ଅଷ୍ଟ୍ରେଲିଆ ଓ ସାମାଜିକ ଗଣମାଧ୍ୟମ

ଗତବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆର ସଂସଦରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ପକାଉଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାସହ ଟିକ୍‌ଟକ୍‌, ସ୍ନାପଚାଟ, ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିବାକୁ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଅତି କମ୍‌ରେ ୧୬ ବର୍ଷ ବୟସ ହେବା ଆବଶ୍ୟକ ବୋଲି ଅନ୍‌ଲାଇନ ସୁରକ୍ଷା ଆଇନରେ ସଂଶୋଧନ ଅଣାଯାଇଥିଲା। ଏହି ସଂଶୋଧନ ୨୦୨୫ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଅନ୍‌ଲାଇନ ସୁରକ୍ଷା ଆଇନ ଅଷ୍ଟ୍ରେଲିଆରେ ଉଭୟ ସଂସଦରେ ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ପାଇଥିଲେ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। କେତେକେ କିଶୋରଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ବ୍ୟବହାର ଏବଂ ମାନସିକ-ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଉଠାଇଛନ୍ତି। ଅନ୍ୟମାନେ ଏହି ଆଇନ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାରର ଉଲ୍ଲଂଘନ ବୋଲି ବିଚାର କରନ୍ତି। ଏପରି କି ଯେଉଁମାନେ ଏହି ପଦକ୍ଷେପକୁ ସମର୍ଥନ କରନ୍ତି ସେମାନେ ମଧ୍ୟ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହା ନିଃସନ୍ଦେହ ଯେ ସ୍ମାର୍ଟଫୋନ ବଜାରକୁ ଆସିବା ଏବଂ ସୋସିଆଲ ମିଡିଆର ଆବିର୍ଭାବ ପରଠାରୁ କିଶୋର, ବିଶେଷକରି ବାଳିକାମାନଙ୍କ ମାନସିକ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି। ଡିଜିଟାଲ ପ୍ଲାଟ୍‌ଫର୍ମର ଲ’ ଡିଜାଇନ ଆଲଗୋରିଦମ ଲୋକଙ୍କୁ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ, କାରଣ ଅଧିକ କ୍ଲିକ୍‌ ଅର୍ଥ ବିଜ୍ଞାପନରୁ ମିଳିବ। ଓ୍ବାଶିଂଟନସ୍ଥିତ ଗ୍ୟାଲପ୍‌ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଆମେରିକାର କିଶୋରମାନେ ଦିନକୁ ହାରାହାରି ୪.୮ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି। ତାହା ହେଉଛି କିଶୋରମାନେ ପାଉଥିବା ଫାଙ୍କା ସମୟର ଏକ ବଡ଼ ଅଂଶ, ଯେଉଁ ସମୟରେ ସେମାନେ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହୋଇପାରନ୍ତେ ଏବଂ ବାସ୍ତବ ଦୁନିଆରେ କୌଣସି ସ୍ଥାନ ଓ ବସ୍ତୁ ସହିତ ଯୋଗାଯୋଗରେ କଟାଇପାରନ୍ତେ। ସାମାଜିକ ମନୋବିଜ୍ଞାନୀ ତଥା ‘ଦି ଆଙ୍କ୍‌ସିୟସ ଜେନେରେଶନ’ର ଲେଖକ ଜୋନାଥନ୍‌ ହାଇଡିଟ୍‌ କହିଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମାନବ ବିକାଶକୁ ପ୍ରାୟତଃ ଅକଳନୀୟ ଭାବେ ପରିବର୍ତ୍ତନ କରିଛି। କିଶୋର ବୟସରେ ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର ଯୋଗୁ ସେମାନଙ୍କଠାରେ ଅତ୍ୟଧିକ ବିଷାଦ ଓ ବ୍ୟଗ୍ରତା ପ୍ରକାଶ ପାଉଛି। ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟା କେବଳ ସୋସିଆଲ ମିଡିଆ ବ୍ୟବହାର ଯୋଗୁ ସୃଷ୍ଟି ହେଉଛି ନା ଏହା ପଛରେ ଆଉ ଅଧିକ କିଛି କାରଣ ରହିଛି, ତାହାକୁ ନେଇ ବିବାଦ ଉଠିଛି। ଦୀର୍ଘ ସମୟ ସୋସିଆଲ ମିଡିଆ ବ୍ୟବହାର କମାଇବା ଯୋଗୁ ଅବସାଦ ଏବଂ ଆବେଗ ହ୍ରାସପାଏ କି ନାହିଁ ତାହା ଗୁଣାମତ୍କ ଅଧ୍ୟୟନଭିତ୍ତିକ ପରୀକ୍ଷାରୁ ଜାଣିବା କଷ୍ଟକର ହୋଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ବ୍ୟବହାର କରି ନିଜ ସାଙ୍ଗମାନଙ୍କଠାରୁ ଦୂରେଇ ରହୁଥିବା ପିଲାମାନଙ୍କ ପାଇଁ ଏହା କ୍ଷତିକାରକ। ଏହା ଗୁରୁତ୍ୱପୂର୍ଣ୍ଣ ଯେ କିଶୋରବର୍ଗର ସମସ୍ତେ ଏକତ୍ର ସୋସିଆଲ ମିଡିଆକୁ ଛାଡ଼ି ଦେବା ଦରକାର, ଯାହା ଦ୍ୱାରା ବାସ୍ତବ ଦୁନିଆର ପାରସ୍ପରିକ ସମ୍ପର୍କ ରକ୍ଷାକରି ସୋସିଆଲ ମିଡିଆ ବ୍ୟବହାରରୁ ଦୂରେଇ ଯାଇହେବ। ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ଓ ସୃଷ୍ଟି ହେଉଥିବା ଆବେଗ ଏବଂ ବିଷାଦକୁ ନେଇ ଏଯାବତ୍‌ ଦୃଢ଼ ପରୀକ୍ଷଣର ଅଭାବ ରହିଛି। ତେବେ ଆମ ପାଖରେ ଯାହା କିଛି ପ୍ରମାଣ ଅଛି ତାହା ସୂଚିତ କରେ ଯେ, ସୋସିଆଲ ମିଡିଆ ବ୍ୟବହାର ବିଷାଦ ଓ ଆବେଗ ବୃଦ୍ଧିକରେ, କିନ୍ତୁ ଏହା ଶେଷ ସିଦ୍ଧାନ୍ତ ନୁହେଁ।
ତେଣୁ ଅଷ୍ଟ୍ରେଲିଆ ଏକ ଜାତୀୟ ପରୀକ୍ଷଣକୁ ପ୍ରଭାବଶାଳୀ ଭାବରେ ସଞ୍ଚାଳନ କରି ବିଶ୍ୱର ଉପକାର କରିପାରେ। ଏହା ଅଷ୍ଟ୍ରେଲିଆର କିଶୋରମାନେ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ସମୟ ଅଧିକ ହ୍ରାସ କରିପାରେ। ନୂଆକରି ବୟସ କଟକଣା ରହିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପରିଚାଳନା କରୁଥିବା କମ୍ପାନୀଗୁଡ଼ିକ ଯଦି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଆକାଉଣ୍ଟ ଖୋଲିବାକୁ ରୋକିବା ପାଇଁ ଯୁକ୍ତିଯୁକ୍ତ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ଉପରେ ଅତ୍ୟଧିକ ଜରିମାନା ଲାଗୁ କରି ନୀତିନିର୍ଦ୍ଧାରଣକାରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛନ୍ତି। ଯୁକ୍ତିଯୁକ୍ତ ପଦକ୍ଷେପ ନେବା ପାଇଁ ସ୍ବାଧୀନ ଆଇନଗତ କାର୍ଯ୍ୟାଳୟ ଭାବେ ଅଷ୍ଟ୍ରେଲିଆର ଇ-ସେଫ୍ଟି କମିଶନରଙ୍କୁ ଏହି ଆଇନ ଦାୟିତ୍ୱ ପ୍ରଦାନ କରିଛି। ହ୍ବାଟ୍‌ସ ଆପ୍‌ ଏବଂ ସମାନ ପ୍ରକାର ମେସେଜିଂ ଆପ୍‌ ତଥା କିଛି ଅନ୍‌ଲାଇନ ସ୍ବାସ୍ଥ୍ୟ ଏବଂ ଶିକ୍ଷାଗତ ସେବା ଏହି ଆଇନରୁ ମୁକ୍ତ ହେବ। ଯୁବକମାନେ ବିନା ଆକାଉଣ୍ଟରେ ଫେସବୁକ୍‌ରେ ବ୍ୟବସାୟ ଲ୍ୟାଣ୍ଡିଂ ପେଜ ଭଳି ସୋସିଆଲ ମିଡିଆରେ ୟୁଟ୍ୟୁବ ଭିଡିଓ କିମ୍ବା ପୃଷ୍ଠାଗୁଡ଼ିକୁ ଦେଖିବାରେ ସକ୍ଷମ ହେବେ। ଅନ୍ୟପକ୍ଷରେ, ଏକ ‘ଡିଜିଟାଲ ଡ୍ୟୁଟି ଅଫ୍‌ କେୟାର’ ସୃଷ୍ଟି କରି ଅଧିକ ଆଇନ ପ୍ରଣୟନ କରିବାକୁ ସରକାର ଘୋଷଣା କରିଛନ୍ତି, ଯେଉଁଥିରେ ଏବକାର ଜଣାଶୁଣା କିମ୍ବା ଭବିଷ୍ୟତର କ୍ଷତିକୁ ରୋକିବାରେ ଡିଜିଟାଲ ପ୍ଲାଟଫର୍ମର ଉତ୍ତରଦାୟିତ୍ୱ ରହିବ। ହେଲେ ଏହି ଆଇନ ସୋସିଆଲ ମିଡିଆ କାର୍ଯ୍ୟନିର୍ବାହୀ ତଥା ପ୍ରୋଗ୍ରାମରମାନଙ୍କୁ ଲାଭ ଦେଇପାରେ। ଆଇନ ସମସ୍ତ ପ୍ଲାଟଫର୍ମ ପାଇଁ ଏକ ସମାନ କ୍ଷେତ୍ର ସୃଷ୍ଟିକରି ସାମୂହିକ-କାର୍ଯ୍ୟ ସମସ୍ୟାକୁ ଦୂର କରିପାରିବ।
ଅଷ୍ଟ୍ରେଲୀୟ ସମ୍ବିଧାନ ଅଭିବ୍ୟକ୍ତି ଅଧିକାର ଭଳି ଅନ୍ୟ ମୌଳିକ ଅଧିକାରଗୁଡ଼ିକ ସମ୍ପର୍କରେ ବ୍ୟାପକ ବିବୃତି ଦେଇନାହିଁ। ସାଧାରଣତଃ ନିର୍ବାଚିତ ପ୍ରତିନିଧିଙ୍କ ସର୍ବୋଚ୍ଚତାକୁ କୋର୍ଟ ଗ୍ରହଣ କରନ୍ତି । ଅଷ୍ଟ୍ରେଲିଆ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ପ୍ରତିନିଧି ତଥା ଦାୟିତ୍ୱପୂର୍ଣ୍ଣ ସରକାର ପ୍ରତିଷ୍ଠା କରୁଥିବା ସମ୍ବିଧାନର ନିୟମାବଳୀ ସୂଚାଇ ଦେଉଛି ଯେ ସଂସଦ ରାଜନୈତିକ ଯୋଗାଯୋଗରେ ଅଯଥା ବୋଝ ରଖିବ ନାହିଁ। ତେବେ ଏହା ସେହିମାନଙ୍କ ପାଇଁ ସମ୍ଭାବ୍ୟ ଉତ୍ତର ହୋଇପାରେ। ଯେଉଁମାନେ କହନ୍ତି ଯେ, ୧୬ ବର୍ଷରୁ କମ୍‌ ପିଲାମାନେ ଭୋଟ ଦେଉ ନ ଥିବାରୁ ରାଜନୈତିକ ଯୋଗାଯୋଗରେ ସେମାନଙ୍କର କମ୍‌ ଆବଶ୍ୟକତା ରହିଛି ଏବଂ ଏହି ନୂଆ ଆଇନ ସେହି ନୀତିକୁ ଉଲ୍ଲଂଘନ କରୁଛି। ତେବେ ଯୁକ୍ତି କରାଯାଇପାରେ ଯେ, ଏହି ବୋଝ ଅସଙ୍ଗତ ନୁହେଁ, କାରଣ ସାମାଜିକ ଗଣମାଧ୍ୟମ କାରଣରୁ ହୋଇଥିବା କ୍ଷତି ହିଁ ଆଇନରେ ଥିବା ସାମାନ୍ୟ ପ୍ରତିବନ୍ଧକର ଯଥାର୍ଥତା ପ୍ରତିପାଦନ କରିବାକୁ ଯଥେଷ୍ଟ। ଅଷ୍ଟ୍ରେଲିଆ ସରକାର ମଧ୍ୟ ରାଜନୈତିକ ଯୋଗାଯୋଗରେ ସୀମିତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଛାଡ଼ିପାରିବେ । କିନ୍ତୁ କେଉଁ ଯୋଗାଯୋଗ ରାଜନୈତିକ ଏବଂ କେଉଁଟି ନୁହେଁ ତାହା ସରକାର ସ୍ଥିର କରିବା ଆବଶ୍ୟକ।
ଏମିରିଟସ ପ୍ରଫେସର ଅଫ୍‌
ବାୟୋଏଥିକ୍ସ, ପ୍ରିନ୍‌ଷ୍ଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?