ୍ଧାନ କରିଥାନ୍ତି, ସେତେବେଳେ ତାଙ୍କର ଫଳର ଲକ୍ଷ୍ୟ ଥାଏ ଉପଯୁକ୍ତ ନିର୍ଦ୍ଧାରଣରେ ସମ୍ପୃକ୍ତି ସେତେବେଳେ କର୍ମର ଫଳ ପାରିଶ୍ରମିକ ପାଇଁ ନଥାଏ, ଥାଏ ଉପଯୁକ୍ତ ଲକ୍ଷ୍ୟରେ ନିଦ୍ଦର୍ର୍ିଷ୍ଟ ସ୍ଥାପନ। କୌଣସି ଯାନର ଚାଳକ ଯେତେବେଳେ ଯାତ୍ରୀମାନଙ୍କୁ ନେଇ ଯାତ୍ରା କରିଥାନ୍ତି, ସେତେବେଳେ ତାଙ୍କର ଫଳ ଆଶା ଥାଏ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା। ସେଇଠି ଥାଏ କର୍ମର ଫଳ, ମାତ୍ର ସେଇଠି ଚାଳନା ପାଇଁ ପାରିଶ୍ରମିକର ଫଳ ଥାଏ ନିମିତ୍ତ। କର୍ମ ହେଉଛି ମନରେ ଗତି। ଯେତେବେଳେ ମନ ଗତିହୀନ ରହେ, ସେଠାରେ କର୍ମ ନଥାଏ। ପ୍ରତ୍ୟେକ କାର୍ଯ୍ୟର ପ୍ରତିକ୍ରିୟା ଅଛି ଓ ପ୍ରତ୍ୟେକ କାର୍ଯ୍ୟର ଅନୁରୂପ ପ୍ରତିକ୍ରିୟା ମଧ୍ୟ ଅଛି। ତେଣୁ କର୍ମ-କାର୍ଯ୍ୟ ଓ ପ୍ରତିକ୍ରିୟାର ପ୍ରଭାବଗୁଡ଼ିକ ସାହାଯ୍ୟକାରୀ ଭାବରେ ଶକ୍ତିଶାଳୀ କିମ୍ବା ଭୟଭୀତ ଭାବରେ ବିନାଶକାରୀ ହୋଇପାରେ। ଅତଏବ ଜ୍ଞାନୀମାନେ ସେମାନଙ୍କର କାର୍ଯ୍ୟର ଫଳାଫଳକୁ ଉପେକ୍ଷା କରି ସେମାନଙ୍କ ଜୀବନକୁ ଶାସନ କରନ୍ତି, କାରଣ ସେମାନେ ଜାଣନ୍ତି ଯେ ଏକ କାର୍ଯ୍ୟ କରିବା ସମୟରେ ସେମାନେ ଏକ ପ୍ରତିକ୍ରିୟା ସୃଷ୍ଟି କରନ୍ତି। କାର୍ଯ୍ୟ ଓ ପ୍ରତିକ୍ରିୟା ମଧ୍ୟରେ ଅନୁତାପ ଭଲ ଭାବରେ କାର୍ଯ୍ୟ କରେ, ଉଭୟକୁ ସନ୍ତୁଳିତ କରେ ଓ କର୍ମକୁ ସୁଗମ କରେ।
କର୍ମ ସାଧାରଣତଃ ନୈତିକ ମାନଦଣ୍ଡର ଏକ ରୂପ ଭାବରେ ବିଚାର କରାଯାଇଥାଏ। କର୍ମ ପ୍ରାୟତଃ ବ୍ୟକ୍ତିଗତ ଭାବରେ ନିଆଯାଏ, ଯାହା ବିଶ୍ୱାସକୁ ସ୍ଥାପନା କରେ। ପ୍ରତ୍ୟେକ କାର୍ଯ୍ୟ ଯାହା ଆମେ ଗ୍ରହଣ କରୁ, ସଚେତନ ଓ ଚେତନା ଭବିଷ୍ୟତର ଫଳାଫଳ ଉପରେ ପ୍ରଭାବ ପକାଇଥାଏ। ଆମର ବ୍ୟକ୍ତିଗତ କାର୍ଯ୍ୟ କେବଳ ଆମର ଭବିଷ୍ୟତ ପରିସ୍ଥିତିକୁ ପ୍ରଭାବିତ କରେ ନାହିଁ, ବରଂ ଆମେ ରହୁଥିବା ଦୁନିଆର ସାଧାରଣ ପରିସ୍ଥିତିକୁ ମଧ୍ୟ ପ୍ରଭାବିତ କରେ। ସାମ୍ପ୍ରତିକ ମଣିଷର ଏକ ଧାରଣା ଯେ ଆମର କାର୍ଯ୍ୟ କେବଳ ଆମର ବ୍ୟକ୍ତିଗତ ପରିସ୍ଥିତିକୁ ପ୍ରଭାବିତ କରେ, ଜଗତର ପାରସ୍ପରିକ ନିର୍ଭରଶୀଳତାକୁ ଅସ୍ବୀକାର କରେ। ଏହି ଆନ୍ତରିକତାକୁ ଚିହ୍ନିବା ସ୍ବାଭାବିକ ଭାବରେ ସାମାଜିକ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ପାଇଁ ଏକ ସ୍ବାର୍ଥପର ବିଚାରକୁ ନେଇଥାଏ। କର୍ମ ଓ ଫଳକୁ ବିଶ୍ଳେଷଣ କଲେ କର୍ମ କେତେବେଳେ ଦୃଷ୍ଟିଗୋଚର ହୋଇଥାଏ ଓ ଫଳ କେତେବେଳେ ଦୃଷ୍ଟିଗୋଚର ହୋଇ ନ ଥାଏ। ଅନ୍ୟପକ୍ଷରେ କେତେବେଳେ କର୍ମ ଦୃଷ୍ଟିଗୋଚର ହୋଇ ନ ଥାଏ ମାତ୍ର ଫଳ ସମାଜକୁ, ବ୍ୟକ୍ତିକୁ ଦୃଷ୍ଟିଗୋଚର ହୋଇଥାଏ। ଯେତେବେଳେ କର୍ମ ନିଜର ସ୍ବାର୍ଥକୁ ଚରିତାର୍ଥ କରିବାକୁ ଉଦ୍ଦିଷ୍ଟ ଥାଏ, ସେତେବେଳେ କର୍ମ ଥାଏ ବ୍ୟକ୍ତିଗତ ଓ ସେଠାରେ କର୍ମଫଳ ଥାଏ କେବଳ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ। ମାତ୍ର ଯେତେବେଳେ କର୍ମ ଥାଏ ସାର୍ବଜନୀନ ଉଦ୍ଦେଶ୍ୟ, ସେତେବେଳେ ଫଳ ଥାଏ ସ୍ବାର୍ଥ ରହିତ ଓ ସେତେବେଳେ କର୍ମଫଳର ଆଶା ଥାଏ ସାମୂହିକ ମଙ୍ଗଳ। ଇତିହାସକୁ ରୋମନ୍ଥନ କଲେ ଜଣାଯାଏ ଯେ ଅତୀତରେ କର୍ମ ଦ୍ୱାରା ସୃଷ୍ଟି ହୋଇଥିବା କୀର୍ତ୍ତିରାଜି ଆଜି କେବଳ ଫଳ ହୋଇ ଦଣ୍ଡାୟମାନ ହୋଇଛି ଓ ଉକ୍ତ ଫଳର ସୃଷ୍ଟି କର୍ମର ନିଷ୍ଠାରୁ ନିର୍ଦ୍ଦିଷ୍ଟ ହୋଇ ବିଚ୍ଛୁରିତ ହୋଇଥାଏ। ସେତେବେଳେ କର୍ମ ଥାଏ ସାମୂହିକ ଫଳର ଉତ୍ତରାଧିକାରୀ। ଯେତେବେଳେ ମୃତ୍ୟୁମୁଖରୁ ରୋଗୀକୁ ଡାକ୍ତର ଚିକିତ୍ସା ଦ୍ୱାରା ଆରୋଗ୍ୟ କରି ସୁସ୍ଥ କରିଥାନ୍ତି, ସେତେବେଳେ ରୋଗୀ ଯେତେ ଅର୍ଥ ବା ଉପହାର ଦେଲେ ମଧ୍ୟ ତାହା କର୍ମରେ ଫଳର ଆଶାଠାରୁ ଅନେକ ମାତ୍ରାରେ ନୂ୍ୟନ ହୋଇଥାଏ ।
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri