ସ୍ମାର୍ଟସିଟିବାସୀଙ୍କୁ ମଶାରି ଭରସା

ଭୁବନେଶ୍ୱର,୪।୧୨ (ବନ୍ଦନା ସେଠୀ): ଯଦି ଆପଣ ଭୁବନେଶ୍ୱରକୁ ବୁଲିବାକୁ କିମ୍ବା କାମରେ ଆସୁଛନ୍ତି, ତେବେ ଆଉ କିଛି ଆଣନ୍ତୁ କି ନ ଆଣନ୍ତୁ ସାଙ୍ଗରେ ଏୟାର ଫ୍ରେଶ୍‌ନର ଏବଂ ମଶାରି ନଚେତ୍‌ ମଶାବାଡ଼ି ନେଇକି ଆସିବାକୁ ପଡିବ। କାରଣ ସହରର ଅବସ୍ଥା ଏବେ ଏମିତି ବିଗିଡି ଯାଇଛି ଯେ, ଦୁର୍ଗନ୍ଧ ପାଇଁ ନାକରୁ ରୁମାଲ ବାହାର କରି ଯାଇ ହଉନି, କି ମଶାଙ୍କ ପ୍ରାଦୁର୍ଭାବ ଯୋଗୁ କୋଉଠି ଶାନ୍ତିରେ ବସିଉଠି ହଉନି। ସୈନିକ ସ୍କୁଲ ନିକଟରେ ଗଦା ହେଉଥିବା ଆବର୍ଜନାରୁ ଉତ୍କଟ ଦୁର୍ଗନ୍ଧ ହେଉଥିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି। ଅପରପକ୍ଷେ ଲୋକମାନେ ମଶା ଦାଉରେ କଲବଲ ହେଉଛନ୍ତି। ଗାଁ ଗହଳି, ଉପାନ୍ତ ଅଞ୍ଚଳରେ ବି ମଶାଙ୍କର ଏତେ ପ୍ରାର୍ଦୁଭାବ ନ ଥିବ ଯେତିକି ରାଜଧାନୀରେ ରହିଛି। ମଶାଙ୍କର ପ୍ରଭାବ ଏତେ ବଢି ଯାଇଛି ଯେ, ମଶାଧୂପ କିମ୍ବା ବଜାରରେ ମିଳୁଥିବା ବିଭିନ୍ନ ସ୍ପ୍ରେ କିଛି ବି କାମ କରୁନି। ଘରଠୁ ବାହାରେ, ଅଫିସ୍‌ ଭିତରେ ବି ମଶା ବୁଲିବୁଲି କାମୁଡୁଛନ୍ତି। ମଶା ଧୂପ କି ତେଲ, କିଛି କାମ କରୁନି। ମଶାରି ଏକମାତ୍ର ସ୍ମାର୍ଟସିଟିବାସିନ୍ଦାଙ୍କ ପାଇଁ ସାହାରା ପାଲଟିଛି। ସହରସାରା ଏବେ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବାରୁ ମଶା ବଂଶ ବୃଦ୍ଧିରେ ସହାୟକ ହେଉଥିବା କୁହାଯାଉଛି। ଦିନକୁ ଦିନ ମଶାଙ୍କ ସାନ୍ଦ୍ରତା ବଢି ଚାଲିଥିବାବେଳେ ବିଏମ୍‌ସି କିନ୍ତୁ ସବୁ କରୁଛି ବୋଲି ବାହାସ୍ପୋଟ ମାରି ଚୁପ୍‌ ବସିଛି। ନଭେମ୍ବର ୧୭ ବେଳକୁ ଭୁବନେଶ୍ୱରରେ ମଶା ସାନ୍ଦ୍ରତା ୬୦ ଥିଲା। ମାତ୍ର ଡିସେମ୍ବର ୧ ବେଳକୁ ଏହା ୬୭କୁ ବୃଦ୍ଧି ପାଇଛି। ସାଧାରଣତଃ ମଶାଙ୍କ ସାନ୍ଦ୍ରତା (ଟେନ୍‌ ମେନ୍‌ ଆଓ୍ବାର୍ସ ପର୍‌ ଡେ) ୫୦ରୁ ତଳକୁ ରହିଲେ ଏହାକୁ ସାଧାରଣ ବୋଲି ବିବେଚନା କରାଯାଏ। ମାତ୍ର ସରକାରୀ ତଥ୍ୟ ଅନୁଯାୟୀ ଏବେ ସାନ୍ଦ୍ରତା ୬୭କୁ ବୃଦ୍ଧି ପାଇଥିବାବେଳେ ବିଏମ୍‌ସି ପକ୍ଷରୁ କୌଣସି ନିରାକରଣ ବ୍ୟବସ୍ଥା କରାଯାଉ ନାହିଁ। ଏପରିକି ଡେଙ୍ଗୁ ସଂକ୍ରମଣ ସମୟରେ ମଶା ବଂଶ ଲୋପ ପାଇଁ ଯେତିକି ପ୍ରତିଷେଧକ ବ୍ୟବସ୍ଥା ନିଆଯାଉଥିଲା, ଏବେ ସେତକ ବି ହେଉନାହିଁ। ଓଲଟା ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଏହି ମଶା ଲୋକଙ୍କର କୌଣସି କ୍ଷତି କରିବ ନାହିଁ କିମ୍ବା ରୋଗ ସୃଷ୍ଟିର କାରଣ ହେବନାହିଁ ବୋଲି ଅଦ୍ଭୁତ ଯୁକ୍ତି ବାଢୁଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ଅଞ୍ଚଳର ୬୭ଟି ଓ୍ବାର୍ଡ ପାଇଁ ପୂର୍ବରୁ ୮ଟି ଫଗିଂ ମେଶିନ୍‌ ଥିବାବେଳେ ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣାଯାଇଛି। ତଥାପି ସହର ପାଇଁ ଯେତିକି ସଂଖ୍ୟକ ଗାଡ଼ି ଆବଶ୍ୟକ, ବିଏମ୍‌ସି ପାଖରେ ତାହା ନାହିଁ। କେବଳ ସେତିକି ନୁହେଁ, ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା, ମଶାତେଲ ସିଞ୍ଚନ କରିବା ପାଇଁ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଗୋଟିଏ ଓ୍ବାର୍ଡକୁ ସମ୍ପୂର୍ଣ୍ଣ ବୁଲି ମଶାଧୁଆଁ ଦେବା ସହ ମଶାତେଲ ସିଞ୍ଚନ କରିବାକୁ ଅତି କମ୍‌ରେ ସପ୍ତାହରୁ ଅଧିକ ସମୟ ଲାଗୁଛି। ତେଣୁ ୬୭ଟି ଓ୍ବାର୍ଡରେ ମଶା ଧୂଆଁ ଦେବା ବେଳକୁ ମଶା ସେମାନଙ୍କର ବଂଶ ବିସ୍ତାର କରିସାରିଥିବେ ନିଶ୍ଚୟ। ମାତ୍ର ବିଏମ୍‌ସି ନିଜର ଅପାରଗତାକୁ ସ୍ବୀକାର ନ କରି କାଗଜକଲମରେ ପ୍ରତିଦିନ ଫଗିଂ କରାଯାଉଥିବା ଓ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ନେଇ ଫୁଟାଣି ମାରିବାରେ ବ୍ୟସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri