Posted inଫୁରସତ

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା ଓ ବିରଳ ‘ଲିଓପାର୍ଡ ସ୍ପଟ୍ସ’ ଉପରେ ଅନୁଧ୍ୟାନ ପରେ ରୋଭର ମଙ୍ଗଳର ଦକ୍ଷିଣ ଭାଗରେ ଥିବା ନେରେଟ୍‌ଭା ଭିଲାଜ୍‌କୁ ଯାତ୍ରା କରିଥିଲା। ଲାଲ୍‌ଗ୍ରହର ‘ସର୍ପେଣ୍ଟାଇନ୍‌ ରାପିଡ୍ସ’ କୁହାଯାଉଥିବା ଅଞ୍ଚଳକୁ ରୋଭର ଆବିଷ୍କାର କରିଛି। ଏହି ମିଶନ ବେଳେ ରୋଭର ଶକ୍ତ ଲୋହିତ ଚଟାଣ ପାଇଥିଲା, ଯାହା ସମ୍ପର୍କରେ ଅଧିକ ଗବେଷଣା ପାଇଁ ନାସାର ଉତ୍ସୁକତା ବଢ଼ିବାରେ ଲାଗିଛି। ସର୍ପେଣ୍ଟାଇନ୍‌ ରାପିଡ୍ସ ବା ସର୍ପାକୃତିର ନଦୀ ସମୂହ ଥିବା ଅଞ୍ଚଳର ‘ଓ୍ବାଲେସ୍‌ ବୁଟ୍ଟେ’ ଲାଲ ଚଟାଣରେ ପର୍ସିଭରେନ୍ସ ଏକ ଖନନ ଉପକରଣ ବ୍ୟବହାର କରି ୫ ସେଣ୍ଟିମିଟର ପରିଧିର ପଥ ତିଆରି କରିଥିଲା। ସେଥିରୁ ଧଳା, କଳା ଓ ଅସ୍ପଷ୍ଟ ସବୁଜ ରଙ୍ଗର ଚମତ୍କାର କ୍ଷେତ୍ରକୁ ଆବିଷ୍କାର କରିଥିଲା।
ପୃଷ୍ଠରେ ମଧ୍ୟ ଏହିପରି ସବୁଜ ଚିହ୍ନ ପ୍ରାଚୀନ ଲୋହିତ ଶଯ୍ୟାଗୁଡ଼ିକରେ ଦେଖିବାକୁ ମିଳିଥାଏ ବୋଲି ନାସା କହିଛି। ପ୍ରାୟତଃ ଏପରି ସବୁଜ ଚିହ୍ନ ବିଭିନ୍ନ ରାସାୟନିକ ପ୍ରତିକ୍ରିୟାରୁ ସୃଷ୍ଟି ହୋଇଥାଏ। ଏହା ଲୌହଯୁକ୍ତ ଜଳ ଏବଂ ପଥରସ୍ତର ଦେଇ ଅକ୍ସିଡାଇଜ୍‌ଡ ଲୌହକୁ ସବୁଜ ରଙ୍ଗରେ ପରିଣତ କରିଥାଏ। ପୃଥିବୀରେ ଏହି ରଙ୍ଗ ପରିବର୍ତ୍ତନ ପ୍ରାକୃତିକ ପ୍ରତିକ୍ରିୟା ମାଧ୍ୟମରେ ହୋଇଥାଏ। ତେବେ ସର୍ପେଣ୍ଟାଇନ ରାପିଡ୍ସ ଏକ ଛୋଟ ଅଞ୍ଚଳ ହୋଇଥିବାରୁ ମଙ୍ଗଳ ଗ୍ରହର ବିସ୍ତୃତ ସଂରଞ୍ଚନା ବିଶ୍ଳେଷଣ ପାଇଁ ଡିଜାଇନ ହୋଇଥିବା ପର୍ସିଭରେନ୍ସ ରୋଭରର ଶେରଲକ୍‌ ଏବଂ ପିକ୍ସଲ ଉପକରଣ ଏହି ସବୁଜ ଦାଗ ଉପରେ ଠିକ୍‌ ଭାବରେ ସ୍ଥାନିତ ହୋଇପାରି ନ ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

ପରମାଣୁର କୋଡ ମାଗିଲେ ଟ୍ରମ୍ପ, ଯୁଦ୍ଧ ବିରତି ଭିତରେ ଭୟଙ୍କର ଖବର…

ତେହରାନ,୨୨।୪: ଇରାନ ସହିତ ବିବାଦ ମଧ୍ୟରେ, ପୂର୍ୱତନ CIA ଅଧିକାରୀ ଲାରି ଜନସନ ଏକ ପ୍ରମୁଖ ଦାବି କରିଛନ୍ତି। ଜନସନଙ୍କ ଅନୁସାରେ, ହୱାଇଟ ହାଉସ ସିଚୁଏସନ ରୁମରେ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

ମମତାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା, ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ

କୋଲକାତା,୨୨ା୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ ୨୩ ତାରିଖରେ ହେବାକୁ ଯାଉଛି । ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ମମତା…

ଅସ୍ତ୍ରବିରତି ବୃଦ୍ଧି ପରେ ହର୍ମୁଜ୍ ପ୍ରଣାଳୀରେ ଗୁଳିମାଡ଼, ୩ଜାହାଜ…

ନୂଆଦିଲ୍ଲୀ,୨୨ା୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ, ହର୍ମୁଜ୍ ପ୍ରଣାଳୀରେ ତିନୋଟି ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ବର୍ତ୍ତମାନ,…

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri